ବଜରଙ୍ଗ ପଦକ ଶୂନ୍ୟ
ହାଙ୍ଗ୍ଝୋ, ୭ା୧୦ (ପି.ଟି.): ସିଲେକ୍ସନ ଟ୍ରାଏଲ୍ ବିନା ଏସିଆନ ଗେମ୍ସରେ ଭାଗ ନେଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଏସିଆନ ଗେମ୍ସରୁ ବିନା ପଦକରେ ଲଜ୍ଜାଜନକ ବିଦାୟ ନେବାକୁ ପଡ଼ିଛି। ଅନ୍ୟପକ୍ଷରେ ପ୍ରତିଭାସମ୍ପନ୍ନ ଅମନ ଶେରାଓ୍ବତଙ୍କ ସମେତ ଅନ୍ୟ ୩ ଭାରତୀୟ ବ୍ରୋଞ୍ଜ…
ପ୍ରଥମ ଥର ୧୦୦ ପଦକ ଛୁଇଁବ ଭାରତ
ହାଙ୍ଗଝୋ, ୭।୧୦ (ପି.ଟି.): ଚଳିତ ଏସିଆନ ଗେମ୍ସରେ ଭାରତ ଐତିହାସିକ ସଫଳତା ହାସଲ କରିବାକୁ ଯାଉଛି। ପ୍ରଥମଥର ପାଇଁ ଭାରତ ପଦକ ସଂଖ୍ୟାରେ ଶତକ ସ୍ପର୍ଶ କରିବା ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ଭାରତୀୟ ରେସଲରମାନେ ୩ ପଦକ ଜିତିଥିବାବେଳେ ସିପକ୍ଟାକ୍ରରୁ ପ୍ରଥମଥର…
ଓଡ଼ିଶା ଦଳର ନେତୃତ୍ୱ ନେବେ ଆଶୀର୍ବାଦ
କଟକ,୭ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ): ୧୯ବର୍ଷରୁ କମ୍ ବାଳକ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଭିନୁ ମଙ୍କଡ ଟ୍ରଫି ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ଏଥି ପାଇଁ ଓଡିଶା କ୍ରିକେଟ ଆଶୋସିଏଶନ ପକ୍ଷରୁ ରାଜ୍ୟ ଦଳ ଘୋଷଣା କରାଯାଇଛି। ଶୁକ୍ରବାର ଓସିଏ ସମ୍ମିଳନୀ କକ୍ଷରେ…
ବାପାଙ୍କ ଆଶୀର୍ବାଦ ସର୍ବଦା ଅନୁଭବ କରେ: ଅମିତ
ସ୍ବର୍ଣ୍ଣ ବିଜୟ ନେଇ କେତେ ଆଶା ରହିଥିଲା, ପାଇବା ପରେ କିପରି ଅନୁଭବ ହେଉଛି ? ପ୍ରତିଯୋଗିତାକୁ ଉଚ୍ଚ ଆଶାନେଇ ଆସିଥିଲୁ। ସ୍ବର୍ଣ୍ଣ ପଦକ ଜିତିଲେ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ ହୋଇପାରିବ ବୋଲି ଜାଣିଥିଲୁ। ତେଣୁ ଏହା ହିଁ…
ପ୍ରତ୍ୟେକ ହକି ଖେଳାଳିଙ୍କୁ ମିଳିବ ୫ ଲକ୍ଷ
ଭୁବନେଶ୍ୱର,୭ା୧୦(ଅନିଲ ଦାସ): ଚାଇନାରେ ଅନୁଷ୍ଠିତ ୧୯ତମ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ୍ ସ୍ବର୍ଣ୍ଣ ପଦକ ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତ୍ୟେକ ଖେଳାଳି ଏବଂ ଦଳର ଅନ୍ୟ ସହଯୋଗୀଙ୍କ ପାଇଁ…
ସ୍ବର୍ଣ୍ଣ ସହ ଭାରତକୁ ଅଲିମ୍ପିକ୍ସ ଯୋଗ୍ୟତା
ହାଙ୍ଗଝୋ, ୭।୧୦: ଏସିଆନ ଗେମ୍ସର ହକି ଇଭେଣ୍ଟରୁ ଭାରତ ପାଇଁ ଆସିଛି ବଡ଼ ଖବର। ଶୁକ୍ରବାର ଅନୁଷ୍ଠିତ ପୁରୁଷ ହକି ଫାଇନାଲରେ ଭାରତ ୫-୧ ଗୋଲରେ ଗତଥରର ଚାମ୍ପିୟନ ଜାପାନକୁ ହରାଇ ସ୍ବର୍ଣ୍ଣ ପଦକ ଅର୍ଜନ କରିଛି। ଏଥିସହ ଭାରତୀୟ ଦଳ…
ଆଇସିସି ବିଶ୍ୱକପ ୨୦୨୩: ନେଦରଲାଣ୍ଡ୍ସକୁ ହରାଇଲା ପାକିସ୍ତାନ
ହାଇଦ୍ରାବାଦ, ୬।୧୦-ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ୮୧ ରନରେ ନେଦରଲାଣ୍ଡ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ୪୯ ଓଭରରେ ୨୮୬ ରନକରି ଅଲ୍ଆଉଟ ହୋଇ ଯାଇଥିବାବେଳେ ନେଦରଲାଣ୍ଡ୍ସ ଇନିଂସ ୪୧ ଓଭରରେ ୨୦୫ରେ ସୀମିତ…
ସ୍ବର୍ଣ୍ଣ ପଦକ ପାଇଁ ଭାରତ-ଆଫଗାନିସ୍ତାନ ମୁହାଁମୁହିଁ
ହାଙ୍ଗ୍ଝୋ,୬ା୧୦: ବାଂଲାଦେଶକୁ ୯ ଉଇକେଟରେ ହରାଇ ଭାରତ ଏସିଆନ ଗେମ୍ସ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳାଯିବାକୁ ଥିବା ସ୍ବର୍ଣ୍ଣ ପଦକ ମୁକାବିଲାରେ ଦଳ ଆଫଗାନିସ୍ତାନକୁ ଭେଟିବ। ଆଫଗାନିସ୍ତାନ ଅନ୍ୟ ସେମିଫାଇନାଲରେ ୪ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଟାଇଟଲ…
ସ୍ବର୍ଣ୍ଣ ଜିତିଲା ଭାରତୀୟ ପୁରୁଷ ହକି ଟିମ୍
ହାଙ୍ଗଝୋ,୬।୧୦: ଭାରତୀୟ ପୁରୁଷ ହକି ଟିମ୍ ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲରେ ଜାପାନକୁ ୫-୧ ଗୋଲରେ ପରାସ୍ତ କରି ଚତୁର୍ଥ ଥର ଲାଗି ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛି। ଏଥିସହ କୋଚ୍ କ୍ରେଗ୍ ଫୁଲ୍ଟନଙ୍କ ଦଳ ପ୍ୟାରିସ…
ନେଦରଲାଣ୍ଡସ୍ ଆଗରେ ୨୮୭ ରନ୍ର ବିଜୟ ଟାର୍ଗେଟ୍
ହାଇଦ୍ରାବାଦ,୬।୧୦: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ୨୦୨୩ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ରେ ନେଦରଲାଣ୍ଡସ୍ ଅଧିନାୟକ ସ୍କଟ ଏଡୱାର୍ଡସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପାକିସ୍ତାନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ୪୯…
ଜିଓମାର୍ଟର ବ୍ରାଣ୍ଡ ଆମ୍ବାସାଡର ହେଲେ ଧୋନି
ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସହିତ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଧୋନିଙ୍କୁ ରିଲାଏନ୍ସ ରିଟେଲର ଜିଓମାର୍ଟର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଧୋନି ପୂର୍ବରୁ ଅନେକ କମ୍ପାନୀ ସହିତ…
ଟସ୍ ଜିତି ନେଦରଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି…
ହାଇଦ୍ରାବାଦ,୬।୧୦: ଦିନିକିଆ ବିଶ୍ୱକପ୍ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ବର୍ତ୍ତମାନର ବିଶ୍ୱକପ୍ରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏହା ପ୍ରଥମ ମ୍ୟାଚ। ନେଦରଲ୍ୟାଣ୍ଡର ଅଧିନାୟକ ସ୍କଟ…

