Posted inଖେଳ

ବିରାଟ-ଜାମ୍ପା, ରୋହିତ-ଷ୍ଟାର୍କଙ୍କ ଉପରେ ନଜର

ଅହମଦାବାଦ,୧୯।୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢ଼େଇ ହେବ। ଭାରତ ଅପରାଜେୟ ଭାବରେ ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଷ୍ଟ୍ରେଲିଆ ଏହାର ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ନିକଟରୁ ହାରି ଯାଇଥିଲା। ତେବେ ବିଜୟଧାରାକୁ ଫେରିବା ସହିତ ଦଳ ଫାଇନାଲରେ ପ୍ରବେଶ କରିଛି। ରବିବାରର ଏହି ମ୍ୟାଚ୍‌କୁ ବିଗତ ଦଶନ୍ଧିର ମହାମୁକାବିଲା ଭାବରେ ଅଭିହିତ କରାଯାଉଥିବା ବେଳେ ଏହା ମଧ୍ୟରେ ହେବାକୁ ଥିବା କିଛି ଛୋଟ ଲଢେଇ ଉପରେ ସଭିଙ୍କ ନଜର ରହିଛି। ବିରାଟ କୋହଲି ଓ ଆଡାମ ଜାମ୍ପାଙ୍କ ଲଢେଇ ସହିତ ରୋହିତ ଶର୍ମା ଓ ମିଚେଲ ଷ୍ଟାର୍କଙ୍କ ବ୍ୟକ୍ତିଗତ ମୁକାବିଲା ଉପରେ ରହିବ ବିଶ୍ୱର ସମସ୍ତ କ୍ରୀଡାପ୍ରେମୀଙ୍କ ନଜର।
ବିରାଟ କୋହଲି ବନାମ ଆଡାମ ଜାମ୍ପା: ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋରର ରହିଛନ୍ତି ବିରାଟ କୋହଲି। ବିଶ୍ୱର ପ୍ରଥମ ଖେଳାଳି ଭାବରେ ବିଶ୍ୱକପ୍‌ ଇତିହାସରେ ୭୦୦ରୁ ଅଧିକ ରନ୍‌ ସ୍କୋର କରିବାର ଗୌରବ ହାସଲ କରିଛନ୍ତି କୋହଲି। ତେବେ ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପାଙ୍କ ବିପକ୍ଷରେ ତାଙ୍କର ବ୍ୟାଟିଂ ଦେଖିବାରେ ଫ୍ୟାନଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି। ଚଳିତ ବିଶ୍ୱକପ୍‌ରେ କୋହଲିଙ୍କ ଷ୍ଟ୍ରାଇକ ରେଟ୍‌ ୯୦.୬୯ ରହିଥିବା ବେଳେ ଆଭରେଜ ୧୦୧.୫୭ ରହିଛି। କୋହଲିଙ୍କ ବ୍ୟାଟିଂରେ ସାମାନ୍ୟତମ ଦୁର୍ବଳତା ମଧ୍ୟ ବାରି ହେଉନାହିଁ। ତେବେ ଅତୀତରେ କୋହଲି ଅନେକ ଥର ଜାମ୍ପାଙ୍କ ବଲ୍‌ରେ ଆଉଟ ହୋଇଛନ୍ତି। ତେବେ ଚଳିତ ବିଶ୍ୱକପ୍‌ର ଫାଇନାଲ ମ୍ୟାଚରେ କୋହଲି ନିଜର ପ୍ରତିଶୋଧ ପୂରା କରିବାକୁ ଚାହିଁବେ। ୧୨ ବର୍ଷ ପରେ ଭାରତ ଏହାର ତୃତୀୟ ବିଶ୍ୱକପ୍‌ ଟାଇଟଲ ହାସଲ କରିବାକୁ ହେଲେ କୋହଲିଙ୍କ ବ୍ୟାଟରୁ ରନ୍‌ ଆସିବା ନିହାତି ଆବଶ୍ୟକ। ଚଳିତ ବିଶ୍ୱକପ୍‌ର ଫର୍ମକୁ ଦେଖିଲେ ରବିବାରର ମ୍ୟାଚରେ କୋହଲିଙ୍କୁ ଫେଭରିଟ୍‌ ବୋଲି ବିବେଚନା କରାଯିବ।
ରୋହିତ ବନାମ ଷ୍ଟାର୍କ: ଫାଇନାଲ ମ୍ୟାଚ୍‌ର ମିନି ଲଢେଇ ମଧ୍ୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ମିଚେଲ୍‌ ଷ୍ଟାର୍କଙ୍କ ମୁକାବିଲା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଚଳିତ ବିଶ୍ୱକପ୍‌ରେ ୫୫୦ରୁ ଅଧିକ ରନ୍‌ ସ୍କୋର କରି ସାରିଥିବା ରୋହିତ ଶର୍ମା ସମସ୍ତ ମ୍ୟାଚ୍‌ରେ ପ୍ରଥମ ବଲରୁ ହିଁ ଆକ୍ରମଣାତ୍ମକ କ୍ରିକେଟ ଖେଳୁଛନ୍ତି। ପାଓ୍ବାର ପ୍ଲେ ଓଭରରେ ଭାରତୀୟ ଦଳକୁ ଏକ ଦୃଢ ଆରମ୍ଭ ପ୍ରଦାନ କରିବା ସହ ରୋହିତ ଦଳକୁ ଆଗକୁ ବଢାଉଛନ୍ତି। ରୋହିତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ କାରଣରୁ କୋହଲି ଓ ଗିଲ୍‌ଙ୍କୁ ଇନିଂସ ଗଢିବା ପାଇଁ ସମୟ ମଧ୍ୟ ମିଳୁଛି। ମାତ୍ର ବାମହାତୀ ଦ୍ରୁତ ବୋଲରଙ୍କ ବିରୋଧରେ ରୋହିତଙ୍କ ରେକର୍ଡ ଏତେ ଭଲ ନ ଥିବାରୁ ଷ୍ଟାର୍କ ଏହାର ଫାଇଦା ଉଠାଇବାକୁ ପ୍ରୟାସ କରିବେ। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଷ୍ଟାର୍କଙ୍କ ବଲ୍‌ରେ ଆଉଟ ହୋଇଥିଲେ ରୋହିତ।
କୁଲ୍‌ଦୀପ ବନାମ ମ୍ୟାକ୍ସଓ୍ବେଲ: ସ୍ପିନରଙ୍କୁ ବଡ ଶଟ୍‌ ମାରିବାରେ ସିଦ୍ଧହସ୍ତ ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ। ତେବେ ମ୍ୟାକ୍ସଓ୍ବେଲଙ୍କ ବିପକ୍ଷରେ ଭାରତୀୟ ଚାଇନାମ୍ୟାନ କୁଲ୍‌ଦୀପ ଯାଦବଙ୍କ ଉପରେ ନଜର ରହିବ। କୁଲ୍‌ଦୀପ ପ୍ରଥମ ମ୍ୟାଚରେ ମ୍ୟାକ୍ସଓ୍ବେଲଙ୍କୁ ବୋଲ୍ଡ କରିଥିବା ବେଳେ ସେ ଏହାର ପ୍ରତିଶୋଧ ନେବାକୁ ପ୍ରୟାସ କରିବେ। ରବିବାର ଭାରତର ସଫଳତା ଅନେକାଂଶରେ କୁଲ୍‌ଦୀପଙ୍କ ଉପରେ ନିର୍ଭରଶୀଳ ରହିବ।
ବୁମ୍‌ରା ବନାମ ଓ୍ବାର୍ନର: ଅଷ୍ଟ୍ରେଲୀୟ ଓପନର ଡେଭିଡ୍‌ ଓ୍ବାର୍ନର ଓ ଭାରତୀୟ ସ୍ପିଡ୍‌ଷ୍ଟର ଯଶପ୍ରୀତ୍‌ ବୁମ୍‌ରାଙ୍କ ମଧ୍ୟରେ ଲଢେଇ ଉପରେ ସମସ୍ତଙ୍କ ନଜର ରହିବ। ୧୪ ମ୍ୟାଚ୍‌ରେ ଉଭୟ ଖେଳାଳି ମୁହାଁମୁହିଁ ହୋଇଥିବା ବେଳେ ବୁମ୍‌ରା ଥରେ ମଧ୍ୟ ତାଙ୍କୁ ଆଉଟ କରିବାରେ ସଫଳ ହୋଇନାହାନ୍ତି। ଚଳିତ ବିଶ୍ୱକପ୍‌ର ୧୦ ମ୍ୟାଚ୍‌ରୁ ବୁମ୍‌ରା ୩.୯୮ର ଇକୋନୋମି ସହ ୧୮ ଉଇକେଟ ନେବାରେ ସଫଳ ହୋଇଛନ୍ତି। ତେବେ ଓ୍ବାର୍ନର ତାଙ୍କ ବିପକ୍ଷରେ ୧୩୦ ବଲ୍‌ ଖେଳି ୧୧୭ ରନ୍‌ ସଂଗ୍ରହ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ମଧ୍ୟ ଓ୍ବାର୍ନର ୫୨୮ ରନ୍‌ ସହିତ ଅଷ୍ଟ୍ରେଲିଆର ଟପ୍‌ ସ୍କୋରର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ଟି-୨୦ ବିଶ୍ୱକପ ପାଇଁ ଆଉ ବେଶୀ ଦିନ ବାକି ନାହିଁ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିପାରେ ବଡ଼ ଝଟ୍‌କା: ଏହି କ୍ରିକେଟର୍‌ ହୋଇପାରନ୍ତି ଉପଅଧିନାୟକ

ନୂଆଦିଲ୍ଲୀ,୩୦।୪: କିଛି ମାସ ପୂର୍ବରୁ ରିଷଭ ପନ୍ତ ଆଇପିଏଲ ୨୦୨୪ର ଅଂଶ ହେବେ କି ନାହିଁ ସେ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ଟି -୨୦...

ରୋହିତ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ କ୍ୟାରିୟର୍‌ରେ ଅନେକ ରେକର୍ଡ ହାସଲ କରିଥିବା ରୋହିତଙ୍କ ସମ୍ପତ୍ତି...

ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଏଣ୍ଟ୍ରି ମାରିଲେ ରିଷଭ ପନ୍ତ: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

କୋଲକାତା,୩୦।୪: କେକେଆର ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୨୭ ରନର ଏକ ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ ସେ...

କୋଲକାତାର ଏକପାଖିଆ ବିଜୟ ପରେ ପଏଣ୍ଟ ଟେବୁଲରେ ହେଲା ପରିବର୍ତ୍ତନ: କିଏ କେଉଁ ସ୍ଥାନରେ ରହିଛି ଜାଣନ୍ତୁ

କୋଲକାତା,୩୦।୪: ଆଇପିଏଲ ୨୦୨୪ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ୭ ଉଇକେଟରେ...

ପ୍ରତ୍ୟେକ ଦିନ ଆମର ନୁହେଁ…କାହିଁକି ଏମିତି କହିଲେ ପନ୍ତ

କୋଲକାତା,୩୦।୪: ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଷଷ୍ଠ ପରାଜୟର ସମ୍ମୁଖୀନ ହୋଇଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚରେ...

ସାଥୀ କ୍ରିକେଟର୍‌ଙ୍କ ଭଉଣୀଙ୍କୁ ମନ ଦେଇ ବସିଥିଲେ ହିଟ୍‌ମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri