Posted inଖେଳ

ବିରାଟ-ଜାମ୍ପା, ରୋହିତ-ଷ୍ଟାର୍କଙ୍କ ଉପରେ ନଜର

ଅହମଦାବାଦ,୧୯।୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢ଼େଇ ହେବ। ଭାରତ ଅପରାଜେୟ ଭାବରେ ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଷ୍ଟ୍ରେଲିଆ ଏହାର ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ନିକଟରୁ ହାରି ଯାଇଥିଲା। ତେବେ ବିଜୟଧାରାକୁ ଫେରିବା ସହିତ ଦଳ ଫାଇନାଲରେ ପ୍ରବେଶ କରିଛି। ରବିବାରର ଏହି ମ୍ୟାଚ୍‌କୁ ବିଗତ ଦଶନ୍ଧିର ମହାମୁକାବିଲା ଭାବରେ ଅଭିହିତ କରାଯାଉଥିବା ବେଳେ ଏହା ମଧ୍ୟରେ ହେବାକୁ ଥିବା କିଛି ଛୋଟ ଲଢେଇ ଉପରେ ସଭିଙ୍କ ନଜର ରହିଛି। ବିରାଟ କୋହଲି ଓ ଆଡାମ ଜାମ୍ପାଙ୍କ ଲଢେଇ ସହିତ ରୋହିତ ଶର୍ମା ଓ ମିଚେଲ ଷ୍ଟାର୍କଙ୍କ ବ୍ୟକ୍ତିଗତ ମୁକାବିଲା ଉପରେ ରହିବ ବିଶ୍ୱର ସମସ୍ତ କ୍ରୀଡାପ୍ରେମୀଙ୍କ ନଜର।
ବିରାଟ କୋହଲି ବନାମ ଆଡାମ ଜାମ୍ପା: ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋରର ରହିଛନ୍ତି ବିରାଟ କୋହଲି। ବିଶ୍ୱର ପ୍ରଥମ ଖେଳାଳି ଭାବରେ ବିଶ୍ୱକପ୍‌ ଇତିହାସରେ ୭୦୦ରୁ ଅଧିକ ରନ୍‌ ସ୍କୋର କରିବାର ଗୌରବ ହାସଲ କରିଛନ୍ତି କୋହଲି। ତେବେ ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପାଙ୍କ ବିପକ୍ଷରେ ତାଙ୍କର ବ୍ୟାଟିଂ ଦେଖିବାରେ ଫ୍ୟାନଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି। ଚଳିତ ବିଶ୍ୱକପ୍‌ରେ କୋହଲିଙ୍କ ଷ୍ଟ୍ରାଇକ ରେଟ୍‌ ୯୦.୬୯ ରହିଥିବା ବେଳେ ଆଭରେଜ ୧୦୧.୫୭ ରହିଛି। କୋହଲିଙ୍କ ବ୍ୟାଟିଂରେ ସାମାନ୍ୟତମ ଦୁର୍ବଳତା ମଧ୍ୟ ବାରି ହେଉନାହିଁ। ତେବେ ଅତୀତରେ କୋହଲି ଅନେକ ଥର ଜାମ୍ପାଙ୍କ ବଲ୍‌ରେ ଆଉଟ ହୋଇଛନ୍ତି। ତେବେ ଚଳିତ ବିଶ୍ୱକପ୍‌ର ଫାଇନାଲ ମ୍ୟାଚରେ କୋହଲି ନିଜର ପ୍ରତିଶୋଧ ପୂରା କରିବାକୁ ଚାହିଁବେ। ୧୨ ବର୍ଷ ପରେ ଭାରତ ଏହାର ତୃତୀୟ ବିଶ୍ୱକପ୍‌ ଟାଇଟଲ ହାସଲ କରିବାକୁ ହେଲେ କୋହଲିଙ୍କ ବ୍ୟାଟରୁ ରନ୍‌ ଆସିବା ନିହାତି ଆବଶ୍ୟକ। ଚଳିତ ବିଶ୍ୱକପ୍‌ର ଫର୍ମକୁ ଦେଖିଲେ ରବିବାରର ମ୍ୟାଚରେ କୋହଲିଙ୍କୁ ଫେଭରିଟ୍‌ ବୋଲି ବିବେଚନା କରାଯିବ।
ରୋହିତ ବନାମ ଷ୍ଟାର୍କ: ଫାଇନାଲ ମ୍ୟାଚ୍‌ର ମିନି ଲଢେଇ ମଧ୍ୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ମିଚେଲ୍‌ ଷ୍ଟାର୍କଙ୍କ ମୁକାବିଲା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଚଳିତ ବିଶ୍ୱକପ୍‌ରେ ୫୫୦ରୁ ଅଧିକ ରନ୍‌ ସ୍କୋର କରି ସାରିଥିବା ରୋହିତ ଶର୍ମା ସମସ୍ତ ମ୍ୟାଚ୍‌ରେ ପ୍ରଥମ ବଲରୁ ହିଁ ଆକ୍ରମଣାତ୍ମକ କ୍ରିକେଟ ଖେଳୁଛନ୍ତି। ପାଓ୍ବାର ପ୍ଲେ ଓଭରରେ ଭାରତୀୟ ଦଳକୁ ଏକ ଦୃଢ ଆରମ୍ଭ ପ୍ରଦାନ କରିବା ସହ ରୋହିତ ଦଳକୁ ଆଗକୁ ବଢାଉଛନ୍ତି। ରୋହିତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ କାରଣରୁ କୋହଲି ଓ ଗିଲ୍‌ଙ୍କୁ ଇନିଂସ ଗଢିବା ପାଇଁ ସମୟ ମଧ୍ୟ ମିଳୁଛି। ମାତ୍ର ବାମହାତୀ ଦ୍ରୁତ ବୋଲରଙ୍କ ବିରୋଧରେ ରୋହିତଙ୍କ ରେକର୍ଡ ଏତେ ଭଲ ନ ଥିବାରୁ ଷ୍ଟାର୍କ ଏହାର ଫାଇଦା ଉଠାଇବାକୁ ପ୍ରୟାସ କରିବେ। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଷ୍ଟାର୍କଙ୍କ ବଲ୍‌ରେ ଆଉଟ ହୋଇଥିଲେ ରୋହିତ।
କୁଲ୍‌ଦୀପ ବନାମ ମ୍ୟାକ୍ସଓ୍ବେଲ: ସ୍ପିନରଙ୍କୁ ବଡ ଶଟ୍‌ ମାରିବାରେ ସିଦ୍ଧହସ୍ତ ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ। ତେବେ ମ୍ୟାକ୍ସଓ୍ବେଲଙ୍କ ବିପକ୍ଷରେ ଭାରତୀୟ ଚାଇନାମ୍ୟାନ କୁଲ୍‌ଦୀପ ଯାଦବଙ୍କ ଉପରେ ନଜର ରହିବ। କୁଲ୍‌ଦୀପ ପ୍ରଥମ ମ୍ୟାଚରେ ମ୍ୟାକ୍ସଓ୍ବେଲଙ୍କୁ ବୋଲ୍ଡ କରିଥିବା ବେଳେ ସେ ଏହାର ପ୍ରତିଶୋଧ ନେବାକୁ ପ୍ରୟାସ କରିବେ। ରବିବାର ଭାରତର ସଫଳତା ଅନେକାଂଶରେ କୁଲ୍‌ଦୀପଙ୍କ ଉପରେ ନିର୍ଭରଶୀଳ ରହିବ।
ବୁମ୍‌ରା ବନାମ ଓ୍ବାର୍ନର: ଅଷ୍ଟ୍ରେଲୀୟ ଓପନର ଡେଭିଡ୍‌ ଓ୍ବାର୍ନର ଓ ଭାରତୀୟ ସ୍ପିଡ୍‌ଷ୍ଟର ଯଶପ୍ରୀତ୍‌ ବୁମ୍‌ରାଙ୍କ ମଧ୍ୟରେ ଲଢେଇ ଉପରେ ସମସ୍ତଙ୍କ ନଜର ରହିବ। ୧୪ ମ୍ୟାଚ୍‌ରେ ଉଭୟ ଖେଳାଳି ମୁହାଁମୁହିଁ ହୋଇଥିବା ବେଳେ ବୁମ୍‌ରା ଥରେ ମଧ୍ୟ ତାଙ୍କୁ ଆଉଟ କରିବାରେ ସଫଳ ହୋଇନାହାନ୍ତି। ଚଳିତ ବିଶ୍ୱକପ୍‌ର ୧୦ ମ୍ୟାଚ୍‌ରୁ ବୁମ୍‌ରା ୩.୯୮ର ଇକୋନୋମି ସହ ୧୮ ଉଇକେଟ ନେବାରେ ସଫଳ ହୋଇଛନ୍ତି। ତେବେ ଓ୍ବାର୍ନର ତାଙ୍କ ବିପକ୍ଷରେ ୧୩୦ ବଲ୍‌ ଖେଳି ୧୧୭ ରନ୍‌ ସଂଗ୍ରହ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ମଧ୍ୟ ଓ୍ବାର୍ନର ୫୨୮ ରନ୍‌ ସହିତ ଅଷ୍ଟ୍ରେଲିଆର ଟପ୍‌ ସ୍କୋରର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?