ଖେଳ

ଆଇଡବ୍ଲ୍ୟୁଏଲ୍‌ ଟ୍ରଫି ଜିତିଲା ସେଥୁ ଏଫ୍‌ସି

ଲୁଧିଆନା, ୨୨।୫(ପି.ଟି.): ହିରୋ ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ସେଥୁ ଏଫ୍‌ସି ଚାମ୍ପିୟନ ହୋଇଛି। ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ସେଥୁ ଏଫ୍‌ସି ୩-୧ ଗୋଲରେ ମଣିପୁର ପୋଲିସକୁ ପରାସ୍ତ କରିଛି। ମଦୁରାଇ ବେସଡ୍‌…

ସୁଦିରମାନ କପରୁ ଭାରତର ବିଦାୟ

ନାନ୍ନିଂ(ଚାଇନା),୨୨।୫(ପିଟି)- ସୁଦିରମାନ କପ୍‌ ଦଳଗତ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଭାରତ ବିଦାୟ ନେଇଛି। ବୁଧବାର ଅନୁଷ୍ଠିତ ଚାଇନା ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ ୦-୫ ବ୍ୟବଧାନରେ ପରାସ୍ତ ହୋଇଛି। ମାଲେସିଆଠାରୁ ୩-୨ରେ ପରାସ୍ତ ହୋଇଥିବା ଭାରତକୁ ନକ୍‌ଆଉଟ୍‌ ପର୍ଯ୍ୟାୟରେ…

୨୨ ବର୍ଷିୟା ଆଥ୍‌ଲେଟଙ୍କ ଅବସର

ଭିଲନିଅସ(ଲିଥୁଆନିଆ),୨୨।୫- ପୂର୍ବତନ ଅଲିମ୍ପିକ୍‌ ସନ୍ତରଣ ଚାମ୍ପିୟନ ରୁଟା ମେଇଲୁଟାଇଟ ବୁଧବାର ଅବସର ଗ୍ରହଣ କରିଛନ୍ତି। କ୍ରମାଗତ ୩ଟି ଡୋପ ଟେଷ୍ଟର ସମ୍ମୁଖୀନ ହୋଇ ନ ପାରିବାରୁ ୨୨ ବର୍ଷୀୟା ଆଥ୍‌ଲେଟ୍‌ ଅବସର ନେଇଛନ୍ତି। ଆଗାମୀ ଅଲିମ୍ପିକ୍‌ ପରିବର୍ତ୍ତେ ନିଜ ପାଠପଢ଼ା ଓ…

ସିରିଜ୍‌ ଜିତିଲା ଭାରତୀୟ ମହିଳା ହକି ଦଳ

ଜିନଚେଓନ(କୋରିଆ),୨୨।୫- ପ୍ରଥମାର୍ଦ୍ଧ ସୁଦ୍ଧା ୦-୧ ଗୋଲରେ ପଛୁଆ ରହିବା ସତ୍ତ୍ୱେ ଭାରତୀୟ ମହିଳା ଦଳ ୨-୧ ବ୍ୟବଧାନରେ ଆୟୋଜକ ରିପବ୍ଲିକ କୋରିଆକୁ ହରାଇ ଦେଇଛି। ଏଥିସହ ଦ୍ୱିପାକ୍ଷିକ ସିରିଜ୍‌କୁ ୨-୦ରେ ଆଗୁଆ ଜିତି ନେଇଛି। ଏହି ମ୍ୟାଚ୍‌ରେ ଓଡ଼ିଆ ଖେଳାଳି ସୁନିତା…

ମାଇଲଷ୍ଟୋନ ସ୍ପର୍ଶ କଲେ ଓଡ଼ିଆ ଖେଳାଳି ସୁନିତା

ଜିନଚେଓନ(କୋରିଆ),୨୨।୫- ଭାରତୀୟ ମହିଳା ହକି ଦଳର ଅନ୍ୟତମ ବ୍ୟାକଲାଇନ ଖେଳାଳି ସୁନିତା ଲାକ୍ରା ବୁଧବାର ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ରିପବ୍ଲିକ କୋରିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ ଅବସରରେ ଓଡ଼ିଆ ଖେଳାଳି ଏହି ମାଇଲଷ୍ଟୋନ ସ୍ପର୍ଶ…

ସଚିନଙ୍କ ନାମରେ ରହିଛି ଅଜଣା ବିଶ୍ୱକପ୍‌ ରେକର୍ଡ

ନୂଆଦିଲ୍ଲୀ,୨୨।୭- ଆଇସିସି ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ଠାରୁ ଆରମ୍ଭ କରି ସର୍ବାଧିକ ସଂଖ୍ୟକ ଶତକ ଲଗାଇବାର ରେକର୍ଡ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ଏହାଛଡ଼ା ତାଙ୍କ ନାମରେ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ…

ଆର୍ଜେଣ୍ଟିନା ଦଳରେ ମେସି

ବୁଏନ୍‌ସ ଏରିଜ,୨୨।୫- ଆସନ୍ତା ଜୁନ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା କୋପା ଆମେରିକା ପ୍ରତିଯୋଗିତା ଲାଗି ଘୋଷିତ ୨୩ ଜଣିଆ ଆର୍ଜେଣ୍ଟିନା ଦଳରେ ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସି ଓ ସେର୍ଗିଓ ଆଗୁରୋ ସ୍ଥାନ ପାଇଛନ୍ତି। ପ୍ୟାରିସ ସେଣ୍ଟ ଜର୍ମେନ…

୨୦୧୧ରେ କ୍ରିକେଟ ପଡ଼ିଆରେ ଘଟିଥିଲା ଏମିତି ଘଟଣା : ଯାହା ଦେଖି ଡରି ଯାଇଥିଲେ ଦର୍ଶକ

କାର୍ଲିଫର୍ନିଆ: ଆସନ୍ତା ୩୦ ତାରିଖରେ ଆରମ୍ଭ ହେବ ବିଶ୍ୱକପ୍‌ ୨୦୧୯। ବିଶ୍ୱକପ୍‌କୁ ନେଇ ସମସ୍ତ କ୍ରିକେଟପ୍ରେମୀ ବେଶ୍‌ ଉତ୍ସାହିତ ଅଛନ୍ତି। ଖାସ୍‌ ଏଥିପାଇଁ କ୍ରିକେଟ ସହିତ ଯୋଡ଼ା ହୋଇଥିବା କିଛି ଘଟଣାକୁ ମନେ ପକାଇବା। ୨୦୧୧ ରେ କାର୍ଲିଫର୍ନିଆ ରୋଜ୍‌ ବାଉଲରେ…

କ୍ରମାଗତ ପରାଜୟ ଧାରା ଭାଙ୍ଗିଲା ଶ୍ରୀଲଙ୍କା

ଲଣ୍ଡନ,୨୨।୫(ଏଏଫ୍‌ପି)- କ୍ରମାଗତ ୮ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ହାରିବା ପରେ ଶ୍ରୀଲଙ୍କା ବିଶ୍ୱକପ୍‌ ପୂର୍ବରୁ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଏଡିନ୍‌ବର୍ଗଠାରେ ସ୍କଟଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌କୁ ଶ୍ରୀଲଙ୍କା ଦଳ ୩୫ ରନ୍‌ରେ ଜିତି ନେଇଛି। ସିରିଜ୍‌ର ପ୍ରଥମ…

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ ଏହି ଟୁର୍ନାମେଣ୍ଟରେ ଭାରତ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକୁ ଭେଟିବାର କାର୍ଯ୍ୟକ୍ରମ ରହିଥିବାରୁ ଆଗାମୀ…

ଶାହାଜାଦ୍‌ଙ୍କ ଶତକ: ସିରିଜ ଡ୍ର’ କଲା ଆଫଗାନିସ୍ତାନ

ବେଲ୍‌ଫାଷ୍ଟ, ୨୨।୫- ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୨ୟ ଦିନିକିଆ ମ୍ୟାଚ୍‌କୁ ଆଫଗାନିସ୍ତାନ ୧୨୬ ରନରେ ଜିତିନେଇଛି। ଏଥିସହ ଦୁଇ ଦଳ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ୧-୧ରେ ସମାପ୍ତ ହୋଇଛି। ପୂର୍ବରୁ…

ଫାଇନାଲରେ ହକି ଓଡ଼ିଶା

କଟକ ଅଫିସ,୨୨ା୫- ହକି ଇଣ୍ଡିଆ ଆନୁକୂଲ୍ୟରେ ଛତିଶଗଡ଼ର ରାୟପୁରଠାରେ ଚାଲିଥିବା ୯ମ ସବ୍‌ଜୁନିୟର ବାଳକ ଜାତୀୟ ଚାମ୍ପିୟନଶିପ-୨୦୧୯ (ଡିଭିଜନ-ଏ)ରେ ହକି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ କରିଛି। ବୁଧବାର ଉତ୍ତରପ୍ରଦେଶ ବିପକ୍ଷରେ ହକି ଓଡ଼ିଶା ଫାଇନାଲ ମ୍ୟାଚ୍‌ ଖେଳିବ। ମଙ୍ଗଳବାର ଖେଳାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?