ଭାରତର ସହଜ ବିଜୟ

ଭାରତର ସହଜ ବିଜୟଲିଡ୍ସ, ୬।୭(ପି.ଟି.)- ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଚଳିତ ବିଶ୍ୱକପ୍‌ରେ ଭାରତ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩୯ଟି ବଲ ବାକି ରଖି ୭ ଉଇକେଟରେ ପରାସ୍ତ କରିଛି। ଏଥିସହ ସେମିଫାଇନାଲ ପୂର୍ବରୁ ଭାରତ ତା’ର ପ୍ରସ୍ତୁତି ଜୋର୍‌ଦାର କରିଛି। ଏହି ବିଜୟ ସହ ଭାରତ ଲିଗ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚ୍‌ ଖେଳି ୭ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୫ ପଏଣ୍ଟ ପାଇଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସଙ୍କ ଶତକ ସହ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୬୪ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୪୩.୩ ଓଭରରେ ୩ ଉଇକେଟ ହରାଇ ୨୬୫ ରନକରି ସହଜରେ ବିଜୟୀ ହୋଇଛି। ୧୦୩ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ରୋହିତ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୬୫ ରନର ସମ୍ମାନଜନକ ସ୍କୋରକୁ ପିଛା କରି ଭାରତ ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ପ୍ରଥମ ଉଇକେଟରେ ୩୦ ଓଭରର ଠିକ୍‌ ପରେ ୧୮୯ ରନ ସଂଗ୍ରହ କରି ଦଳକୁ ଦମ୍‌ଦାର ଆରମ୍ଭ ପ୍ରଦାନ କରିଥିଲେ। ତେବେ ଇନ୍‌ଫର୍ମ ରୋହିତ ୯୪ଟି ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୨ ଛକା ସହ ୧୦୩ ରନର ଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ସେ କସୁନ ରଜିଥାଙ୍କ ବଲ୍‌ରେ ହାଲକା ଶଟ୍‌ ଖେଳି ମିଡଅଫ୍‌ରେ ମାଥ୍ୟୁସଙ୍କ ହାତରେ ଧରାପଡିଥିଲେ। ଏଥିସହିତ ରୋହିତ ୫ଟି ଶତକ ହାସଲ କରି ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି। ଗୋଟିଏ ବିଶ୍ୱକପ୍‌ରେ ସେ ସର୍ବାଧିକ ୫ଟି ଶତକ ହାସଲ କରି ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ମଧ୍ୟ କ୍ରମାଗତ ୩ଟି ଶତକ ଅର୍ଜନ କରିଛନ୍ତି। ରୋହିତଙ୍କ ପରେ ରାହୁଲ ମଧ୍ୟ ଶତକ ହାସଲ କରିଥିଲେ। ରାହୁଲ ୧୧୮ଟି ବଲର ସମ୍ମୁଖୀନ ହୋଇ ୧୧ ଚୌକା ଓ ୧ ଛକା ସହ ୧୧୧ ରନର ଶତକୀୟ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ। ଲସିଥ ମାଲିଙ୍ଗାଙ୍କ ବାଉନ୍ସରକୁ ଲେଫ୍ଟ କରୁଥିବା ବେଳେ ବଲ୍‌ ତାଙ୍କ ଗ୍ଲୋଭ୍ସରେ ବାଜିଥିଲା ଓ ଉଇକେଟକିପର କୁଶଲ ପେରେରା କ୍ୟାଚ୍‌ ନେଇଥିଲେ। ଏଥିସହିତ ରାହୁଲ ବିଶ୍ୱକପ୍‌ରେ ତାଙ୍କର ପ୍ରଥମ ଶତକ ହାସଲ କରିଛନ୍ତି। ଏହାପରେ ରିଷଭ ପନ୍ତ ଗୋଟିଏ ଚୌକା ସହ ୪ ରନ କରିଥିବାବେଳେ ଇସୁରୁ ଉଡାନାଙ୍କ ବଲ୍‌କୁ ପୁଲ୍‌ କରୁଥିବା ବେଳେ ଲାଇନ ମିସ୍‌ କରି ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ଅଧିନାୟକ କୋହଲି ୪୧ବଲରୁ ୩ ଚୌକା ସହ ୩୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୭ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ମାଲିଙ୍ଗା, ରଜିଥା ଓ ଉଡାନା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ଆରମ୍ଭରୁ ଝଟ୍‌କା ଖାଇଥିଲା। ଦଳ ମାତ୍ର ୫୫ ରନରେ ୪ ଉଇକେଟ ହରାଇଥିଲା ଓ ଟପ୍‌ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ତଥା ଅଧିନାୟକ ଦିମୁଥ କରୁଣାରତ୍ନେ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ କୁଶଲ ପେରେରା ଯଥାକ୍ରମେ ୧୦ ଓ ୧୮ ରନ କରି ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ବଲ୍‌ରେ ଉଇକେଟ ପଛରେ ମହେନ୍ଦ୍ର ସିଂ ଧୋନୀଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବଲ ଦୁଇ ବ୍ୟାଟ୍ସମ୍ୟାନଙ୍କ ଏଜ୍‌ ନେଇଥିଲା ଓ ଧୋନୀ କ୍ୟାଚ୍‌ ନେବାରେ କୌଣସି ତ୍ରୁଟି କରି ନ ଥିଲେ। ମାତ୍ର ୩ ରନ କରିଥିବା ବେଳେ କୁଶଲ ମେଣ୍ଡସ୍‌ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଧୋନୀଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇଥିଲେ। ଏହାପରେ ଅଭିଷ୍କା ଫର୍ନାଣ୍ଡୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଉଇକେଟ ପଛରେ ଧୋନୀଙ୍କୁ କ୍ୟାଚ୍‌ ଦେଇଥିଲେ। ୪ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ପଛରେ ଧୋନୀଙ୍କ ଅବଦାନ ରହିଥିଲା। ସେ ୩ଟି କ୍ୟାଚ୍‌ ନେଇଥିବା ବେଳେ ଗୋଟିଏ ଷ୍ଟମ୍ପିଂ କରିଥିଲେ। ତେବେ ଏହାପରେ ପଞ୍ଚମ ଉଇକେଟରେ ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ଓ ଲାହିରୁ ଥିରିମାନେ ଲଢ଼ୁଆ ବ୍ୟାଟିଂ କରି ୧୫୭ଟି ବଲ୍‌ ଖେଳି ୧୨୪ ରନକରି ସ୍ଥିତି ସମ୍ଭାଳିଥିଲେ ଓ ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ତେବେ ଥିରିମାନେ ୬୮ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ସହ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କ ବଲ୍‌ରେ ଲମ୍ବା ଶଟ୍‌ ଖେଳିବାକୁ ଯାଇ ବ୍ୟାକଓ୍ବାର୍ଡ ପଏଣ୍ଟରେ ଜାଡେଜାଙ୍କ ହାତରେ ଧରାପଡିଥିଲେ। ଏହାପରେ ମାଥ୍ୟୁସ ବୁମ୍‌ରାଙ୍କ ବଲ୍‌ରେ ଶଟ୍‌ ଖେଳିବାକୁ ପ୍ରୟାସ କରିଥିଲେ। ତେବେ ଏକ୍ସଟ୍ରା କଭରରେ ରୋହିତ ଶର୍ମା ତାଙ୍କ କ୍ୟାଚ୍‌ ନେଇଥିଲେ। ଆଉଟ ହେବା ପୂର୍ବରୁ ୩୨ ବର୍ଷୀୟ ମାଥ୍ୟୁସ୍‌ ୧୨୮ଟି ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ସହ ୧୧୩ ରନର ଶତକୀୟ ପାଳି ଖେଳିଥିଲେ। ଏଥିସହିତ ଦିନିକିଆରେ ମାଥ୍ୟୁସ୍‌ ୩ଟି ଶତକ ଅର୍ଜନ କରିଛନ୍ତି। ସବୁ ଶତକ ସେ ଭାରତ ବିପକ୍ଷରେ ଅର୍ଜନ କରିଛନ୍ତି। ପୂର୍ବରୁ ମୋହାଲି ଓ ରାଞ୍ଚିରେ ଭାରତ ବିପକ୍ଷରେ ଶତକ ହାସଲ କରିଥିଲେ। ଶତକ ହାସଲ ପୂର୍ବରୁ ମାଥ୍ୟୁସ ଜାଡେଜାଙ୍କ ବଲ୍‌ରେ ଏକ ଜୀବନଦାନ ପାଇଥିଲେ। ଲଙ୍ଗଅନ୍‌ରେ ଭୁବନେଶ୍ୱର ତାଙ୍କର କ୍ୟାଚ୍‌ ହାତଛଡ଼ା କରିଥିଲେ।
ଷଷ୍ଠ ଉଇକେଟରେ ମାଥ୍ୟୁସ ଓ ଧନଞ୍ଜୟ ଡି ସିଲଭା ୭୪ ରନ ସଂଗ୍ରହ କରିଥିଲେ। ଧନଞ୍ଜୟ ୩୬ ବଲରୁ ୧ ଚୌକା ସହ ୨୯ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏହାପରେ ଥିସାରା ପେରେରା ଲମ୍ବା ଶଟ୍‌ ଖେଳିବାକୁ ଯାଇ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ଲଙ୍ଗଅଫ୍‌ରେ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇଥିଲେ। ଇସୁରୁ ଉଡାନ ୧ ରନ କରି ଅପରାଜିତ ରହିଥିଲେ। ଭାରତ ପାଇଁ ବୁମ୍‌ରା ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୦ ଓଭର ବୋଲିଂ କରି ୩୭ ରନ ବ୍ୟୟ କରିବା ସହ ମୂଲ୍ୟବାନ ୩ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଭୁବନେଶ୍ୱର, ପାଣ୍ଡ୍ୟା, ଜାଡେଜା ଓ କୁଲଦୀପ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ କୁଲଦୀପଙ୍କୁ ଡ୍ରପ୍‌ କରାଯାଇଥିଲା। ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ସେ ଉନ୍ନତ ପ୍ରଦର୍ଶନ କରିପାରି ନାହାନ୍ତି। ଏହି ମ୍ୟାଚ୍‌ରେ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଥିଲା ଓ ତାଙ୍କ ସ୍ଥାନରେ ଭୁବନେଶ୍ୱରଙ୍କୁ ଖେଳାଯାଇଥିଲା। କିନ୍ତୁ ସେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଏହି ବିଶ୍ୱକପ୍‌ରେ ଜାଡେଜା ପ୍ରଥମଥର ପାଇଁ ଖେଳିବାର ସୁଯୋଗ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri