ଖେଳ

ଉମେଶଙ୍କୁ ପରିହାସ କଲେ ଜାଡେଜା

ପୁଣେ,୧୦।୧- ଭାରତୀୟ ଟେଷ୍ଟ ଦଳର ସଦସ୍ୟ ଉମେଶ ଯାଦବଙ୍କୁ ପରିହାସ କରିଛନ୍ତି ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜା। ୩୨ ବର୍ଷୀୟ ପେସର ନିକଟରେ ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଅପଲୋଡ୍‌ କରିଛନ୍ତି। ସେଥିରେ ସେ ଭାରୋତ୍ତୋଳନ କରୁଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ତୁମେ…

କ୍ରିକେଟରଙ୍କୁ ଘରକୁ ଫେରିବାକୁ ମନା କଲେ ଉପସ୍ଥାପିକା ପତ୍ନୀ

ବ୍ରିସବେନ,୧୦।୧- ଚଳିତ ବିଗ୍‌ ବାସ ଲିଗ୍‌ର ୨୯ ମ୍ୟାଚ୍‌ରେ ବ୍ରିସବେନ ହିଟ୍‌ ୫ ଉଇକେଟରେ ହାବର୍ଟ ହରିକେନ୍ସକୁ ହରାଇ ଦେଇଛି। ମ୍ୟାଚ୍‌ରେ ୧ ଉଇକେଟ ନେବା ସହ ଗୁରୁତ୍ୱପୂର୍ଣ୍ଣ ୪୩ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ବେନ କଟିଂଙ୍କୁ ମ୍ୟାନ୍‌ ଅଫ୍‌…

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୫ କୋଟିରେ ବିକ୍ରି ହେଲା ଓ୍ବର୍ନଙ୍କ କ୍ୟାପ

ସିଡ୍‌ନୀ,୧୦।୧(ଏଏଫ୍‌ପି)- କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ପଦାର୍ପଣ ଗ୍ରୀନ କ୍ୟାପ ୧ ନିୟୁତ ଅଷ୍ଟ୍ରେଲିଆନ ଡଲାରରେ ବିକ୍ରି ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୪.୯୭ କୋଟି ଟଙ୍କା। ଏହି ସମସ୍ତ ଅର୍ଥ ଦେଶର ଜଙ୍ଗଲରେ ଲାଗିଥିବା ନିଆଁ…

ଯୁବ ଅଲିମ୍ପିକ୍ସ: ଅଭ୍ୟାସବେଳେ ସ୍କେଟର ଗୁରୁତର

ଲସାନ୍ନେ(ସୁଇଜରଲାଣ୍ଡ),୧୦।୧(ଏଏଫ୍‌ପି)- ଚଳିତବର୍ଷ ହେବାକୁ ଥିବା ଯୁବ ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ଉତ୍ସବ ପାଇଁ ଅଭ୍ୟାସ କରୁଥିବାବେଳେ ଜଣେ ସ୍କେଟର ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଅଲିମ୍ପିକ୍‌ ମୁଖ୍ୟ ଥୋମାସ ବେକ୍‌ ଗୁରୁବାର କହିଛନ୍ତି। ଆହତ ସ୍କେଟରଙ୍କୁ ମେଡିକାଲ ନିଆଯାଇଛି। ତାଙ୍କ…

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଜୟ ସହ ବର୍ଷ ଆରମ୍ଭ ଭାରତର ଲକ୍ଷ୍ୟ

ଭୁବନେଶ୍ୱର, ୧୦।୧(କ୍ରୀଡ଼ା ପ୍ରତିନିଧି)-ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ। ଚଳିତ ମାସ ୧୮ ଓ ୧୯ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଗତ ବର୍ଷ ପ୍ରଭାବୀ ପ୍ରଦର୍ଶନ କରିଥିବା…

ଆଇପିଏଲ୍‌ ୧୩

୨୦୦୮ ରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବଶ୍ରେଷ୍ଠ ଟି୨୦ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମୟିର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ମାନସ ପ୍ରସ୍ତୁତ ରୂପେ ଜଣାଇଥିବା କ୍ରିକେଟର ଏହି ସଂକ୍ଷିପ୍ତ ଫର୍ମାଟ…

ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୪ରୁ

ନୂଆଦିଲ୍ଲୀ, ୧୦ା୧ (ପି.ଟି.)- ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୦୧୯-୨୦ର ଫାଇନାଲ ରାଉଣ୍ଡ ଆସନ୍ତା ୨୪ତାରିଖରୁ ବେଙ୍ଗାଲୁରୁଠାରେ ଖେଳାଯିବ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ ଗୁରୁବାର ସୂଚନା ଦିଆଯାଇଛି। ଟୁର୍ନାମେଣ୍ଟର ଚତୁର୍ଥ ସଂସ୍କରଣରେ ସମଗ୍ର ଦେଶରୁ ୧୨ଟି ମହିଳା ଫୁଟ୍‌ବଲ…

ବଟଲରଙ୍କୁ ଜରିମାନା

ଜୋହାନ୍ସବର୍ଗ, ୧୦ା୧ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଇଂଲଣ୍ଡ ଉଇକେଟକିପର ଜୋସ୍‌ ବଟଲରଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରିଛି। କେପ୍‌ ଟାଉନ୍‌ ଅନ୍ତର୍ଗତ ନ୍ୟୁଲାଣ୍ଡ୍ସରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଅନ୍ତିମ ଦିବସରେ ବଟଲର ଉଇକେଟ କିପିଂ…

ଚତୁଃରାଷ୍ଟ୍ରୀୟ ଯୁବ ସିରିଜ୍‌ ଜିତିଲା ଭାରତ

ଡର୍ବନା,୧୦।୧(ପି.ଟି.)- ଉଇକେଟକିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୋରେଲଙ୍କ ଶତକ ଓ ବାମହାତୀ ସ୍ପିନର ଆଥର୍ଭ ଆଙ୍କୋଲେକରଙ୍କ ୪ ଉଇକେଟ ସଫଳତା ଯୋଗୁ ଘରୋଇ ଦକ୍ଷିଣ ଆଫ୍ରିକାକୁ ୬୯ ରନ୍‌ରେ ହରାଇ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଚତୁଃରାଷ୍ଟ୍ରୀୟ ସିରିଜ୍‌ ଜିତି ନେଇଛି।…

ଅଲିମ୍ପିକ୍ସ ଭିଲେଜରେ କାର୍ଡବୋର୍ଡ ବେଡ୍‌

ଟୋକିଓ,୧୦।୧(ଏପି)- ଚଳିତବର୍ଷର ଟୋକିଓ ଅଲିମ୍ପିକ୍ସ ଆଥଲେଟ ଭିଲେଜରେ ମଜଭୁତ କାର୍ଡବୋର୍ଡରେ ନିର୍ମିତ ବେଡ ରଖାଯିବ। ଏହି ବେଡ ୪୪୦ ପାଉଣ୍ଡ (୨୦୦ କେଜି) ଓଭନ ସମ୍ଭାଳି ପାରିବ ବୋଲି ଆଥ୍‌ଲେଟିକ୍ସ ଭିଲେଜର ସାଧାରଣ ସମ୍ପାଦକ ଟାକାହାସି କିଟାଜିମା କହିଛନ୍ତି। ବେଡର ଦକ୍ଷତାଠାରୁ…

ଦ୍ୱନ୍ଦ୍ୱରେ ବିଗ୍‌ ବାସରେ ବାଉଣ୍ଡ୍ରି ବାହାରେ କ୍ୟାଚ୍‌

ସିଡ୍‌ନୀ,୧୦।୧(ଏଏଫ୍‌ପି)- ଚଳିତ ବିଗ ବାସ ଲିଗ୍‌ (ବିବିଏଲ)ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଦୁଇ ଜଣିଆ କ୍ୟାଚ୍‌ ଦ୍ୱାରା ହାବର୍ଟ ଅଧିନାୟକ ମାଥ୍ୟୁ ଓ୍ବେଡ ଆଉଟ୍‌ ହୋଇଥିଲେ। କିନ୍ତୁ ଉକ୍ତ କ୍ୟାଚ୍‌ ଯୋଗୁ କ୍ରିକେଟ ନିୟମ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।…

କଙ୍କଡା ଖାଇବାକୁ ଭଲ ପାଆନ୍ତି ଏହି ମହାନ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି ତାହା ମଧ୍ୟ ଜାଣିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?