ଶ୍ରୀଲଙ୍କା କିମ୍ବଦନ୍ତୀଙ୍କୁ ଭାରତୀୟ ମହିଳା ଦଳର ଉପହାର
ମେଲବୋର୍ନ,୨ା୩- ଚଳିତ ମହିଳା ଟି୨୦ ବିଶ୍ୱକପ୍ରେ ସୋମବାର ଅନୁଷ୍ଠିତ ଗ୍ରୁପ୍ ଏ’ର ଲିଗ୍ ମ୍ୟାଚ୍ରେ ଶ୍ରୀଲଙ୍କା ୯ ଉଇକେଟରେ ବାଂଲାଦେଶକୁ ହରାଇ ଦେଇଛି। ଏହି ବିଜୟ ସତ୍ତ୍ୱେ ଶ୍ରୀଲଙ୍କା ଦଳ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ଏଥିସହ ଦଳର ସବୁଠୁ ସିନିୟର...
ପ୍ରଶ୍ନ ଶୁଣି ରାଗିଲେ ବିରାଟ
ଖ୍ରୀଷ୍ଟଚର୍ଚ୍ଚ,୨ା୩(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉଟ୍ ହେବା ପରେ ଉତ୍ତେଜନାମୂଳକ ପ୍ରତିକ୍ରିୟା ଦେଇଥିଲେ। ଏ ଘଟଣାରେ ମ୍ୟାଚ୍ ରେଫରି ରଞ୍ଜନ ମଦୁଗଲେଙ୍କ କିଛି...
ଚେନ୍ନାଇରେ ଧୋନୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଚେନ୍ନାଇ,୨ା୩- ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ସୋମବାର ଚେନ୍ନାଇରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ପୂର୍ବରୁ ପ୍ରସ୍ତୁତି କରିବା ପାଇଁ ସେ ଏଠାକୁ ଆସିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ଅଫିସିଆଲ ଟୁଇଟର...
ରିୟଲ ମାଡ୍ରିଡ୍ ଜିତିଲା ଏଲ କ୍ଲାସିକୋ
ମାଡ୍ରିଡ୍,୨ା୩- ବିଶ୍ୱ ଫୁଟବଲର ସବୁଠୁ ଗୁରୁତ୍ୱପୂର୍ଣ୍ଣ କ୍ଲବ ମ୍ୟାଚ୍ ଏଲ କ୍ଲାସିକୋରେ ରିୟଲ ମାଡ୍ରିଡ୍ ବିଜୟୀ ହୋଇଛି। ମାଡ୍ରିଡ୍ ୨-୦ ଗୋଲରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ବାର୍ସିଲୋନାକୁ ହରାଇ ଦେଇଛି। କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିନା ମାଡ୍ରିଡ୍ ଦଳ ପ୍ରଥମର ଥର ପାଇଁ...
ଟେଷ୍ଟ ସିରିଜ୍ ପୋଛିଲା ନ୍ୟୁଜିଲାଣ୍ଡ
ଖ୍ରୀଷ୍ଟଚର୍ଚ୍ଚ,୨ା୩- ତାରକା ଖଚିତ ଭାରତୀୟ ଦଳ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍କୁ ନ୍ୟୁଜିଲାଣ୍ଡ ପୋଛି ନେଇଛି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ମାତ୍ର ୩ ଦିନରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ୭ ଉଇକେଟରେ ଜିତି ନେଇଛି।...
ବକ୍ସିଂ ରିଙ୍ଗ୍ରେ ଦୁଇ ଭାଇ ମୁହାଁମୁହିଁ
ଭୁବନେଶ୍ୱର, ୨ା୩ (କ୍ରୀଡ଼ା ପ୍ରତିନିଧି)- ରବିବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଗୋଟିଏ ଇଭେଣ୍ଟରେ ଦୁଇ ଭାଇ କିମ୍ବା ଯମଜ ଭଉଣୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜର ଖୋରାକ ଯୋଗାଇଥିଲା। ଅନ୍ତିମ ଦିବସରେ ପଟିଆଲାର ଦୁଇ...
ଶ୍ରୀଲଙ୍କା ୩-୦ରେ ସିରିଜ ଜିତିଲା
ପାଲିକେଲ୍ (ଶ୍ରୀଲଙ୍କା), ୨ା୩ (ଏପି)- ଆଞ୍ଜେଲୋ ମାଥ୍ୟୁସ୍ଙ୍କ ୪ ଉଇକେଟ ସଫଳତା ବଳରେ ଶ୍ରୀଲଙ୍କା ଏଠାରେ ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୬ରନରେ ପରାସ୍ତ କରିଛି। ଏଥିସହିତ ଦଳ ୩ ମ୍ୟାଚବିଶିଷ୍ଟ ସିରିଜକୁ ୩-୦ରେ ଜିତିନେଇଛି।...
ବାଂଲାଦେଶକୁ ସହଜ ବିଜୟ ଦେଲେ ଲିଟନ
ସିଲ୍ହେଟ୍ (ବାଂଲାଦେଶ), ୨ା୩ (ଏଏଫ୍ପି)- ଲିଟନ ଦାସଙ୍କ ଶତକ ସହାୟତାରେ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶ ୧୬୯ ରନରେ ସହଜ ବିଜୟ ହାସଲ କରିଛି। ସ୍ଥାନୀୟ ସି୍ଲହେଟ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି...
ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍ଯାପିତ: ପଞ୍ଜାବ ଦଳଗତ ଚାମ୍ପିୟନ, ସାବିତ୍ରୀ ଫୁଲେ ରନର୍ସଅପ୍
ଭୁବନେଶ୍ୱର,୨।୩(ସ୍ପୋଟର୍ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା(କେଆଇୟୁଜି)ର ପ୍ରଥମ ସଂସ୍କରଣ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି। କିଟ୍ ବିଶ୍ୱବିଦ୍ୟାଳୟ ଇନ୍ଡୋର ହଲ୍ରେ ରବିବାର ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ମେଗା ଇଭେଣ୍ଟର ଉଦ୍ଯାପନୀ ଉତ୍ସବ ଆୟୋଜିତ ହୋଇଥିଲା। ପଞ୍ଜାବ ବିଶ୍ୱବିଦ୍ୟାଳୟ...
କରୋନା ଭାଇରସ ପ୍ରଭାବ: ରୁଦ୍ଧଦ୍ୱାରରେ ହେବ ସୁମୋ ଟୁର୍ନାମେଣ୍ଟ
ଟୋକିଓ,୧ା୩(ଏଏଫ୍ପି)-କରୋନା ଭାଇରସ ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସୁମୋ ସ୍ପ୍ରିଙ୍ଗ୍ ଟୁର୍ନାମେଣ୍ଟ ରୁଦ୍ଧଦ୍ୱାର ମଧ୍ୟରେ ହେବ। ଏହି ଖେଳର ପରିଚାଳନା ପରିଷଦ ରବିବାର ପ୍ରକାଶ କରିଛି। ସୁମୋ ଟୁର୍ନାମେଣ୍ଟ ମାର୍ଚ୍ଚ ୮ରୁ ୨୨ ପର୍ଯ୍ୟନ୍ତ ଓସାକାଠାରେ ଅନୁଷ୍ଠିତ ହେବ।...
ପୂର୍ବତନ ହକି ଖେଳାଳି ବଲ୍ବୀରଙ୍କ ପରଲୋକ
ନୂଆଦିଲ୍ଲୀ, ୧ା୩ (ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ବଲ୍ବୀର ସିଂ କୁଲାରଙ୍କ ଦୃଦ୍ଘାତରେ ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ୧୯୬୮ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ତାଙ୍କର ସ୍ତ୍ରୀ ଏବଂ...
ଆଇସିସି ମହିଳା ଟି୨୦ ବିଶ୍ୱକପ୍: ସେମିରେ ଦକ୍ଷିଣ ଆଫ୍ରିକା
ସିଡ୍ନୀ,୧ା୩(ପି.ଟି.)- ଲୌରା ଓ୍ବଲଭାର୍ଡଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଦକ୍ଷିଣ ଆଫ୍ରିକା ୧୭ ରନ୍ରେ ପାକିସ୍ତାନକୁ ହରାଇ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଖେଳାଯାଇଥିବା ଗ୍ରୁପ୍ ବି’ର ମ୍ୟାଚ୍ରେ ଲୌରା (୫୩*)ଙ୍କ ଯୋଗୁ ଦକ୍ଷିଣ...
Archives


