Posted inଖେଳ

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ: ପଞ୍ଜାବ ଦଳଗତ ଚାମ୍ପିୟନ, ସାବିତ୍ରୀ ଫୁଲେ ରନର୍ସଅପ୍‌

ଭୁବନେଶ୍ୱର,୨।୩(ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା(କେଆଇୟୁଜି)ର ପ୍ରଥମ ସଂସ୍କରଣ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ଇନ୍‌ଡୋର ହଲ୍‌ରେ ରବିବାର ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ମେଗା ଇଭେଣ୍ଟର ଉଦ୍‌ଯାପନୀ ଉତ୍ସବ ଆୟୋଜିତ ହୋଇଥିଲା। ପଞ୍ଜାବ ବିଶ୍ୱବିଦ୍ୟାଳୟ ୧୭ ସ୍ବର୍ଣ୍ଣ, ୧୯ ରୌପ୍ୟ ଓ ୧୦ ବ୍ରୋଞ୍ଜ୍‌ ସହ ମୋଟ୍‌ ୪୬ ପଦକ ହାସଲ କରି ପଦକ ତାଲିକାର ଶୀର୍ଷରେ ରହିବା ସହ ଦଳଗତ ଚାମ୍ପିୟନ ହୋଇଛି। ଅନ୍ୟପଟେ ସାବିତ୍ରୀ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ ୧୭ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୯ ବ୍ରୋଞ୍ଜ ସହ ମୋଟ ୩୭ ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହି ରନର୍ସଅପ୍‌ ବିବେଚିତ ହୋଇଛି। ସେହିପରି ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟ ୧୩ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୧୪ ବ୍ରୋଞ୍ଜ୍‌ ସହ ମୋଟ୍‌ ୩୩ ପଦକ ପାଇ ତୃତୀୟ ସ୍ଥାନରେ ରହିବା ସହ ସେକେଣ୍ଡ ରନର୍ସଅପ୍‌ ହୋଇଛି। ଆୟୋଜକ କିଟ୍‌ ବିଶ୍ୱବିଦ୍ୟାଳୟ ୪ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୨ ବ୍ରୋଞ୍ଜ ସହ ମୋଟ ୭ ପଦକ ହାସଲ କରି ୧୭ତମ ସ୍ଥାନ ଅଧିକାର କରିଛି। ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ୧ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ସହ ୨ ପଦକ ପାଇ ୪୫ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଉତ୍କଳ କେବଳ ଗୋଟିଏ ବ୍ରୋଞ୍ଜ ପଦକ ପାଇ ୯୭ତମ ସ୍ଥାନରେ ରହିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍‌ ଜିତି ମୋଟି ୩ ପଦକ ପାଇ ୪୦ତମ ସ୍ଥାନ ପାଇଛି। ପଞ୍ଜାବ ଗୋଟିଏ କମ୍‌ ସ୍ବର୍ଣ୍ଣ ପଦକ ପାଇ ପଛରେ ପଡିଥିଲା। ଶନିବାର ପଞ୍ଜାବ ବକ୍ସିଂରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରି ସାବିତ୍ରୀକୁ ପଛରେ ପକାଇଥିଲା। ତେବେ ଅନ୍ତିମ ଦିବସରେ ସାବିତ୍ରୀ ଆଥଲେଟିକ୍ସରେ ଆଉ ଏକ ସ୍ବର୍ଣ୍ଣ ଜିତିଥିଲା।
ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଯୁବବ୍ୟାପାର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁ, ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଏଓ) ସଭାପତି ଡ. ନରିନ୍ଦର ଧ୍ରୁବ ବାତ୍ରା, ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅଲ ଇଣ୍ଡିଆ ୟୁନିଭର୍ସିଟି (ଏଆଇୟୁ) ସାଧାରଣ ସମ୍ପାଦକ ଡ. ପଙ୍କଜ ମିତ୍ତଲ, ରାଜ୍ୟ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ସଚିବ ବିଶାଲ ଦେବ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଚାମ୍ପିୟନ, ରନର୍ସଅପ୍‌ ଓ ସେକେଣ୍ଡ ରନର୍ସଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ବେଶ୍‌ ସଫଳତାର ସହ ଆୟୋଜନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବେଶ୍‌ ଖୁସି ଜାହିର କରିଥିଲେ। ଏହା ଦେଶ ତଥା ରାଜ୍ୟର କ୍ରୀଡ଼ାବିତ୍‌ଙ୍କୁ ଭବିଷ୍ୟତରେ ଭଲ ପ୍ରଦର୍ଶନ ପାଇଁ ଉତ୍ସାହିତ କରିବ ବୋଲି ସେ କହିଥିଲେ। ଆଗାମୀ ଦିନରେ ଦେଶର କ୍ରୀଡ଼ା ନୂଆ ସୋପାନରେ ପହଞ୍ଚିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସେହିପରି କେଆଇୟୁଜି ବେଶ୍‌ ସଫଳ ହୋଇଛି ବୋଲି ରିଜିଜୁ କହିଥିଲେ। ସବୁ ଖେଳାଳି ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏବେ କେଆଇୟୁଜି ପ୍ରତିବର୍ଷ ନିୟମିତ ଭାବେ ଆୟୋଜନ ହେବ। କଶ୍ମୀରରେ ଖେଲୋ ଇଣ୍ଡଆ ଶୀତକାଳୀନ ଗେମ୍ସ ଆୟୋଜନ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି। ଏହା ଭବିଷ୍ୟତରେ ଦେଶ ପାଇଁ ଅଲିମ୍ପିକ୍‌ ମେଡାଲିଷ୍ଟ ସୃଷ୍ଟି କରିବ। ୨୦୨୮ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। କେଆଇୟୁଜିର ପରବର୍ତ୍ତୀ ସଂସ୍କରଣ କେଉଁ ବିଶ୍ୱବିଦ୍ୟାଳୟ ଆୟୋଜନ କରିବ ତାହା ଖୁବ୍‌ଶ୍ରୀଘ୍ର ଘୋଷଣା କରାଯିବ ବୋଲି ସେ କହିଥିଲେ। କ୍ରୀଡ଼ା ବିକାଶରେ ଓଡ଼ିଶା ସରକାରଙ୍କ ଦୃଷ୍ଟାନ୍ତମୂଳକ ତଥା ନିରବଚ୍ଛିନ୍ନ ପ୍ରୟାସ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଆୟୋଜକ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କେଆଇୟୁଜିର ସଫଳ ଆୟୋଜନ ପାଇଁ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇମାସରୁ କମ୍‌ ସମୟ ଆମକୁ ମିଳିଥିଲା। ତେବେ ଏହା ସତ୍ତ୍ୱେ ଏହି ମେଗା ଇଭେଣ୍ଟ ସଫଳତାର ସହ ଆୟୋଜନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ମଧ୍ୟ କେଆଇୟୁଜିର ସଫଳ ଆୟୋଜନକୁ ବେଶ୍‌ ପ୍ରଶଂସା କରିଥିଲେ। କ୍ରୀଡ଼ାର ଉନ୍ନତି ପାଇଁ ରାଜ୍ୟ ସରକାର ବଦ୍ଧପରିକର ବୋଲି ସେ କହିଥିଲେ। ସେହିପରି ଦେଶରେ କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ନରିନ୍ଦର ବାତ୍ରା ବେଶ୍‌ ପ୍ରଶଂସା କରିଥିଲେ। ଓଡ଼ିଶାରେ ଏକାଧିକ ବିଶ୍ୱସ୍ତରୀୟ ଇଭେଣ୍ଟ ସଫଳତାର ସହ ଆୟୋଜିତ ହୋଇଛି। ଏଥିପାଇଁ ସେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri