ପଞ୍ଚାୟତ ଇଲେକ୍ସନ

ନିର୍ବାଚନ ମଇଦାନରେ ନଣନ୍ଦ-ଭାଉଜ

ବନ୍ତ,୨୩|୧(ସ୍ବ.ପ୍ର.) ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ୨୫ ପଞ୍ଚାୟତର ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ପରେ ଶନିବାର ଯାଞ୍ଚ ପ୍ରକ୍ରିୟା ସରିଛି। ତେବେ ଓଡ଼ଙ୍ଗ ପଞ୍ଚାୟତରେ ଗୋଟିଏ ପରିବାରର ନଣନ୍ଦ ଓ ଭାଉଜ ଭିନ୍ନ ଭିନ୍ନ ଦଳ ସମର୍ଥନରେ ସରପଞ୍ଚ ପ୍ରାର୍ଥୀ…

ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ସ୍ବାଧୀନ ପ୍ରାର୍ଥୀଙ୍କ ସହ ସର୍ବଦଳୀୟ କମିଟିର ଆଲୋଚନା

କୋରାପୁଟ,୨୩ା୧(ସ୍ବ.ପ୍ର.): କୋରାପୁଟ ଜିଲାର ପଟ୍ଟାଙ୍ଗୀ ବ୍ଳକ ଅଧୀନ ଜିଲା ପରିଷଦ ଜୋନ -୧ରେ ଯାଉଥିବା କୋଟିଆ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ୨ଜଣ ମହିଳା ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।…

ଗୋଟିଏ ପଦବୀ ପାଇଁ ଲଢ଼ିବେ ସ୍ବାମୀ,ସ୍ତ୍ରୀ

ନୂଆଗାଁ,୨୩।୧(ଡି.ଏନ.ଏ.): ରାଜନୀତିରେ ନାହିଁ ପାରିବାରିକ ସମ୍ପର୍କ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍‌ ପାରାଢିପି ପଞ୍ଚାୟତରେ ଏକ ଦମ୍ପତି ଗୋଟିଏ ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ନୂଆଗାଁ ବ୍ଲକର ୨୨ ପଞ୍ଚାୟତ ମଧ୍ୟରୁ…

ଶାସକ ଦଳରେ ଅସନ୍ତୋଷ

ନୟାଗଡ଼ ଅଫିସ,୨୩।୧: ନୟାଗଡ଼ ଜିଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଭାଜପା ଓ ବିଜେଡି ଦଖଲରେ ଥିବା ଜିଲାପରିଷଦ ଜୋନ୍‌କୁ ପୁଣି ଅକ୍ତିଆର କରିବା ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚାଲିଥିବା…

‘ଗଡ଼ ଜଗ, କର୍ମୀଙ୍କୁ ଏକାଠି କର’

ଖୋର୍ଦ୍ଧା ଅଫିସ,୨୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି। ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରତ୍ୟାହାର ପରେ ଚଡ଼ାନ୍ତ ତାଲିକା ପ୍ରକାଶ ପାଇବ। କରୋନା କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟ ନିର୍ବାଚନ କମିଶନର ପ୍ରଚାର, ରାଲି, ରାଜନୈତିକ ସମାବେଶ ଉପରେ…

ସେତୁ ନ ହେଲେ ଭୋଟ୍‌ ବର୍ଜନ

ଖୋର୍ଦ୍ଧା ଅଫିସ,୨୩ା୧: ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମିତି ଗାଁ ଅଛି, ଯେଉଁଠି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି…

ଉଲ୍ଲଂଘନ ହେଉଛି ନିର୍ବାଚନ ଆଦର୍ଶ ଆଚରଣ ବିଧି

ସେମିଳିଗୁଡା/ସୁନାବେଡ଼ା, ୨୩|୧ (ସ୍ବ.ପ୍ର.) କୋରାପୁଟ ଜିଲା ସେମିଳିଗୁଡା ବ୍ଲକ ଏବଂ ସୁନାବେଡ଼ା ମ୍ୟୁନିସିପାଲିଟିର କେତେକ ସ୍ଥାନରେ ହୋର୍ଡ଼ିଂ ଲାଗିଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଏହି ହୋର୍ଡିଂଗୁଡିକୁ କାଢିବା ଲାଗି ନିର୍ବାଚନ…

ଜନମତ ସ୍ଥିର ଥିବା ସଙ୍କେତ

ଯାଜପୁର ଅଫିସ,୨୩ା୧: ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ଅନୁଯାୟୀ ତୃଣମୂଳ ଶାସନକୁ ଦୃଢୀକରଣ କରାଯାଇ ଜିଲାସ୍ତର ପର୍ଯ୍ୟନ୍ତ ପ୍ରତିନିଧି ବାଛିବାର ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତସ୍ତରରେ ସରପଞ୍ଚ, ପଞ୍ଚାୟତ ସମିତିସ୍ତରରେ ସମିତି ସଭ୍ୟ ଓ ଜିଲାସ୍ତରରେ ଜିଲାପରିଷଦ ସଭ୍ୟ…

ପ୍ରାର୍ଥୀ ହେବାରୁ ଧାନଗଦା ଜାଳିଦେଲେ

ତିଗିରିଆ, ୨୩।୧ (ଡି.ଏନ୍‌.ଏ.): ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତରେ ସରପଞ୍ଚ ପଦବୀରେ ନାମାଙ୍କନପତ୍ର ଦାଖଲ ପରେ ରାଜନୈତିକ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ଅନ୍ତର୍ଗତ ବଡ଼ପାଟଣା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିବାରୁ ତାଙ୍କ…

ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ

ନାକଟିଦେଉଳ,୨୩ା୧(ଡି.ଏନ୍‌.ଏ.)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ସେ ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ପାଣିମୁରା ପଞ୍ଚାୟତ ଶଙ୍ଖାଭାଙ୍ଗୁଣୀ ଗ୍ରାମର ରଶ୍ମିତାପ୍ରିୟା ବେକ୍‌। କଲ୍ୟାଣ ବେକ୍‌ ଓ ସୁବାଷିନୀ ବେକ୍‌ଙ୍କ ଝିଅ ରଶ୍ମିତା…

ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ

କେନ୍ଦୁଝର,୨୨ା୧(ସ୍ବ.ପ୍ର.): କେନ୍ଦୁଝର ଉପଖଣ୍ଡରେ ନାମାଙ୍କନପତ୍ର ଯାଞ୍ଚରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଥିବା ବେଳେ ଅନ୍ୟ ସବୁ କାଏମ ରହିଛି। ହରିଚନ୍ଦନପୁର ବ୍ଲକର ୩୩ ନମ୍ବର୍‌ ଜୋନରେ ନାମାଙ୍କନପତ୍ର ଦାଖଲ କରିଥିବା ଜେଏମ୍‌ଏମ୍‌ ପ୍ରାର୍ଥୀ ଫୁଲମଣି ମୁର୍ମୁଙ୍କ ନାମାଙ୍କନପତ୍ରରେ ଦସ୍ତଖତ ନ…

ଯାଞ୍ଚରେ ନାକଚ ହେଲା ୬ ନାମାଙ୍କନ: ୨ ସରପଞ୍ଚ, ୬ ସମିତିସଭ୍ୟ ଅପ୍ରତିନ୍ଦ୍ୱନ୍ଦ୍ୱୀ

ହିଞ୍ଜିଳିକାଟୁ,୨୨ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହିଞ୍ଜିଳିକାଟୁ ବ୍ଲକରେ ଶନିବାର ଯାଞ୍ଚ ପରେ ୬ ନାମାଙ୍କନ ଖାରଜ ହୋଇଛି। ୩ ସମିତି ସଦସ୍ୟ, ୨ ସରପଞ୍ଚ ଓ ଗୋଟିଏ ଓ୍ବାର୍ଡସଭ୍ୟ ନାମାଙ୍କନକୁ ଯାଞ୍ଚ ପରେ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?