ପଞ୍ଚାୟତ ଇଲେକ୍ସନ

ଭୋଟବାକ୍ସ ଟେକିନେଲେ ଡଙ୍ଗରିଆ

ରାୟଗଡ଼ା ଅଫିସ/ବିଷମକଟକ,୨୦ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ଅଧୀନ କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ ବେଳେ ରବିବାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୁନାଖଣ୍ଡି ପଞ୍ଚୟତ ନିୟମଗିରି ପାହାଡ଼ ଅଞ୍ଚଳର ରାଇଲିମା ଗ୍ରାମର ୧୪ ନଂ.…

ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼, ଛଡେଇ ନେଲେ ଭୋଟବାକ୍ସ

ଭଦ୍ରକ ଅଫିସ,୨୦।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି। ବାଲଟ ପେପର ଫୋଲ୍ଡିଂରେ ତ୍ରୁଟି ଯୋଗୁ ଚିହ୍ନ ଦେଖାଯାଉ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ…

ବଳଭଦ୍ରପୁରରୁ ଫେରିଲା ଖାଲି ଭୋଟ ବକ୍ସ

ଚମ୍ପୁଆ/ଝୁମ୍ପୁରା,୨୦ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅଧୀନ ବଳଭଦ୍ରପୁର ଗ୍ରାମବାସୀ ରବିବାର ଭୋଟ୍‌ ବର୍ଜନ କରିଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଭୋଟ୍‌ ଦେଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ନିର୍ବାଚନ ବିଗୁଲ ବାଜିଲା…

ୱାର୍ଡସଭ୍ୟ ପାଇଁ ମଇଦାନରେ ଅବସରପ୍ରାପ୍ତ କୃଷି ଅଧିକାରୀ

ଅମରପାଲି,୨୦ା୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ଚମ୍ପାମାଳ ପଞ୍ଚାୟତ ଅଧୀନ ଚମ୍ପାପୁର ଗ୍ରାମ ୬ନମ୍ବର ୱାର୍ଡ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଅବସରପ୍ରାପ୍ତ ଜିଲା କୃଷି ଅଧିକାରୀ ନିତ୍ୟାନନ୍ଦ ପଣ୍ଡା। ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଏମଏସସି ଏଜି। ସେ କୃଷି…

ପୁରୁଷୋତ୍ତମପୁରର ୩୩ ବୁଥ୍‌ ଅତି ସମ୍ବେଦନଶୀଳ

ପୁରୁଷୋତ୍ତପୁର,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୨୬ଟି ପଞ୍ଚାୟତରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାକୁ ନେଇ ବ୍ଲକ ନିର୍ବାଚନ ଅଧିକାରୀ ବିଡିଓ ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି। ୨୬ଟି…

ଭୋଟ୍‌ ବର୍ଜନ କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏଙ୍ଗାରସିଂ ପଞ୍ଚାୟତର ଜାଲ ଗ୍ରାମବାସୀ ସମୂହ ଭୋଟ୍‌ ବର୍ଜନ, ପଞ୍ଚାୟତ ପୂର୍ଣ୍ଣ ଗଠନ ବେଳେ ଗ୍ରାମବାସୀଙ୍କୁ ଅଣଦେଖା ନେଇ ଅସନ୍ତୁଷ୍ଟ ଓ ମୌଳିକ ସମସ୍ୟାର ସମାଧାନ ନ ହେବାରୁ ଭୋଟ୍‌ ବର୍ଜନ କରିଛନ୍ତି…

ସାଲେପୁରରେ ସରିଲା ମତଦାନ

ନିଶ୍ଚିନ୍ତକୋଇଲି,୨୦ା୨(ସ୍ବ.ପ୍ର.): ସାରା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ଆଜି ସରିଛି। କଟକ ଜିଲା ସାଲେପୁର ବ୍ଲକରେ ରବିବାର ସକାଳୁ ମତଦାତାମାନେ ଭୋଟ୍‌ କେନ୍ଦ୍ର ସମ୍ମୁଖରେ ଲମ୍ବାଧାଡ଼ିରେ ମତଦାନ କରିଥିଲେ। ସୂଚନାନୁଯାୟୀ, ଏହି ବ୍ଲକରେ ଥିବା ୩୫ ପଞ୍ଚାୟତରେ ଥିବା ୫୬୪ ମତଦାନ…

ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫% ମତଦାନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରବିବାର ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ୧ଟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୯ ଜିଲା ୬୩ ବ୍ଲକର ୧୩୮୨ ପଞ୍ଚାୟତର ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଛି। ତେବେ ରବିବାର ମଧ୍ୟାହ୍ନ ୧୨ଟା…

ଭୋଟ୍‌ ବାକ୍ସ ଲୁଟିନେଲେ, ୩ ଖବରଦାତାଙ୍କୁ ନିସ୍ତୁକ ପିଟିଲେ

ବିଞ୍ଝାରପୁର,୨୦ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଛୋଳ ପଞ୍ଚାୟତରେ ରବିବାର ପୂର୍ବାହ୍ନରେ ଖବର ସଂଗ୍ରହ କରିବାକୁ ଯାଇଥିବା ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ ସହ ଭୋଟ୍‌ ବାକ୍ସ ଲୁଟ୍‌ ହୋଇଥିବା ଜଣାପଡ଼ିଛି । ଖବର ମୁତାବକ ରବିବାର ପୂର୍ବାହ୍ନରେ କିପରି ମତଦାନ…

ଗୋଳେଇପୁର ପଞ୍ଚାୟତରେ ବୁଥ୍‌ ରିଗିଂ ଅଭିଯୋଗ: ଅନୁଧ୍ୟାନ କରିବାକୁ ଯାଇଥିବା ବିଡିଓଙ୍କୁ ମାଡ଼

ଯାଜପୁର ରୋଡ୍‌,୨୦।୨(ଡି.ଏନ୍‌.ଏ.): ଯାଜପୁର ଜିଲା କୋରାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ୮,୯,୧୦ ଏବଂ ୧୧ ନଂ ବୁଥ୍‌ରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ବୁଥ୍‌ ରିଗିଂ ଅଭିଯୋଗ ପାଇ ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ କୋରାଇ ବିଡିଓଙ୍କୁ କିଛି ଦୁର୍ବୃତ୍ତ…

କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

କେସିଙ୍ଗା,୨୦ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର େ୧ ନଂ ଜୋନ୍‌ରେ ବିଜେଡି,କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେଉଛି। ଏହି ଜୋନ୍‌ରେ ୨୮ହଜାର ୪୯୯ଭୋଟର ରହିଛନ୍ତି। ଏହି ଜୋନରେ ୯ ପଞ୍ଚାୟତ ରହିଛି। ସେଗୁଡ଼ିକ ହେଲା ବେଳଖଣ୍ଡି, ସିରଜାପାଲି, ହାତୀଖୋଜ,…

ବୁଥ୍‌ରେ ଉତ୍ତେଜନା, ମତଦାନ ବନ୍ଦ

ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏସ କରଡାସିଂ ପଞ୍ଚାୟତ ମତଦାନ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଭୋଟର ତାଲିକାରେ ନାଁ ନ ଥିବାରୁ ଏହି ଉତ୍ତେଜନା ଦେଖାଦେଇଛି। ୯ ନମ୍ବର ବୁଥ୍‌ ଘାଟିତଳ ଗ୍ରାମର ଉତ୍ତ୍ୟକ୍ତ ଲୋକେ ମତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?