ଯାଞ୍ଚରେ ନାକଚ ହେଲା ୬ ନାମାଙ୍କନ: ୨ ସରପଞ୍ଚ, ୬ ସମିତିସଭ୍ୟ ଅପ୍ରତିନ୍ଦ୍ୱନ୍ଦ୍ୱୀ

ହିଞ୍ଜିଳିକାଟୁ,୨୨ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହିଞ୍ଜିଳିକାଟୁ ବ୍ଲକରେ ଶନିବାର ଯାଞ୍ଚ ପରେ ୬ ନାମାଙ୍କନ ଖାରଜ ହୋଇଛି। ୩ ସମିତି ସଦସ୍ୟ, ୨ ସରପଞ୍ଚ ଓ ଗୋଟିଏ ଓ୍ବାର୍ଡସଭ୍ୟ ନାମାଙ୍କନକୁ ଯାଞ୍ଚ ପରେ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବିଡିଓ ସୁବ୍ରତ କୁମାର ଜେନା କହିଛନ୍ତି। ଯାଞ୍ଚ ପରେ ହିଞ୍ଜିଳିକାଟୁ ବ୍ଲକର ୨୧ ପଞ୍ଚାୟତରୁ ପୋଚିଲିମା ଓ ସାହାପୁରରେ ଗୋଟିଏ ଲେଖାଏ ସରପଞ୍ଚ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ସେହିପରି ଭାବନ୍ଧ, ଦାରୁଭଦ୍ରା,କଞ୍ଚୁରୁ,ପୁଟିଆପଦର,ସାହାପୁର ଓ ଶିକିରି ପଞ୍ଚାୟତର ସମିତି ସଦସ୍ୟ ପାଇଁ ଗୋଟିଏ ଲେଖାଏ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ସଂପ୍ରତି ୧୯ ପଞ୍ଚାୟତରେ ୯୯ ସରପଞ୍ଚ ଓ ୧୫ ପଞ୍ଚାୟତରେ ୬୮ ସମିତିସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ନିର୍ବାଚନରେ ଅଂଶଗହଣ କରିବାକୁ ଥିବା ତାଲିକା ପ୍ରକାଶ ପାଇବ। ଆସନ୍ତା ଫେବୃୟାରୀ ୧୬ରେ ହିଞ୍ଜିଳିକାଟୁରେ ଭୋଟ୍‌ ଗ୍ରହଣ ହେବ। ହିଞ୍ଜିଳିକାଟୁ ବ୍ଲକର ୨୧ ପଞ୍ଚାୟତରେ ମୋଟ୍‌ ୯୮୨୨୪ ଭୋଟର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁଣ୍ଡରେ ଲାଗିଲା ବାଉଁଶ: ବାହାର ଲୋକ ଆସିବା ମନା

ଗୋପ,୨୬ା୩(ଡି.ଏନ୍‌.ଏ.)- ଦେଶରେ ଲକଡାଉନ ଘୋଷଣା ପରେ ଗୋପ ବ୍ଲକର ୧୦୦ରୁ ଊଦ୍ଧର୍‌ବ ଗାଁ ମୁଣ୍ଡରେ ଯୁବକମାନେ ବାଉଁଶ ଧଡ଼ା ଲଗାଇ ଦେଇଛନ୍ତି। ଏହାସହ କୌଣସି ବାହାର...

ଆନ୍ତର୍ଜାତିକ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ ଶୁଭସ୍ମିତା

କେନ୍ଦ୍ରାପଡ଼ା ଅଫିସ,୧୯ା୯: ଆନ୍ତର୍ଜାତିକ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ...

ଏଲ୍‌ଆଇ ପଏଣ୍ଟରେ ପାଣି ଉଠାଇ ବିକ୍ରି ଅଭିଯୋଗ

ଜୁନାଗଡ,୧୬।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁା ଗ୍ରାମରେ ଥିବା ବାଗଡିସର ନାଳର ପାଣିକୁ କେତେକ ମୁଷ୍ଟିମେୟ ଲୋକ ଏଲ୍‌ଆଇ ପଏଣ୍ଟ ସାହାଯ୍ୟରେ ପାଣି...

ଚିନ୍ତାରେ ରବି ଧାନ ଚାଷୀ

ଯାଜପୁର ଅଫିସ,୨୧।୫: ସମ୍ଭାବ୍ୟ ବାତ୍ୟା ନେଇ ପ୍ରଚାର ହେବା ପରେ ରବି ଧାନ ଚାଷୀଙ୍କ ଚିନ୍ତା ବଢିଛି। ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ କରିବାକୁ ଜିଲା...

ସୌଭାଗ୍ୟ ଯୋଜନା ବାଟବନା: ବିଦ୍ୟୁତ୍‌ ସଂଯୋଗରୁ ବଁଚିତ୍‌ ସିର୍ଲିଗୁଡ଼ାବାସୀ

କୋକସରା, ୨୬।୧୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଫୁଫଗାଁ ପଁଚେତ୍‌ ସିର୍ଲିଗୁଡ଼ା ଗାଁବାସୀକୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ଯୁଗେଇ ଦେବାର ଲାଗି କାମ୍‌ ମୂଲ...

ବୌଦ୍ଧ ଆରଏସଏସ ପକ୍ଷରୁ ମାସ୍କ ବଣ୍ଟନ

ବୌଦ୍ଧ, ୯ା୪(ସ୍ବ.ପ୍ର)-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବୌଦ୍ଧ ଶାଖା ପକ୍ଷରୁ କରୋନା ସଚେତନତା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାନିଟାଇଜେସନ ସହ ଲୋକମାନଙ୍କୁ ମାସ୍କ...

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଅସୁସ୍ଥ

ଟିକିରି,୨୯।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ପାଇକ ସୁପେଲ ଗ୍ରାମର ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନେ ବିଷାକ୍ତ ଛତୁ ଖାଇ ଅସୁସ୍ଥ...

ଲୁଟ୍‌ ହେଉଛି ଲଘୁଖଣିଜ ଦ୍ରବ୍ୟ

ବାରିପଦା ଅଫିସ,୧୮।୪-ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଞ୍ଚଳରେ ଲଘୁ ଖଣିଜ ପଦାର୍ଥ ଲୁଟ୍‌ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଜାଲ ପରମିଟ୍‌ କିମ୍ବା ବେଆଇନ...

Advertisement
Archives

Model This Week