‘ଗଡ଼ ଜଗ, କର୍ମୀଙ୍କୁ ଏକାଠି କର’

ଖୋର୍ଦ୍ଧା ଅଫିସ,୨୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି। ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରତ୍ୟାହାର ପରେ ଚଡ଼ାନ୍ତ ତାଲିକା ପ୍ରକାଶ ପାଇବ। କରୋନା କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟ ନିର୍ବାଚନ କମିଶନର ପ୍ରଚାର, ରାଲି, ରାଜନୈତିକ ସମାବେଶ ଉପରେ କଟକଣା ଜାରି କରିଛନ୍ତି। ପ୍ରାର୍ଥୀଙ୍କ ସହ ୫ଜଣ ସମର୍ଥକ ପ୍ରଚାରରେ ଯାଇପାରିବେ। କଟକଣା ଯୋଗୁ ସମସ୍ତ ପ୍ରାର୍ଥୀ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ଅଭିଯାନକୁ ଓହ୍ଳାଇବାକୁ ରଣନୀତି ଚଳାଇଛନ୍ତି। ଓ୍ବାର୍ଡମେମ୍ବର, ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ବିନା କୌଣସି ଦଳୀୟ ଚିହ୍ନରେ ଲଢୁଥିବା ବେଳେ ଜିଲା ପରିଷଦ ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ଲଢୁଛନ୍ତି। ଜିଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁ ଦଳ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ବିଜେଡି ପଞ୍ଚାୟତ ନିର୍ବାଚନର ମାସକ ପୂର୍ବରୁ ତୃଣମୂଳ ସ୍ତରରେ କର୍ମୀଙ୍କୁ ନେଇ ଭୋଟରଙ୍କ ସ୍ଥିତି, କେଉଁ ପଞ୍ଚାୟତରେ କଣ ମାହୋଲ ରହିଛି ତାହାର ସର୍ଭେ କରିଛି। ଦଳ ପକ୍ଷରୁ ନିୟୋଜିତ ପର୍ଯ୍ୟବେକ୍ଷକମାନେ ବ୍ଲକ ଏବଂ ପଞ୍ଚାୟତ ସ୍ତରକୁ ଗସ୍ତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଦଳୀୟ ବିଧାୟକ, ନେତା, କର୍ମୀଙ୍କ ସମାବେଶ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କ ଅବଗତ କରାଇବା ସହ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ କର୍ଣ୍ଣମନ୍ତ୍ର ଦେଇଛନ୍ତି।

ସେହି ଅନୁସାରେ ବିଜେଡି ପକ୍ଷରୁ ସବୁ ପଞ୍ଚାୟତରେ କର୍ମୀଙ୍କୁ ନେଇ ଗଠିତ ଟିମ, ନିଜ ଅଞ୍ଚଳରେ ଲୋକଙ୍କୁ ଏକାଠି କରିବାରେ ଲାଗି ପଡିଛନ୍ତି। ବିଜେଡି ଛାତ୍ର ଏବଂ ଯୁବ ବିଜେଡି କର୍ମୀଙ୍କୁ ବିଶେଷ ଗୁରୁତ୍ୱ ଦେଇଛି। ପଞ୍ଚାୟତ ନିର୍ବାଚନରେ ଏମାନଙ୍କୁ ଗୁରୁତ୍ୱ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର କରୋନା ସମୟରେ ମହିଳା ଏସଏଚଜି ଗ୍ରୁପଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ସହ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହ ଗ୍ରାମାଞ୍ଚଳର ବିକାଶରେ ମହିଳାଙ୍କ ସହଭାଗିତାକୁ ଗୁରୁତ୍ୱ ଦେଇଛନ୍ତି। ଚଳିତ ନିର୍ବାଚନରେ ମହିଳାମାନେ ବିଜେଡି ପାଇଁ ବରଦାନ ସଦୃଶ୍ୟ କାର୍ଯ୍ୟ କରିବେ ବୋଲି ଦଳ ଆକଳନ କରିଛି। ବିଜେଡିର ସମସ୍ତ ଆସନରେ ୫୦ପ୍ରତିଶତ ମହିଳାଙ୍କୁ ସ୍ଥାନ ଦେଇଛି। ଫଳରେ ବିଜେଡି ପାଇଁ ମହିଳାମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି। ଟିକେଟକୁ ନେଇ ବହୁ ଆଶାୟୀଙ୍କୁ ନିରାଶ ହେବାକୁ ପଡିଛି। ନିର୍ବାଚନରେ ଏହାର ପ୍ରଭାବ ପଡିବା ନେଇ ଆଶଙ୍କା କରିଛି। ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ହାଇକମାଣ୍ଡ ଦଳୀୟ ବିଧାୟକଙ୍କୁ ତାଗିଦ୍‌ କରିଥିବା ଜଣାପଡିଛି। ସମସ୍ତ ପ୍ରାର୍ଥୀ ବିଜୟ ଲାଭ କରିବା ନେଇ ଦଳୀୟ ବିଧାୟକମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟେ ବିରୋଧୀ କଂଗ୍ରେସ ଏବଂ ଭାଜପା ଦଳରେ ସେଭଳି କୌଣସି ଉତ୍ସାହ ଦେଖିବାକୁ ମିଳୁନାହିଁ। ନିର୍ବାଚନ ପୂର୍ବରୁ ବହୁ ବିରୋଧୀ ନେତା, କର୍ମୀ ଏବେ ବିଜେଡିରେ ଯୋଗ ଦେଇଛନ୍ତି। ଫଳରେ ହାତଗଣତି କର୍ମୀ, ନେତାଙ୍କୁ ନେଇ ଉଭୟ ଦଳ ନିର୍ବାଚନ ଲଢିବାକୁ ପ୍ରଚେଷ୍ଟା ଜାରି ରଖିଛି। କଂଗ୍ରେସରେ ଗୋଟିଏ ପଟେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବେଗୁନିଆରୁ ପୃଥିବଲ୍ଲଭ ପଟ୍ଟନାୟକ ଏବଂ ଚିଲିକାରୁ ପ୍ରଦୀପ ସ୍ବାଇଁ କଂଗ୍ରେସର ମଙ୍ଗ ଧରିଛନ୍ତି। ଭାଜପା କେବଳ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ନିର୍ଭର କରୁଥିବା ଜଣାପଡ଼ିଛି। ରଷଭ ନନ୍ଦ ଏବଂ ପ୍ରସାଦ ହରିଚନ୍ଦନଙ୍କ ପଞ୍ଚାୟତ ନିର୍ବାଚନରେ ଦେଖା ମିଳୁ ନାହିଁ। ତେବେ ଚଳିତ ନିର୍ବାଚନରେ ୩୦ଟି ଜୋନରେ ତିନି ପ୍ରମୁଖ ଦଳ ମଧ୍ୟରେ ଯୋରଦାର ଟକ୍କର ହେବା ନେଇ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରତକଳରୁ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଠ, ଯନ୍ତ୍ରାଂଶ ଜବତ

ଭୋଗରାଇ,୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୩ ବେଆଇନ କରତକଳ ଉପରେ ଗତ ଶନିବାର ବାଲେଶ୍ୱର ଟାସ୍କଫୋର୍ସ ଓ ପୋଲିସର ଚଢ଼ାଉ କରି ରବିବାର ବନବିଭାଗ ପକ୍ଷରୁ...

ଆର୍‌ଏସ୍‌ପିରେ ଗ୍ୟାସ୍‌ ଲିକ୍‌ ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାଉରକେଲା ଅଫିସ, ୬।୧: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପ୍ଲାଣ୍ଟ କୋଲ କେମିକାଲ ବିଭାଗରେ...

ନାଁକୁ ମଳମୁକ୍ତ ଗ୍ରାମ

ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ପ୍ରତି ଘରେ ପାଇଖାନା ନିର୍ମାଣ ସହ ଏହାର ବ୍ୟବହାର ପାଇଁ ଜିଲା ଜଳ ଓ ପରିମଳ ମିଶନ ଲୋକଙ୍କୁ...

ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳ: ଭକ୍ତିମୟ କଲା ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ତପୋଭୂମି ଖଣ୍ଡଗିରି ପାହାଡ଼ରେ ଆରମ୍ଭ ହୋଇଛି ନବଦିନାତ୍ମକ ପବିତ୍ର କୁମ୍ଭମେଳା। ରାଜ୍ୟ ତଥା ବାହାରୁ ଯୋଗ ଦେଇଥିବା ସାଧୁ ସନ୍ନ୍ୟାସୀଙ୍କ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନୈରାଶ୍ୟଜନକ: ଲକ୍ଷ୍ୟଧାର୍ଯ୍ୟର ମାତ୍ର ୪୨ ପ୍ରତିଶତ ସମ୍ପୂର୍ଣ୍ଣ

ନୟାଗଡ଼ ଅଫିସ,୨୬।୧: ନୟାଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବା ଦେଖିବାକୁ ମିଳିଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ମାତ୍ର ୪୨ ପ୍ରତିଶତ ଘର ସମ୍ପୂର୍ଣ୍ଣ...

ଧୂଳି ଉଡ଼ିବା ପ୍ରତିବାଦରେ ହଟିଂବାସୀଙ୍କ ରାଜପଥ ଅବରୋଧ

ଯୋଡ଼ା, ୨୫।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ୫୨୦ନଂ ଜାତୀୟ ରାଜପଥରେ ପ୍ରବଳ ମାତ୍ରାରେ ଧୂଳି ଉଡିବା ପ୍ରତିବାଦରେ ମଙ୍ଗଳବାର ଯୋଡା ଟଲକ ହଟିଂବାସୀ ୫୨୦ନଂ ଜାତୀୟ...

ନିର୍ମାଣ ଶ୍ରମିକଙ୍କୁ ମାସ୍କ, ସହାୟତା ରାଶି ବଣ୍ଟନ

ଖଇରା, ୧୦।୪(ଡି.ଏନ.ଏ.)-ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରକୋଣା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କୁ ମାସ୍କ...

ବିକାଶ ଅପେକ୍ଷାରେ ମାନ୍ଦ୍ରାବାଜୁ ଗାଁ

ଆର.ଉଦୟଗିରି,୨୩ା୬(ଡି.ଏନ.ଏ.): ମୋହନା ବ୍ଲକ ରାଇପଙ୍କା ପଞ୍ଚାୟତ ମାନ୍ଦ୍ରାବାଜୁ ଗ୍ରାମରେ ବିକାଶ ଅପହଞ୍ଚ। ଏବେ ବି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ...

Advertisement
Archives

Model This Week