ପ୍ରାର୍ଥୀ ହେବାରୁ ଧାନଗଦା ଜାଳିଦେଲେ

ତିଗିରିଆ, ୨୩।୧ (ଡି.ଏନ୍‌.ଏ.): ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତରେ ସରପଞ୍ଚ ପଦବୀରେ ନାମାଙ୍କନପତ୍ର ଦାଖଲ ପରେ ରାଜନୈତିକ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ଅନ୍ତର୍ଗତ ବଡ଼ପାଟଣା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିବାରୁ ତାଙ୍କ ୨ ଏକର ଜମିରୁ ଅମଳ ହୋଇଥିବା ଧାନ ଗଦାରେ ଶନିବାର କୌଣସି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ପ୍ରାର୍ଥୀ ଜଣକ ହେଲେ ସୁଜାତା ସ୍ବାଇଁ। ସ୍ବାମୀ ଧ୍ରୁବଚରଣ ସ୍ବାଇଁ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସୁଜାତା ପ୍ରାର୍ଥତ୍ପତ୍ର ଦାଖଲ କରିବା ପରେ କେତେଜଣ ବିରୋଧୀ ତାଙ୍କ ଘରକୁ ଆସି ଗାଳିଗୁଲଜ କରିବା ସହ ପ୍ରାର୍ଥତ୍ତ୍ୱ ପ୍ରତ୍ୟାହାର ନ କଲେ ପରିସ୍ଥିତି ଭୟାନକ ହେବ ବୋଲି କହିଥିଲେ। ଏପରିକି ଘରଦ୍ୱାର ଜାଳି ଦିଆଯିବ ବୋଲି ଧମକ ଦେଇଥିଲେ। ଶନିବାର ଭୋର ସମୟରେ ଧ୍ରୁବଚରଣ ଚାଲିବା ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କର ଧାନଗଦାରେ ନିଆଁ ଲାଗିଥିବା ଖବର ପାଇ ତିଗିରିଆ ଦମକଳ ବାହିନୀକୁ ଜଣାଇଥିଲେ। ଏହାପରେ ଦମକଳ କର୍ମଚାରୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ସବୁ ଧାନ ଜଳିଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି ବୋଲି ଆଇଆଇସି ସୁଚିତ୍ରା ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡ଼ି,୧୩।୨ (ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ ସଭାଗୃହ ନିର୍ମାଣ କାମ ଶେଷ ହୋଇଛି।...

ସ୍କୁଲ ଭ୍ୟାନ୍‌ରେ ଲାଗିଲା ନିଆଁ

ସୋନପୁର,୯ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ସହର କଲେଜ ଛକଠାରେ ଏକ ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ ଛାତ୍ରୀଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ...

ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ତାର ଜବତ: ୪ ଅଭିଯୁକ୍ତ ଅଟକ

ରୂପ୍‌ସା, ୨୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୩୩କେଭି ବିଦ୍ୟୁତ୍‌ ଲାଇନ୍‌ରୁ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଦ୍ୟୁତ୍‌...

ଲକ୍‌ଡାଉନ ନିୟମ ଭାଙ୍ଗି ୮ ଯୁବକଙ୍କ ନାମରେ ମାମଲା

ହାଟଡିହୀ, ୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଞ୍ଚଳରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏମାନେ ସମସ୍ତେ...

ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ଗଲେ ଯୁବକ, ଓହ୍ଲାଇବାକୁ କଲେ ନାକେଦମ

ପରଜଙ୍ଗ,୧୮।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଅନନ୍ତ ଶୟନ ନିକଟରେ ଥିବା ଅତି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟାଓ୍ବାର ଉପରକୁ...

‘ଅଣ୍ଡା, ଚାଉଳ ଫେରାଇ ନିଅ, ସ୍କୁଲ ଚାଲୁ କର’

ଭୋଗରାଇ, ୯।୧୧(ଡି.ଏନ.ଏ.)-ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମ୍ମୁଖରେ ସୋମବାର ବାରବାଟିଆ ଆଦିବାସୀ ପ୍ରାଥମିକ ବିଦ୍ୟାଳୟ ଓ ଘଣ୍ଟିଲୋଡ଼ି ପ୍ରାଥମିକ ବିଦ୍ୟାଳୟର...

ଯୁବକଙ୍କୁ ହତ୍ୟା ଅଭିଯୋଗ

ଫିରିଙ୍ଗିଆ,୩୧ା୧୦-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଳାପଡ଼ା ପଞ୍ଚାୟତ ଗେରୁପଡ଼ାର ଏକ ଦୋକାନ ବାରଣ୍ଡାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ପୋଲିସ ବୁଧବାର ସକାଳେ ଜବତ...

ବ୍ରାଉନସୁଗାର ପରେ ଟାର୍ଗେଟରେ କୋଲ୍‌ ମାଫିଆ

ଅନୁଗୋଳ ଅଫିସ୍‌, ୨୬ା୧ – ଅନୁଗୋଳ ଜିଲାକୁ ଅପରାଧ ମୁକ୍ତ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ଉପାନ୍ତରୁ ସହର, ଗ୍ରାମାଞ୍ଚଳରୁ ନଗର ଯାଏ ଆପରାଧିକ...

Advertisement
Archives

Model This Week