ଗୋଟିଏ ପଦବୀ ପାଇଁ ଲଢ଼ିବେ ସ୍ବାମୀ,ସ୍ତ୍ରୀ

ନୂଆଗାଁ,୨୩।୧(ଡି.ଏନ.ଏ.): ରାଜନୀତିରେ ନାହିଁ ପାରିବାରିକ ସମ୍ପର୍କ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍‌ ପାରାଢିପି ପଞ୍ଚାୟତରେ ଏକ ଦମ୍ପତି ଗୋଟିଏ ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ନୂଆଗାଁ ବ୍ଲକର ୨୨ ପଞ୍ଚାୟତ ମଧ୍ୟରୁ ସର୍ବାଧିକ ୭ ଜଣ ପ୍ରାର୍ଥୀ ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ପ୍ରାର୍ଥୀ ହେଉଛନ୍ତି ସ୍ତ୍ରୀ ଆଉ ସ୍ବାମୀ । ଜଣେ ନାରୀନେତ୍ରୀ ଆଉ ଜଣେ ସାମାଜିକ କର୍ମୀ । ସେମାନେ ହେଲେ ପାରାଢିପି ପଞ୍ଚାୟତ ଥୁଆବାରୀ ଗ୍ରାମର ଭିକାରୀ ଚରଣ ସାହୁ ଆଉ ତାଙ୍କ ସ୍ତ୍ରୀ ସୁଷମା ସାହୁ । ଏ ସଂକ୍ରାନ୍ତରେ ଭିକାରୀ କୁହନ୍ତି, ଆମ ଭିତରେ କୌଣସି ଅସୁବିଧା ନାହିଁ । ନୟାଗଡ଼ କଲେଜର ଛାତ୍ର ଜୀବନରୁ ନେତୃତ୍ୱ ନେଇ ଆସିଛି । ବର୍ତ୍ତମାନ ଗୋଟିଏ କମ୍ପାନୀରେ କାମ କରିବା ସହ ଆଉ ଗୋଟିଏ ବେସାମରିକ ପ୍ରତିରକ୍ଷା ସଙ୍ଗଠନରେ କାମ କରି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛି । ତେଣୁ ସମାଜସେବା କରିବା ପାଇଁ ଆଗେଇ ଆସିଛି । ମୋ ସ୍ତ୍ରୀ ଜଣେ ନାରୀ ନେତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାଚନକୁ ଓହ୍ଲାଇଛନ୍ତି । ମୁଁ ମଧ୍ୟ ଜଣେ ସାମାଜିକ କର୍ମୀ ଭାବେ ନିଜକୁ ଗର୍ବିତ ଅନୁଭବ କରୁଛି । ଆମ ଭିତରେ ଉତ୍ତମ ବୁଝାମଣା ରହିଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?