ପଞ୍ଚାୟତ ଇଲେକ୍ସନ

ଭୋଟ ପ୍ରକ୍ରିୟାରେ ସାମିଲ ହେଲେ ଡଙ୍ଗରିଆ

ବିଷମକଟକ/ଦୁର୍ଗୀ/ମୁନିଗୁଡ଼ା, ୧୭।୨(ଡି.ଏନ୍‌.ଏ.)  ବିଷମକଟକ ବ୍ଲକର ୨୧ ପଞ୍ଚାୟତର ୨୪୬ ୱାର୍ଡରେ ୬୪ ହଜାର ୮୯୪ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ବ୍ଲକରେ ୭୦ ପ୍ରତିଶତ ମତଦାନ ହୋଇଛି। ନିୟମଗିରିର ଡଙ୍ଗରିଆ ଜନଜାତି ଭୋଟର ମଧ୍ୟ ନିଜର ମତ ସାବ୍ୟସ୍ତ କରିଛନ୍ତି। ବ୍ଲକର…

ଚଷାନିମଖଣ୍ଡିରେ ରିଗିଂ ଉଦ୍ୟମ ବିଫଳ

ଦିଗପହଣ୍ଡି,୧୭।୨(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ତାଳପଡ଼ା ଗାଁରେ ବୁଥ ଦଖଲ ପାଇଁ ଉଦ୍ୟମରୁ ୨ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୫ ନଂ ବୁଥକୁ ଦଖଲ କରି ରିଗିଂ…

ବୁଗୁଡ଼ା ବ୍ଲକର ବାଲିପଦର, କାଦପଡ଼ାରେ ୨ ପିଙ୍କ୍‌ ବୁଥ୍‌

ବୁଗୁଡ଼ା,୧୭।୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ୧୮ରେ ଭୋଟ ଗ୍ରହଣ ହେବ। ବୁଗୁଡ଼ା ବ୍ଲକର ୨୮୭ଟି ବୁଥ୍‌ ମଧ୍ୟରୁ ବାଲିପଦର ଗ୍ରାମସ୍ଥ ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ବୁଥ୍‌ ନମ୍ବର ୮ ଏବଂ କଳମ୍ବ ପଞ୍ଚାୟତ ଅନ୍ତର୍ଗତ…

୧୫ ଜଣଙ୍କୁ କାରଣଦର୍ଶାଅ ନୋଟିସ: ନିର୍ବାଚନ କାର୍ଯ୍ୟରେ ଯୋଗଦେଇନାହାନ୍ତି ସରକାରୀ କର୍ମଚାରୀ

ଛତ୍ରପୁର,୧୭।୨(ଡି.ଏନ.ଏ): ନିର୍ବାଚନ କାର୍ଯ୍ୟ ଏକ ସାମ୍ବିଧାନିକ କାର୍ଯ୍ୟ। ଏହି କାର୍ଯ୍ୟ ସମ୍ପାଦନ ସକାଶେ ନିର୍ଦ୍ଦେଶ ପାଇଥିବା ପ୍ରତ୍ୟେକ ସରକାରୀ କର୍ମଚାରୀ ଏଥିରେ ସହଯୋଗ କରିବା ଆବଶ୍ୟକ। ଗଞ୍ଜାମ ଜିଲାରେ ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ନିର୍ବାଚନ କାର୍ଯ୍ୟ ପାଇଁ ନିଯୁକ୍ତି ପାଇ…

୩ ଗ୍ରାମବାସୀଙ୍କ ଭୋଟ ବର୍ଜନ

ଫୁଲବାଣୀ ଅଫିସ, ୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ବୁଧବାର ହୋଇଛିା କ.ନୂଆଗଁା ବ୍ଲକର ଜିରିଡିକିଆ ପଞ୍ଚାୟତରେ ସାମିଲ ହୋଇଥିବା ୩ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ୩ ଗ୍ରାମ ମଗଡିଙ୍ଗିଆ, କପୁଗୁଡା ଓ ମାହାଗୁଡା ପୂର୍ବରୁ ପୂର୍ବରୁ…

ଭୋଟ ଦେଲେନି ୬୮ ଭୋଟର

ଖୁଣ୍ଟା,୧୭।୨(ଡି.ଏନ.ଏ.) ତ୍ରୁଟିପୂର୍ଣ୍ଣ ଭୋଟର ତାଲିକାକୁ କେନ୍ଦ୍ରକରି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତର ଏକ ବୁଥ୍‌ରେ ବୁଧବାର ଭୋଟ ବର୍ଜନ କରାଯାଇଛି। ଏହି ପଞ୍ଚାୟତର ସାର୍ଜମଡ଼ିହି ଗ୍ରାମର ୩ ନଂ. ଓ୍ବାର୍ଡର ୬୮ଭୋଟର ମତଦାନ କରିନାହାନ୍ତି। ବଡ଼ଫେଣି ସରକାରୀ ପ୍ରାଥମିକ…

ଭୋଟବାକ୍ସ ଲକ୍‌ ନ ହେବାରୁ କର୍ମଚାରୀ ହଟହଟା

ଜଳେଶ୍ୱର, ୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର କେତେକ ବୁଥ୍‌ରେ କଁା ଭଁା ଉତ୍ତେଜନା ପ୍ରକାଶ ପାଇଥିଲା। ଗୋପୀମୋହନପୁର ପଞ୍ଚାୟତ ୬ନଂ. ବୁଥ୍‌ ଗୋପୀମୋହନପୁର ଓ ୧ ନଂ. ବୁଥ୍‌ ମହିଷାମୁଣ୍ଡାରେ ଭୋଟବାକ୍ସ ଲକ୍‌ ନ ହେବାରୁ ସମସ୍ୟା ସୃଷ୍ଟି ହୋଇଥିଲା…

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍‌, ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ତ୍ରିସ୍ତରୀୟ ନିର୍ବାଚନ ପାଇଁ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍‌। ଶୁକ୍ରବାର ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ। ତେବେ ଭୋଟ ପରିଚାଳନା ପାଇଁ ବୁଥ୍‌ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।…

ଜିଲା ପରିଷଦ ସଭାପତି ନିର୍ବାଚନ ପାଇଁ ନୂଆ ନିୟମ

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୨୨ ଜାନୁୟାରୀ ୭ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୫୯୩ ଅନୁସାରେ ରାଜ୍ୟ ସରକାର ଓଡ଼ିଶା ଜିଲା ପରିଷଦ ନିର୍ବାଚନ ଆଇନ-୧୯୯୪କୁ ପରିବର୍ତ୍ତନ କରି ସେଥିରେ ଅଧିନିୟମ ୫୧ (କ) ଯୋଗ କରିଛନ୍ତି ା…

ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ଚଳିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟ ବୁଧବାର ଶେଷ ହୋଇଛି। ନିର୍ବାଚନ ହେବାକୁ ଥିବା ଅଞ୍ଚଳରୁ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଥିବା ନେତା ଓ କର୍ମୀମାନଙ୍କୁ ସନ୍ଧ୍ୟା ୭ଟା ସୁଦ୍ଧା ସମ୍ପୃକ୍ତ ଅଞ୍ଚଳ ଛାଡ଼ିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ…

ନିର୍ବାଚନ କମିଶନଙ୍କୁ ଭେଟିଲେ ଭାଜପା, ବିଜେଡି

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଶାସକ ଦଳର ଗୁଣ୍ଡାଗର୍ଦ୍ଦି ଜରିଆରେ ଭୋଟ ହାତେଇବାର ହୀନ ଉଦ୍ଦେଶ୍ୟ ସାମ୍ନାକୁ ଆସିଛି ା ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ପ୍ରିଜାଇଡିଂ ଅଫିସରମାନେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି। ଜୋରଜବରଦସ୍ତ ସେମାନଙ୍କ ପାଇଁ ଭୋଟ…

କାହା କଥା ସତ: ବିରୋଧୀ ନା ଶାସକ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଶେଷ ହୋଇଯାଇଛି। ନିର୍ବାଚନ ପୂର୍ବରୁ କେତେକ ସ୍ଥାନରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ପ୍ରଥମ ପର୍ଯ୍ୟାୟ ଭୋଟିଂ ସମୟରେ ମଧ୍ୟ ଅନେକ ସ୍ଥାନରେ ବାଲଟ ବକ୍ସ ନେଇଯିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri