ଭୋଟ ପ୍ରକ୍ରିୟାରେ ସାମିଲ ହେଲେ ଡଙ୍ଗରିଆ

ବିଷମକଟକ/ଦୁର୍ଗୀ/ମୁନିଗୁଡ଼ା, ୧୭।୨(ଡି.ଏନ୍‌.ଏ.)  ବିଷମକଟକ ବ୍ଲକର ୨୧ ପଞ୍ଚାୟତର ୨୪୬ ୱାର୍ଡରେ ୬୪ ହଜାର ୮୯୪ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ବ୍ଲକରେ ୭୦ ପ୍ରତିଶତ ମତଦାନ ହୋଇଛି। ନିୟମଗିରିର ଡଙ୍ଗରିଆ ଜନଜାତି ଭୋଟର ମଧ୍ୟ ନିଜର ମତ ସାବ୍ୟସ୍ତ କରିଛନ୍ତି। ବ୍ଲକର ୪୨ ବୁଥ୍‌ ଅତିସମ୍ବେଦନଶୀଳ ଓ ୧୧୩ ବୁଥ୍‌ ସମ୍ବେଦନଶୀଳ ରହିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ଲକରେ ୯୯୩ ପୋଲିଂ ଅଧିକାରୀ, ୨୪୬ ପୋଲିସଙ୍କୁ ମିଶାଇ ୧୨୩୩ କର୍ମଚାରୀ ନିଯୋଜିତ ହୋଇଥିଲେ। ମାଓବାଦୀଙ୍କ ଗତିବିଧିକୁ ଲକ୍ଷରେ ରଖି ୨୧ପଞ୍ଚାୟତରେ ପୋଲିସ ପକ୍ଷରୁ ୨୧ ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ହୋଇଥିଲେ। ୭ ପୋଲିସ ଏସ୍‌ଆଇ ଓ ସୁପରଭାଇଜିଂ ଅଫିସର ମତଦାନ କେନ୍ଦ୍ର ଉପରେ କଡ଼ା ନଜର ରଖିଥିଲେ। ସକାଳ ୭ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ମତଦାନ ସମୟ ରହିଥିଲେ ମଧ୍ୟ କେତୋଟି ମତଦାନ କେନ୍ଦ୍ର ପରିସରରେ ରହିଥିବା ଭୋଟରଙ୍କୁ ଚିରୁକୁଟି ପ୍ରଦାନ କରାଯାଇ ଭୋଟ ଦେବାର ସୁଯୋଗ ଦିଆଯାଇଥିଲା। ଦୁର୍ଗୀ ପଞ୍ଚାୟତର ୧୪ ଓ୍ବାର୍ଡରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ଆସନ ନିମନ୍ତେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଅନୁଷ୍ଠିତ ହୋଇଯାଇଛି। ସଦର ଦୁର୍ଗୀ ଗ୍ରାମର ୮ ନଂ. ଓ୍ବାର୍ଡରୁ ୧୧୨, ୯ ନଂ. ୱାର୍ଡରେ ୫୨୫ ରୁ ୩୭୦, ୧୦ ନଂ. ୱାର୍ଡରେ ୫୧୨ରୁ ୩୨୫ ଏବଂ ୧୧ନଂ ୱାର୍ଡରୁ ୨୨୪ ଭୋଟ ମିଳିଛି। ରାତି ୯ଟା ସୁଦ୍ଧା ୨୦୦ ପୋଲିଂ ପାର୍ଟି ବ୍ଲକରେ ପହଞ୍ଚି ବାଲେଟ ବାକ୍ସ ହସ୍ତାନ୍ତର କରିଥିବା ବିଷମକଟକ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଆଲବର୍ଟ ଲାକଡ଼ା ଓ ବିଷମକଟକ ଥାନାଧିକାରୀ ସୁବାସ ଚନ୍ଦ୍ର କର୍କରା ସୂଚନା ଦେଇଛନ୍ତି।
ମୁନିଗୁଡ଼ା ବ୍ଲକର ‘କ’ ଓ ‘ଖ’ ୨ ଜୋନ୍‌ରେ ଜିଲା ପରିଷଦ ଆସନ ପାଇଁ ଏବଂ ୧୭ ସରପଞ୍ଚ, ସମିତି ସଭ୍ୟ ସହ ବିଭିନ୍ନ ପଞ୍ଚାୟତର ୨୧୧ ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ହୋଇଯାଇଛି। ୧୫ ୱାର୍ଡରେ ବୁଥ୍‌ ବ୍ୟବସ୍ଥା କରାଯାଇଥିଲା। ୬୭ ସମ୍ବେଦନଶୀଳ ବୁଥ୍‌ ଓ ୫୦ ଅତି ସମ୍ବେଦନଶୀଳ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବ୍ଲକରେ ୭୪ ପ୍ରତିଶତରୁ ଊଦ୍ଧ୍ୱର୍ର୍ ମତଦାନ ହୋଇଥିବା ମୁନିଗୁଡ଼ା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଦିଲୀପ କୁମାର ବେହେରା ସୂଚନା ଦେଇଛନ୍ତି। ମୋବାଇଲ ପାଟ୍ରୋଲିଂ ପାର୍ଟି, ପୋଲିସ ଅଧିକାରୀଙ୍କ ସମେତ ୩୦୦ ପୋଲିସ ମୁତୟନ ହୋଇଥିବା ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ କହିଛନ୍ତି। ତେବେ ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ବୟସ୍କଙ୍କ ପାଇଁ ବସିବା ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଲାଇନ୍‌ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?