ଭୋଟ ଦେଲେନି ୬୮ ଭୋଟର

ଖୁଣ୍ଟା,୧୭।୨(ଡି.ଏନ.ଏ.) ତ୍ରୁଟିପୂର୍ଣ୍ଣ ଭୋଟର ତାଲିକାକୁ କେନ୍ଦ୍ରକରି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତର ଏକ ବୁଥ୍‌ରେ ବୁଧବାର ଭୋଟ ବର୍ଜନ କରାଯାଇଛି। ଏହି ପଞ୍ଚାୟତର ସାର୍ଜମଡ଼ିହି ଗ୍ରାମର ୩ ନଂ. ଓ୍ବାର୍ଡର ୬୮ଭୋଟର ମତଦାନ କରିନାହାନ୍ତି। ବଡ଼ଫେଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ବୁଥ୍‌ରେ ଭୋଟ ଦେବାକୁ ଥିବାବେଳେ ଉକ୍ତ ଭୋଟର ତାଲିକାରେ ନାମ ରହିଥିବା ଭୋଟର ଓ ସେଥିରୁ ବାଦ୍‌ ପଡ଼ିଥିବା ଭୋଟର ମିଳିତ ଭାବେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇ ବୁଥ୍‌ ସମ୍ମୁଖରେ ବସି ରହିଥିଲେ। ନିର୍ବାଚନ ଅଧିକାରୀମାନେ ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଜିଦ୍‌ରେ ଅଟଳ ଥିଲେ।
ଉକ୍ତ ଓ୍ବାର୍ଡରେ ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ଭୋଟର ସଂଖ୍ୟା ୪୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନ ସମୟରେ ୪୧୭ ଜଣ ଭୋଟର ରହିଥିବା ନେଇ ସରକାରୀ ସ୍ତରରେ ତାଲିକା ପ୍ରକାଶ ପାଇଥିଲା। ଚଳିତ ନିର୍ବାଚନ ପୂର୍ବରୁ ବହୁ ନୂତନ ଭୋଟର ମଧ୍ୟ ନାମ ପଞ୍ଜୀକୃତ କରିଥିଲେ। ମାତ୍ର ସରକାରୀ ସ୍ତରରେ ଚିଠା ତାଲିକା ପ୍ରକାଶରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ଓ୍ବାର୍ଡବାସୀ। ପୂର୍ବ ଚିଠା ଅନୁଯାୟୀ ୪୧୭ ଭୋଟରଙ୍କ ସମେତ ଅଧିକ ନୂତନ ଭୋଟରଙ୍କ ନାମ ରହିବା ପରିବର୍ତ୍ତେ ମାତ୍ର ୬୮ ଜଣଙ୍କ ନଁା ଥିବା ଦେଖାଯାଇଥିଲା। ତାଲିକାରୁ ବାଦ୍‌ ପଡ଼ିଥିବା ଗ୍ରାମବାସୀଙ୍କ ପକ୍ଷରୁ ଏ ସମ୍ପର୍କରେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?