ଭୋଟ ଦେଲେନି ୬୮ ଭୋଟର

ଖୁଣ୍ଟା,୧୭।୨(ଡି.ଏନ.ଏ.) ତ୍ରୁଟିପୂର୍ଣ୍ଣ ଭୋଟର ତାଲିକାକୁ କେନ୍ଦ୍ରକରି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତର ଏକ ବୁଥ୍‌ରେ ବୁଧବାର ଭୋଟ ବର୍ଜନ କରାଯାଇଛି। ଏହି ପଞ୍ଚାୟତର ସାର୍ଜମଡ଼ିହି ଗ୍ରାମର ୩ ନଂ. ଓ୍ବାର୍ଡର ୬୮ଭୋଟର ମତଦାନ କରିନାହାନ୍ତି। ବଡ଼ଫେଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ବୁଥ୍‌ରେ ଭୋଟ ଦେବାକୁ ଥିବାବେଳେ ଉକ୍ତ ଭୋଟର ତାଲିକାରେ ନାମ ରହିଥିବା ଭୋଟର ଓ ସେଥିରୁ ବାଦ୍‌ ପଡ଼ିଥିବା ଭୋଟର ମିଳିତ ଭାବେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇ ବୁଥ୍‌ ସମ୍ମୁଖରେ ବସି ରହିଥିଲେ। ନିର୍ବାଚନ ଅଧିକାରୀମାନେ ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଜିଦ୍‌ରେ ଅଟଳ ଥିଲେ।
ଉକ୍ତ ଓ୍ବାର୍ଡରେ ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ଭୋଟର ସଂଖ୍ୟା ୪୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନ ସମୟରେ ୪୧୭ ଜଣ ଭୋଟର ରହିଥିବା ନେଇ ସରକାରୀ ସ୍ତରରେ ତାଲିକା ପ୍ରକାଶ ପାଇଥିଲା। ଚଳିତ ନିର୍ବାଚନ ପୂର୍ବରୁ ବହୁ ନୂତନ ଭୋଟର ମଧ୍ୟ ନାମ ପଞ୍ଜୀକୃତ କରିଥିଲେ। ମାତ୍ର ସରକାରୀ ସ୍ତରରେ ଚିଠା ତାଲିକା ପ୍ରକାଶରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ଓ୍ବାର୍ଡବାସୀ। ପୂର୍ବ ଚିଠା ଅନୁଯାୟୀ ୪୧୭ ଭୋଟରଙ୍କ ସମେତ ଅଧିକ ନୂତନ ଭୋଟରଙ୍କ ନାମ ରହିବା ପରିବର୍ତ୍ତେ ମାତ୍ର ୬୮ ଜଣଙ୍କ ନଁା ଥିବା ଦେଖାଯାଇଥିଲା। ତାଲିକାରୁ ବାଦ୍‌ ପଡ଼ିଥିବା ଗ୍ରାମବାସୀଙ୍କ ପକ୍ଷରୁ ଏ ସମ୍ପର୍କରେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, ଭାଜପା ମଧ୍ୟରେ ଟକ୍କର

ଡେରାବିଶ,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡେରାବିଶ ବ୍ଲ୍ଳକରେ ଆସନ୍ତା ୧୬ରେ ମତଦାନ ହେବ। ୧୩ ନଂ. ଜୋନ୍‌ ଜିଲା ପରିଷଦ ଆସନ ଉପରେ ଏବେ ସମସ୍ତଙ୍କ...

୬୦ ଲକ୍ଷ ଖର୍ଚ୍ଚ ପରେ ବି ସୁଧୁରିଲାନି ଅବସ୍ଥା

ଖଇରା,୨୨ା୫(ଡି.ଏନ.ଏ.):  ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପ୍ରଥମ ୫-ଟି ରୂପାନ୍ତରଣ ସ୍କୁଲ ଭାବେ ଖଇରା ହାଇସ୍କୁଲ ଅନ୍ତର୍ଭୁକ୍ତ ହେବା ସହ ଏହା ଅଞ୍ଚଳ ପାଇଁ...

ଡାକ୍ତରଖାନାରେ ୫ ଅନଶନକାରୀ ଚିକିତ୍ସାଧୀନ: ପ୍ରତିଶ୍ରୁତି ପରେ ଅନଶନ ସ୍ଥଗିତ ରଖିଲା ଭିନ୍ନକ୍ଷମ ମଞ୍ଚ

କପ୍ତିପଦା,୩୦।୬(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ୭ ଦଫା ଦାବି ନେଇ ଗତ ବୁଧବାରଠାରୁ ଧାରଣା ଓ ଆମରଣ ଅନଶନ ଆନ୍ଦୋଳନ ଜାରି ରହିଥିଲା।...

ଝାଟିଆ ବିଦ୍ୟୁତ୍‌ ଷ୍ଟ୍ରକଚର ଅଧୀନରେ ଉପଭୋକ୍ତା ହନ୍ତସନ୍ତ: ସମସ୍ୟା ସମାଧାନ ନ ହେଲେ ଅନଶନ

ଖଇରା,୨୮।୪(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବିଦ୍ୟୁତ୍‌ ଉପଖଣ୍ଡ ଝାଟିଆ ଷ୍ଟ୍ରକଚର ଅଧୀନ ୩ପଞ୍ଚାୟତର ଉପଭୋକ୍ତା କ୍ରମାଗତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକାରୀମାନଙ୍କୁ ଜଣାଇଲେ...

ସଫେଇ ନାଁରେ ସରକାରୀ ଅଫିସ୍‌ ପରିସରରୁ ମୂଲ୍ୟବାନ ଗଛ ଚାଲାଣ

ବାଲେଶ୍ୱର ଅଫିସ, ୧୯।୭-ବାଲେଶ୍ୱର ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ନିମ୍ବ, ଆକାଶୀ, ଶାଗୁଆନ, କଦମ୍ବ, ଆମ୍ବ ଭଳି ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ...

ଦବିଲା ଇଂରେଜ ଅମଳର ପୋଲ

ବାଲିଆପାଳ, ୨୯ା୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବାଲିଆପାଳ-ବସ୍ତାର ଘଣ୍ଟିଆଡି ନିକଟରେ ଥିବା ଏକ ପୋଲ ମଙ୍ଗଳବାର ସକାଳେ ଦବିଯାଇ ଭାଙ୍ଗିଯାଇଛି। ସେଠାରେ ପ୍ରାୟ...

ହତ୍ୟା ମାମଲାରେ ୪ ନିର୍ଦ୍ଦୋଷରେ ଖଲାସ

ବାଲେଶ୍ୱର ଅଫିସ, ୩।୮: ଏକ ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ସେସନ୍ସ ଜଜ୍‌ ଗିରିଜା ଶଙ୍କର ମହାପାତ୍ର ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ବାଲେଶ୍ୱର...

ଜନ୍ମଦିନରେ ବିଭିନ୍ନ ମହଲରୁ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କୁ ଶୁଭେଚ୍ଛା; ବୃଦ୍ଧାଶ୍ରମର ଅନ୍ତେବାସୀ କଲେ ଆଶୀର୍ବାଦ

ବାଲେଶ୍ୱର ଅଫିସ, ୧୧।୧୧-ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ...

Advertisement
Archives

Model This Week