ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ଚଳିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟ ବୁଧବାର ଶେଷ ହୋଇଛି। ନିର୍ବାଚନ ହେବାକୁ ଥିବା ଅଞ୍ଚଳରୁ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଥିବା ନେତା ଓ କର୍ମୀମାନଙ୍କୁ ସନ୍ଧ୍ୟା ୭ଟା ସୁଦ୍ଧା ସମ୍ପୃକ୍ତ ଅଞ୍ଚଳ ଛାଡ଼ିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୩୦ ଜିଲାର ୬୮ ବ୍ଲକର ୧୮୬ଟି ଜିଲା ପରିଷଦ ଜୋନ୍‌ର ୧୫୧୪ ପଞ୍ଚାୟତରେ ନିର୍ବାଚନ ହେବ। ମୋଟ ୨୦,୪୩୬ ବୁଥ୍‌ରେ ପ୍ରାୟ ୬୨.୧୦ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ।
ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ ପ୍ରାର୍ଥୀମାନେ ଆଉ ଖୋଲାଖୋଲି ମତଦାତାଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଇ ପାରିବେ ନାହିଁ। ଏଥିପାଇଁ ପ୍ରାର୍ଥୀ ଓ ସମର୍ଥକ ଗୁପ୍ତଭାବେ ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଯୋଗାଡ଼ରେ ଲାଗି ପଡ଼ିବେ। ଏହି ସମୟରେ ଭୋଟରଙ୍କୁ ପ୍ରଲୋଭନ ଦେବା ଭଳି ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବା ଆଶଙ୍କା ରହିଛି। ଏପରିକି ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ହେବାର ସମ୍ଭାବନା ରହିଛି। ବେଆଇନ କାର୍ଯ୍ୟକୁ ପ୍ରତିହତ କରିବାକୁ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ଆରମ୍ଭରୁ ବର୍ଷିଲା

ଭୁବନେଶ୍ୱର, ୫ା୭(ବ୍ୟୁରୋ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା...

ସ୍ପିରିଟ୍‌ରେ ତିଆରି ହେଉଥିଲା ମଦ

ଢେଙ୍କାନାଳ ଅଫିସ/ଭୁବନ, ୧୫।୩(ଡି.ଏନ୍‌.ଏ.)କୋଲକାତାରୁ ଆସୁଥିଲା ସ୍ପିରିଟ୍‌। ସେଥିରେ ଏସେନ୍ସ ମିଶାଇ ତିଆରି ହେଉଥିଲା ନକଲି ମଦ। ନାମୀଦାମୀ କମ୍ପାନୀର ଠିପି, ଷ୍ଟିକର ଲଗାଇ ଅନାୟାସରେ ଚାଲିଥିଲା...

୨୪ ଘଣ୍ଟାରେ ଉଦ୍ଧାର ନ ହେଲେ ଧାରଣା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ମଞ୍ଚେଶ୍ୱର ଥାନା ପୁରୁଷୋତ୍ତମ ବସ୍ତିରୁ ଜଣେ ନାବାଳିକା ଅପହରଣ ହେବାର ୮ମାସ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିପାରି ନାହିଁ। କେବଳ...

ସମ୍ବଲପୁର ରେଳ ଡିଭିଜନ ଦେଶରେ ପ୍ରଥମ

ସମ୍ବଲପୁର,୧୭-୯(ବ୍ୟୁରୋ):ରେଳ ବୋର୍ଡ ୫୮ଟି ଦିଗକୁ ଆଧାର କରି ବିଭିନ୍ନ ରେଳ ମଣ୍ଡଳକୁ ମାର୍କ ଦେଇଛି। ଏଥିରେ ସମ୍ବଲପୁର ରେଳମଣ୍ଡଳ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।...

CORONAVIRUS UPDATE: ସୁସ୍ଥ ହେଲେ ଆଉ୧୨୦, ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୫୯୪କୁ ବୃଦ୍ଧି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୩ ଜଣ ଥିବା ବେଳେ ଗଜପତିର ୧୮, ସୋନପୁରର...

ଇଗ୍ନୁ ନାମଲେଖା ଅବଧି ୨୨କୁ ବୃଦ୍ଧି

ଭୁବନେଶ୍ୱର, ୧୩।୯(ବ୍ୟୁରୋ):ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ)ରେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଅବଧି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତ...

ଚିନି କଳ ପୁନରୁଦ୍ଧାରରେ ସରକାର ବିଫଳ

ଭୁବନେଶ୍ବର,୨୫ା୭(ବ୍ୟୁରୋ): ରାଜ୍ୟରେ ମୋଟ ୫ଟି ସମବାୟ ଭିତ୍ତିକ ଶିଳ୍ପ ଥିବାବେଳେ ମାତ୍ର ଗୋଟିଏ ଚାଲିଛି। ବିଧାନସଭାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ରଖିଥିବା ଉତ୍ତରରୁ...

ଭୁବନେଶ୍ୱର ଏମ୍‌ସର ୪ ଡାକ୍ତର, ୨ ଆଟେଣ୍ଡାଣ୍ଟଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ

ଭୁବନେଶ୍ୱର, ୧୧।୫(ବ୍ୟୁରୋ):  ଭୁବନେଶ୍ୱର ଏମ୍‌ସ ହସ୍ପିଟାଲର ୪ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ପଠାଯାଇଛି। ୪ ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କ୍ୱାରାଣ୍ଟାଇନ ଯିବାକୁ ନିର୍ଦ୍ଦେଶ...

Advertisement
Archives

Model This Week