୩ ଗ୍ରାମବାସୀଙ୍କ ଭୋଟ ବର୍ଜନ

ଫୁଲବାଣୀ ଅଫିସ, ୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ବୁଧବାର ହୋଇଛିା କ.ନୂଆଗଁା ବ୍ଲକର ଜିରିଡିକିଆ ପଞ୍ଚାୟତରେ ସାମିଲ ହୋଇଥିବା ୩ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ୩ ଗ୍ରାମ ମଗଡିଙ୍ଗିଆ, କପୁଗୁଡା ଓ ମାହାଗୁଡା ପୂର୍ବରୁ ପୂର୍ବରୁ ବଣ୍ଡଗୁଡା ପଞ୍ଚାୟତରେ ରହିଥିଲା। ଜିରିଡିକିଆ ପଞ୍ଚାୟତରେ ସାମିଲ ହୋଇଥିବାରୁ
ଗୁଗାଁ, କପୁଗୁଡା, ମଗଡିଙ୍ଗିଆ, ଡଲାବାଲି, ଉପର କଙ୍ଗେରିକିଆ ଏବଂ ତଳ କଙ୍ଗେରିକିଆରେ ହୋଇଥିବା ବୁଥ୍‌ରେ ସେମାନଙ୍କ ଭୋଟ ଦେବାର ଥିଲା। ତେବେ ପଞ୍ଚାୟତ ପରିବର୍ତ୍ତନରେ ଅସନ୍ତୁଷ୍ଟ ଉକ୍ତ ୩ ଗ୍ରାମବାସୀ ଭୋଟ ଦେବାକୁ ଯାଇ ନ ଥିବା ବୁଥ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରଶାସନିକ ଅଧିକାରୀ ସେଠାକୁ ଯାଇ ଲୋକଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଇ ଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଧାରଣାରତ ୩ ଗ୍ରାମବାସୀଙ୍କ ଅଭିଯୋଗ ଯେ, ବଣ୍ଡଗୁଡା ପଞ୍ଚାୟତରୁ ଭାଗ ହୋଇ ଗଠନ ହୋଇଥିବା ଜିରିଡିକିଆ ପଞ୍ଚାୟତର ଦୂରତା ମାତ୍ର ୧ କି.ମି. ମଧ୍ୟରେ ା ପୂର୍ବତନ ଜିଲା ପଞ୍ଚାୟତ ଅଧିକାରୀଙ୍କ ମନମାନୀ ଯୋଗୁ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରାଯାଇଛି। ଗ୍ରାମବାସୀ ମଗଡିଙ୍ଗିଆରେ ପଞ୍ଚାୟତ କରିବାକୁ ଦାବି ରଖିଥିଲେ। ନଚେତ୍‌ ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।
ସୂଚନାଯୋଗ୍ୟ, ଗତ ପଞ୍ଚାୟତ ପୁନର୍ଗଠନ ସମୟରେ ବଣ୍ଡଗୁଡା ପଞ୍ଚାୟତରୁ କେତେକ ଗ୍ରାମକୁ ନୂତନ ଭାବେ ଗଠନ କରାଯାଇଥିବା ଜିରିଡିକିଆ ପଞ୍ଚାୟତରେ ମିଶାଯାଇଛି ା ନୂଆ ପଞ୍ଚାୟତକୁ ଆସିବା ପରେ କେତେକ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଳ କଙ୍ଗରେକିଆ, ଉପର କଙ୍ଗେରିକିଆ, ଡଲାବାଲି, ଗୁଞ୍ଜିଗାଁ, ଶଶିମାହା, ଡୁଡୁୁକାରାଗଁ, କପୁଗୁଡା, ମଗଡଙ୍ଗିଆ, ମାହାଗୁଡା,କଦାକମ୍ବା, କଟାବାଲି, ବେଶିଙ୍ଗାସାହି, ଗିନ୍ଦାପାଙ୍ଗା, ଡାବୁଲିସୁଗା ଓ ନାହୁଡିମାହା ଆଦି ଗ୍ରାମ ନୂଆ ପଞ୍ଚାୟତ ମୁଖ୍ୟାଳୟ ଜିରିଡିକିଆ ଠାରୁ ୧୦ରୁ ୧୫ କି.ମି. ଦୂରରେ ରହିଛି ା ଏପରିକି ସେଠାକୁ ଯିବା ପାଇଁ ଭଲ ରାସ୍ତା ବି ନାହିଁ ା ବାଟରେ ପାହାଡ ଓ ଜଙ୍ଗଲ ବି ରହିଛି ା ପୂର୍ବରୁ ଥିବା ବଣ୍ଡଗୁଡା ପଞ୍ଚାୟତ ଏଠାରୁ ମାତ୍ର ୩ କିମି ଦୂର ଥିଲା ା ସମସ୍ତ ସମସ୍ୟାକୁ ନଜରରେ ରଖି ଗ୍ରାମବାସୀ ପଞ୍ଚାୟତ ସୀମା ନିର୍ଦ୍ଧାରଣ ବେଳେ ଏ ନେଇ ଜିଲା ପ୍ରଶାସନକୁ ପ୍ରତିବାଦ ଜଣାଇବା ସହ ମଗଡ଼ଙ୍ଗିଆଠାରେ ନୂତନ ପଞ୍ଚାୟତ ଗଠନ ପାଇିଁ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ। ସେ ସମୟରେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲା । ଯାହାର ପ୍ରତିବାଦରେ ଗ୍ରାମବାସୀ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ବି ବର୍ଜନ କରିଥିଲୋ ପରେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଜିଲାପାଳ ଏସବୁ ଗ୍ରାମବାସୀଙ୍କୁ ବଣ୍ଡଗୁଡା ପଞ୍ଚାୟତରୁ ରାଶନ ଓ ଭତ୍ତା ଆଦି ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ା ପରେ ଗ୍ରାମବାସୀ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ା ଏବେ ଏହି ମାମଲା ଅଦାଲତର ବିଚାରାଧୀନ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

ଦାରିଙ୍ଗବାଡ଼ିରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’, ୧୧ ବିଦ୍ୟାଳୟର ଛାତ୍ରୀଛାତ୍ର ସାମିଲ

ଦାରିଙ୍ଗବାଡି,୭।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?