Posted inଜାତୀୟ

ଅବିଶ୍ୱାସ ପ୍ରସ୍ତାବକୁ ନେଇ କଂଗ୍ରେସରେ ଫାଟ! ଦସ୍ତଖତ କରିନାହାନ୍ତି ସୋନିଆ-ଖାର୍ଗେ

ନୂଆଦିଲ୍ଲୀ,୧୧।୧୨: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କୁ ହଟାଇବା ପାଇଁ ଇଣ୍ଡିଆ ମେଣ୍ଟ ତାଙ୍କ ବିରୋଧରେ ପ୍ରସ୍ତାବ ଆଣିଛି। ତେବେ ସଂସଦ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା, ଯେତେବେଳେ ଉପରାଷ୍ଟ୍ରପତିଙ୍କ ବିରୋଧରେ ଏହି ପ୍ରସ୍ତାବ ଅଣାଯାଇଛି। ଏହି ପ୍ରସ୍ତାବ ପାରିତ କରିବାକୁ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ତଥାପି ସେ ଏହି ପ୍ରସ୍ତାବ ଉପରେ ବିରୋଧୀ ଜିଦ ଧରିଛନ୍ତି। କିନ୍ତୁ, ସବୁଠାରୁ ବଡ ପ୍ରଶ୍ନ ହେଉଛି ବିରୋଧୀ କାହିଁକି ଏପରି ଜିଦ କରୁଛନ୍ତି? ତେବେ ସବୁଠାରୁ ବଡ଼କଥା ହେଉଛି ସଂଖ୍ୟାବଳ ନ ଥିବାରୁ ମେଣ୍ଟର ବରିଷ୍ଠ ନେତାମାନେ ଏଥିରେ ଦସ୍ତଖତ କରିନାହାନ୍ତି। ସଂସଦ ଅଧିବେଶନରେ ଆଉ ମାତ୍ର ୧୦ ଦିନ ବାକି ଅଛି ତେବେ ଦଳର ବରିଷ୍ଠଙ୍କ ବିନା ସହଯୋଗରେ ବିରୋଧୀ ଏପରି କାହିଁକି କରୁଛନ୍ତି? ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ବିରୋଧୀଙ୍କ ଏହି ପଦକ୍ଷେପ ସାଙ୍କେତିକ। କିନ୍ତୁ, ସାଙ୍କେତିକ ବିରୋଧ ପାଇଁ ଏହା କରିବା କେତେ ଉପଯୁକ୍ତ?

୨୦୨୦ରେ ବିରୋଧୀ ଦଳ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳେ ଚେୟାରମ୍ୟାନ ଏମ ଭେଙ୍କୟା ନାଇଡୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ନାଇଡୁ କହିଥିଲେ ଯେ ଏହି ପ୍ରସ୍ତାବ ସଠିକ ଫର୍ମାଟରେ ନାହିଁ ଏବଂ ଏଥିପାଇଁ ୧୪ ଦିନର ବିଜ୍ଞପ୍ତି ମଧ୍ୟ ଦିଆଯାଇ ନାହିଁ। ଉପରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ସମ୍ବିଧାନର ଧାରା ୬୭(ବି) ଅନୁଯାୟୀ ରାଜ୍ୟ ସଭା ଓ ଲୋକ ସଭାରେ ବହୁମତ ସାବ୍ୟସ୍ତ ହେବା ଆବଶ୍ୟକ। ଏଥିପାଇଁ ଅତି କମରେ ୧୪ ଦିନ ପୂର୍ବରୁ ଏହି ପ୍ରସ୍ତାବ ବିଷୟରେ ନୋଟିସ ଦେବା ଆବଶ୍ୟକ।
ବର୍ତ୍ତମାନ ଏହି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ବିରୋଧୀ ଇଣ୍ଡିଆ ଆଲାଇନ୍ସର ନେତାମାନେ ଅଭିଯୋଗ କରିଛନ୍ତି ଯେ ଧନକର, ସରକାର ସପକ୍ଷରେ କାମ କରୁଛନ୍ତି ଏବଂ ବିରୋଧୀଙ୍କ ମତକୁ ଅଣଦେଖା କରୁଛନ୍ତି। ସେ ସର୍ବଦା ରାଜ୍ୟ ସଭା ପ୍ରକ୍ରିୟାରେ ଏକ ପକ୍ଷପାତିତା ମନୋଭାବ ପୋଷଣ କରି ବିରୋଧୀ ଦଳର ନେତାଙ୍କ ସ୍ବରକୁ ଚାପି ଦେଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ପ୍ରସ୍ତାବରେ ବିରୋଧୀ ଦଳର ବରିଷ୍ଠ ନେତାଙ୍କ ଦସ୍ତଖତ ନାହିଁ। ସେମାପେ ଅନ୍ୟ କେଉଁ ଦଳ ନୁହନ୍ତି କଂଗ୍ରେସ ଦଳର ନେତା ସୋନିଆ ଗାନ୍ଧୀ ଓ ମଲ୍ଲିକାଜ୍ଜୁର୍ନ ଖାର୍ଗେ। କଂଗ୍ରେସ ଏହି ପ୍ରସ୍ତାବ ଆଣିବାର ନେତୃତ୍ୱ ନେଇଥିବାବେଳେ ସେହିଦଳର ଦୁଇ ବରିଷ୍ଠ ନେତା ଏତିରେ ଦସ୍ତଖତ ନ କରିବା ସମସ୍ତଙ୍କୁ ତାଜୁବ କରିଛି।

ଇଣ୍ଡିଆ ମେଣ୍ଟରେ କେବଳ ୮୫ ସଦସ୍ୟ ଥିବାବେଳେ ଏହି ପ୍ରସ୍ତାବ ପାରିତ କରିବାକୁ ୧୧୬ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ତେବେ ବିରୋଧୀ ଦଳର ନେତାମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ପଦକ୍ଷେପ ସେମାନଙ୍କ ପାଇଁ ବ୍ୟକ୍ତିଗତ ନୁହେଁ, କିନ୍ତୁ ରାଜ୍ୟ ସଭାରେ ସେମାନଙ୍କ ସ୍ବର ଚାପିବକୁ ଚେଷ୍ଟା କରାଯାଉଥିବାରୁ ସରକାରଙ୍କ ବିରୋଧରେ ମତ ପ୍ରକାଶ କରିବା ସେମାନଙ୍କର ଅଧିକାର। ଗଣତନ୍ତ୍ରର ସୁରକ୍ଷା ପାଇଁ ସେମାନେ ଏହା ଏକ ଆବଶ୍ୟକୀୟ ପଦକ୍ଷେପ ବୋଲି ବିବେଚନା କରନ୍ତି, ଯାହା ସଂସଦର ପ୍ରକ୍ରିୟାରେ ନ୍ୟାୟ ଏବଂ ସମାନତାର ଆବଶ୍ୟକତାକୁ ସୂଚିତ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri