ଜାତୀୟ

୩୫ଟି ପଦବୀରେ କେନ୍ଦ୍ର ସରକାର କରିବେ ନୂଆ ନିଯୁକ୍ତି, ବଢିବ ୩୫ପ୍ରତିଶତ ଯାଏ ଦରମା

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗର ଘୋଷଣା ପରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଆୟୋଗର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ମୋଦି ସରକାର ୩୫ଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନୂଆ ନିଯୁକ୍ତି କରିବାର ଯୋଜନା କରୁଛନ୍ତି।…

କ’ଣ ବଦଳିଯିବ Google Searchର URL? ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ବ୍ରାଉଜିଂ ଏବଂ ସର୍ଚ୍ଚ ଇଞ୍ଜିନଗୁଡ଼ିକୁ ଉନ୍ନତ କରିବା ପାଇଁ କମ୍ପାନୀଗୁଡ଼ିକ ସମୟ ସମୟରେ ସେମାନଙ୍କର ନିୟମଗୁଡ଼ିକୁ ଅପଡେଟ କରିଚାଲିଛନ୍ତି। ତେବେ ଏକ ବଡ଼ ଟେକ କମ୍ପାନୀ ଘୋଷଣା କରିଛି ଯେ ଏହା ସର୍ଚ୍ଚ ଡୋମେନରେ କିଛି ନୂତନ ପରିବର୍ତ୍ତନ ଆଣିବାକୁ ଯାଉଛି।…

ନେହେରୁ ଆମକୁ ରାଜନୀତି ଶିଖାଇନାହାନ୍ତି: କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୯।୪: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଡକାଷ୍ଟର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅନେକ ଗୁମର ଖୋଲିଛନ୍ତି। ସେ ତାଙ୍କ ପରିବାରର ଐତିହ୍ୟ ଏବଂ ବିଚାରଧାରା ବିଷୟରେ ବିସ୍ତାରିତ ଭାବରେ…

ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଯୁଦ୍ଧ ବିମାନ କିଣିବ ଭାରତ: ଥରି ଉଠିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୧୯।୪: ଚାଇନା ନିରନ୍ତର ଭାବରେ ତାର ବାୟୁସେନାକୁ ମଜଭୁତ କରୁଥିବା ବେଳେ ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରୁଛନ୍ତି। ଭାରତ ସରକାର ଫ୍ରାନ୍ସରୁ ଆଉ ୪୦ଟି ରାଫେଲ ଯୁଦ୍ଧ ବିମାନ…

୨ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ କଲେ ଲାଗିବ ଟ୍ୟାକ୍ସ? ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୧୯।୪: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏବେ UPI ମାଧ୍ୟମରେ 2000 ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଟିକସ ଲାଗୁ ହେବ। ଏନେଇ ଅର୍ଥ ମନ୍ତ୍ରଣାଳୟ ମଧ୍ୟ…

ପ୍ରକାଶ ପାଇଲା JEE Main ରେଜଲ୍ଟ, ୨୪ ଟପ୍ପର

ନୂଆଦିଲ୍ଲୀ,୧୯ା୪: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) ଶୁକ୍ରବାର ବିଳମ୍ବିତ ରାତିରେ ଦେଶର ସର୍ବବୃହତ ଇଞ୍ଜିନିୟରିଂ ଯୁଗ୍ମ ପ୍ରବେଶିକା ପରୀକ୍ଷା ମୁଖ୍ୟ (JEE MAIN) ୨୦୨୫ର ଫଳାଫଳ ପ୍ରକାଶ କରିଛି। ଦୁଇ ଝିଅ ସମେତ ୨୪ ଛାତ୍ରୀଛାତ୍ର JEE MAINରେ ଶତ ପ୍ରତିଶତ…

ଭାରତର ମହାକାଶ ଯାତ୍ରାରେ ଏକ ବଡ଼ ସଫଳତା: ମେ’ରେ ସ୍ପେସ୍‌ଷ୍ଟେଶନ ଯିବେ ଭାରତୀୟ ମହାକାଶଚାରୀ

ନୂଆଦିଲ୍ଲୀ,୧୯।୪:ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା ମେ’ ମାସରେ ସ୍ପେସ୍‌ ଷ୍ଟେଶନ ଯିବେ। କୌଣସି ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବା ଏହା ପ୍ରଥମ ଘଟଣା। ଗଗନୟାତ୍ରୀ ବା ଅଷ୍ଟ୍ରୋନଟ୍‌-ଡେଜିଗ୍‌ନେଟ୍‌ ଗ୍ରୁପ୍‌ କ୍ୟାପ୍‌ଟେନ ଶୁଭ୍ରାଂଶୁ ଶୁକ୍ଳା ଆସନ୍ତା ମାସରେ ଅନ୍ତର୍ଜାତୀୟ ମହାକାଶ…

ରାଜଧାନୀରେ ଭୁଶୁଡ଼ିଲା ୪ ମହଲା କୋଠା: ୪ ଜଣଙ୍କ ଜୀବନ ଗଲା, ଅନେକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ,୧୯ା୪: ରାଜଧାନୀ ଦିଲ୍ଲୀର ମୁସ୍ତଫାବାଦରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ପୋଲିସ…

୬୦ ବର୍ଷରେ ଦି’ ହାତ ହେଲେ ଭାଜପାର ବରିଷ୍ଠ ନେତା

କୋଲକାତା,୧୯ା୪(ପି.ଟି.):ପଶ୍ଚିମବଙ୍ଗ ଭାଜପାର ପୂର୍ବତନ ସଭାପତି ଦିଲୀପ ଘୋଷ ୬୦ ବର୍ଷ ବୟସରେ ହାତେରୁ ଦି ହାତ ହୋଇଛନ୍ତି। କୋଲକାତାରେ ଭାଜପା ନେତ୍ରୀ ରିଙ୍କୁ ମଜୁମଦାର (୫୧)ଙ୍କୁ ସେ ବିବାହ କରିଛନ୍ତି। ୨୦୨୧ରେ ପ୍ରାତଃଭ୍ରମଣ ବେଳେ ଉଭୟେ ପରସ୍ପରକୁ ଭେଟିଥିଲେ। ପରେ ସମ୍ପର୍କରେ…

ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍‌ କରାଇଲେ

ବାହରିଚ୍‌,୧୮।୪: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍‌ କରାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଶୁକ୍ରବାର ଏକ…

‘ପଶ୍ଚିମବଙ୍ଗକୁ ଆଉ ଏକ ପାକିସ୍ତାନ କରିବାର ଷଡ଼ଯନ୍ତ୍ର…’

କୋଲକାତା,୧୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତପସ୍ବୀ ଚଭନୀ ପୀଠାଧୀଶ୍ୱର ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ସେ ପଶ୍ଚିମବଙ୍ଗକୁ ‘ଆଉ ଏକ ପାକିସ୍ତାନ’ କରିବାକୁ ପ୍ରସ୍ତୁତି କରୁଥିବା ଆଚାର୍ଯ୍ୟ କହିଛନ୍ତି। ତେବେ ପଶ୍ଚିମବଙ୍ଗର ପରିସ୍ଥିତି ଦିନକୁ ଦିନ…

UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା ନେଇ ସୋସିଆଲ ମିଡିଆରେ ରିପୋର୍ଟ ପ୍ରକାଶ ପାଉଥିଲା। ଏହାକୁ ନେଇ ଭାରତୀୟ ଅର୍ଥ ମନ୍ତ୍ରଣାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri