Posted inଜାତୀୟ

ଟ୍ରାଭେଲ ୟୁଟ୍ୟୁବରରୁ ପାକିସ୍ତାନର ଗୁପ୍ତଚର: କେମିିତି ଜ୍ୟୋତିଙ୍କୁ ଗ୍ରାସ କରୁଥିଲା ପୁଳାପୁଳା ଟଙ୍କାର ଲୋଭ, ଫସିଫସି ଚାଲିଥିଲେ..

ନୂଆଦିଲ୍ଲୀ,୨୦।୫: ହରିୟାଣାର ଜ୍ୟୋତି ମାଲହୋତ୍ରା, ଜଣେ ଟ୍ରାଭେଲ ୟୁଟ୍ୟୁବରରୁ ପାକିସ୍ତାନୀ ଗୁପ୍ତଚର। ତେବେ ତାଙ୍କର ଏହି ଯାତ୍ରା ଆଧୁନିକ ଯୁଗରେ ନୂଆ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ କରିଛି। ଏହି ଯୁଦ୍ଧ କ୍ଷେତ୍ରରେ ଗୋଟିଏ ଦେଶର ଗୁଇନ୍ଦା ଏଜେନ୍ସି ଆଉ ଗୋଟିଏ ଦେଶର ସାମାଜିକ ଗଣମାଧ୍ୟମରେ ପ୍ରଭାବ ରଖିଥିବା ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି । ଏପରି ରଣନୀତିର ଶିକାର ହୋଇ ଏବେ ଗିରଫ ହୋଇଛନ୍ତି ଜ୍ୟୋତି।

ରାତାରାତି ବଡ଼ଲୋକ ହେବାର ନିଶା, ଶୀଘ୍ର ପୁଳାପୁଳା ଟଙ୍କା ଆୟ କରିବା ଓ ବିଳାସପୂର୍ଣ୍ଣ ଜୀବନ ବିତାଇବା ଲୋଭ କେମିତି ଜଣେ ଇନଫ୍ଲ୍ୟୁଏନସର ଶତ୍ରୁର ଜାଲରେ ଫସି ଯାଉଛନ୍ତି, ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜ୍ୟୋତି। ଜ୍ୟୋତିଙ୍କୁ ପାକିସ୍ତାନ ସ୍ପାଏ ନେଇ ଶୁକ୍ରବାର ଗିରଫ କରାଯାଇଛି । ଏବେ ସେ ୫ ଦିନିଆ ରିମାଣ୍ଡରେ ରହିଛନ୍ତି।

କରୋନା ଦେଶକୁ ଆସିବା ପରେ କଣ୍ଟେଣ୍ଟ କ୍ରିଏସନ ୟୁନିଭର୍ସ ନୂଆ ଜୀବନ ପାଇଥିଲା । ଯାହାକୁ ଦେଖିଲେ, ସେ ହାତରେ ଖଣ୍ଡେ ମୋବାଇଲ ଧରି ଭିଡିଓ ଶୁଟିଂ କରିବାରେ ଲାଗି ପଡ଼ିଲେ। ଅଧିକରୁ ଅଧିକ ଲୋକକଣ୍ଟେଣ୍ଟ କ୍ରିଏଶନ ଦୁନିଆରେ ପାଦ ଦେଉଥିବା ବେଳେ ସମସ୍ତଙ୍କର ସ୍ୱପ୍ନ ଥିଲା ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟ ହୋଇ ଟଙ୍କା ରୋଜଗାର କରିବା।

ଏଥି ପାଇଁ ସେମାନଙ୍କୁ ନୂଆ ଓ ନିୟମିତ ବିଭିନ୍ନ ବିଷୟବସ୍ତୁର ଭିଡିଓ ଅପଲୋଡ କରିବାକୁ ପଡ଼ୁଥିଲା। ସେମାନଙ୍କୁ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ ଓ ସମ୍ପଦର ଆବଶ୍ୟକତା ଥିବା, ସେମାନେ ଭଲ ଭାବେ ବୁଝିଥିଲେ। ଏ ନେଇ ସେମାନେ କିଛି ବି କରିବାକୁ ପଛାଉ ନଥାଆନ୍ତି।

୩୩ ବର୍ଷୀୟ ଜ୍ୟୋତିଙ୍କ ୟୁଟ୍ୟୁବକୁ ୩.୮୫ ଲକ୍ଷ ସବସ୍କ୍ରାଇବ କରିଛନ୍ତି। ଟ୍ରାଭେଲ ୱିଥ ଜୋ ନାଁରେ ଥିବା ଜ୍ୟୋତିଙ୍କ ଚ୍ୟାନେଲ ବିଭିନ୍ନ ସ୍ଥାନର ଭିଡିଓ ଓ ରିଲ୍ସ ରହିଛି। ସେ ନିଜେ ଉକ୍ତ ସ୍ଥାନରେ ବୁଲିବା ସହ ଭିଡିଓ ନିଜ ଚ୍ୟାନେଲରେ ଅପଲୋଡ କରନ୍ତି। ନିଜର ଅଭିଜ୍ଞତା ଭିଡିଓ ମାଧ୍ୟମରେ ସେ ସମସ୍ତଙ୍କୁ ଜଣାଉଥିବା କୁହନ୍ତି। ଏବେ ତାଙ୍କ ଆକାଉଣ୍ଟ ବ୍ଲକ କରାଯାଇେଛି।

ପାକିସ୍ତାନ ଲିଙ୍କ୍‌

ଜ୍ୟୋତି ପାକିସ୍ତାନ ଓ ଚାଇନା ସମେତ ୮ଟି ଦେଶକୁ ଗସ୍ତ କରିଛନ୍ତି। ୟୁଟ୍ୟୁବ ଚ୍ୟାନେଲ କରି ନିଜର ଟ୍ରାଭେଲ ଭିଡିଓକୁ ଅପଲୋଡ କରୁଥିବା ଜ୍ୟୋତି ସମୟକ୍ରମେ ପାକିସ୍ତାନୀ ସୂଚନା ଅଫିସରମାନଙ୍କ ଯୋଗାଯୋଗରେ ଆସିଥିଲେ। ଏହାପରେ ପାକିସ୍ତାନ ପକ୍ଷରୁ ତାଙ୍କୁ ଗୋଟିଏ ନିଜସ୍ୱ ସମ୍ପତ୍ତି ଭାବେ ଗଢ଼ାଯାଇଥିଲା।

ହିସରା ଏସ୍‌ପି ଶଶାଙ୍କ କୁମାର ସାୱନଙ୍କ କହିବା କଥା ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ସିଧାସଳ କୌଣସି ସାମରିକ କିମ୍ବା ପ୍ରତିରକ୍ଷା ଅପରେଶନ ସମ୍ପର୍କିତ ତଥ୍ୟ ସହ ନାହିଁ। କିନ୍ତୁ ସେ ପାକିସ୍ତାନ ଅଧିକାରୀଙ୍କ ଯୋଗାଯୋଗରେ ଥିଲେ। ନିଶ୍ଚିତ ଭାବେ ସେମାନେ ତାଙ୍କୁ ଗୋଟିଏ ସମ୍ପତ୍ତି ଭାବେ ତିଆରି କରିଥିଲେ। ଅନ୍ୟ ପ୍ରଭାବଶାଳୀ ୟଟ୍ୟୁବରମାନଙ୍କ ସହ ମଧ୍ୟ ତାଙ୍କର ଯୋଗାଯୋଗ ରହିଥିଲା। ସେମାନେ ମଧ୍ୟ ପାକିସ୍ତାନୀ ଏଜେଣ୍ଟଙ୍କ ଯୋଗାଯୋଗରେ ରହିଥିଲେ। ଏହା ଗୋଟିଏ ପ୍ରକାରର ଯୁଦ୍ଧ ବ୍ୟାପାର। ଏପରି କ୍ଷେତ୍ରରେ ଶତ୍ରୁପକ୍ଷ ନିଜର ଆଭିମୁଖ୍ୟକୁ ବିଭିନ୍ନ ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ଉପସ୍ଥାପନ କରି ପ୍ରଚାର କରିବାକୁ ଚେଷ୍ଟା କରନ୍ତି ବୋଲି ସେ କହିଛନ୍ତି।

କେମିତି ପାକ ଅଧିକାରୀଙ୍କୁ ଭେଟିଲେ ଜ୍ୟୋତି?

ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରେ କାମ କରୁଥିବା ଦାନିଶଙ୍କ ସହ ଜ୍ୟୋତି ଯୋଗାଯୋଗରେ ରହିଥିଲେ। ପହଲଗାମ ନରସଂହାର ପରେ ଭାରତ ଆରମ୍ଭ କରିଥିବା ଅପରେଶ ନ ସିନ୍ଦୂରର ବଦଲା ନେବାକୁ ପାକିସ୍ତାନ ଚେଷ୍ଟା କରିବାରୁ ଦୁଇ ଦେଶ ମଧ୍ୟରେ ପ୍ରାୟ ୪ ଦିନ ଧରି ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା। ଏହି ସମୟରେ ମଧ୍ୟ ଜ୍ୟୋତି ଓ ଦାନିଶଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଜ୍ୟୋତି ଏକାଧିକ ଥର ପାକିସ୍ତାନ ଗସ୍ତ କରୁଥିବାରୁ ପୂର୍ବରୁ ସେ ବିଭିନ୍ନ ଏଜେନ୍ସିର ରାଡାରରେ ଥିଲେ। ପୋଲିସ ତାଙ୍କ ଫୋନ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଜବତ କରିଛି।

ଗତବର୍ଷ ମାର୍ଚ୍ଚ ମାସରେ ସେ ପାକିସ୍ତାନ ଦୂତାବାସକୁ ଯାଇଥିଲେ ଓ ଗୋଟିଏ ଭିଡିଓ ଅପଲୋଡ କରିଥିଲେ। ସେଠାରେ ତାଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଥିଲା ଯେ ଦୂତାବାସ କର୍ମଚାରୀଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲା। ସେହିପରି ସେ ପାକିସ୍ତାନର ପ୍ରଶଂସା କରିବାକୁ ମଧ୍ୟ ପଛାଇ ନଥିଲେ। ଖାଲି ସେତିକି ନୁହେଁ, ଜ୍ୟୋତି ପାକିସ୍ତାନ ଯିବାକୁ ଭିସା ଚାହୁଁଥିବା ମଧ୍ୟ ବିଭିନ୍ନ ଲୋକଙ୍କୁ ହସିହସି କହୁଥିବା ସେ ଅପଲୋଡ କରିଥିବା ଭିଡିଓରେ ଦେଖାଯାଇଥିଲା।

ଏସ୍‌ପି ସାୱନ କହିଛନ୍ତି, “ସାମାଜିକୀକରଣକୁ ଅନୁମତି ରହିଛି। କିନ୍ତୁ ସେମାନଙ୍କ ଆଭିମୁଖ୍ୟକୁ ଜଣେ ବୁଝିବା ଦରକାର। ଆମ ପାଇଁ ପାକିସ୍ତାନ ଗୋଟିଏ ସାଧାରଣ ଦେଶ ନୁହେଁ। ପାକିସ୍ତାନକୁ ଏକାଧିକ ଥର ଯିବା, ପାକିସ୍ତାନର ପ୍ରଚାର କରିବା, ବିବାଦ ସମୟରେ ପାକିସ୍ତାନ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବା ଓ ତାଙ୍କୁ ସହାୟତା ପ୍ରଦାନ କରିବା ଦେଶର ଏକତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି।

ପାକିସ୍ତାନ ମିଟିଂ

ଗିରଫ ପରେ ଜ୍ୟୋତି ପୋଲିସକୁ କହିଛନ୍ତି , ପ୍ରଥମ ଦେଖାରେ ଦାନିଶ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ଦୁଇ ଜଣ ଫୋନରେ କଥାବାର୍ତ୍ତା ଜାରି ରଖିଥିଲେ। ୨୦୨୩ରେ ତାଙ୍କୁ ୧୦ ଦିନ ପାକିସ୍ତାନ ଯିବାକୁ ଭିସା ମିଳିଥିଲା। ଦାନିଶ ତାଙ୍କୁ ନିଜର ସହଯୋଗୀ ଅଲୀ ଅହୱାନଙ୍କ ସହ ପାକିସ୍ତାନରେ ଭେଟିବାକୁ କହିଥିଲେ। ଅଲୀ ଅହୱାନ ତାଙ୍କ ଯିବାଆସିବା ଓ ରହିବା କଥା ବୁଝିଥିଲେ। ପାକିସ୍ତାନ ଗସ୍ତରେ ଥିବା ବେଳେ ଜ୍ୟୋତି ସେଠାରେ ବଡ଼ବଡ଼ ପାର୍ଟିରେ ମଧ୍ୟ ଯୋଗ ଦେଇଥିବା ପ୍ରମାଣ ମିଳିଛି।

ପାକିସ୍ତାନରେ ଜ୍ୟୋତି ପାକିସ୍ତାନୀ ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ। ଏହାର ବ୍ୟବସ୍ଥା ଅଲୀ କରିଥିଲା। ଶାକିର ଓ ରାଣା ଶାହବାଜ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ସହ ମଧ୍ୟ ଜ୍ୟୋତିଙ୍କ ପରିଚୟ ହୋଇଥିଲା। ସେ ଶାକିରଙ୍କ ନମ୍ବର ଆଣିବା ସହ ଏହାକୁ ଜାଟ ରାନ୍ଧୱା ନାଁରେ ନିଜ ମୋବାଇଲ୍‌ରେ ସେଭ କରିଥିଲେ। ଭାରତ ଫେରିବା ପରେ ମଧ୍ୟ ଜ୍ୟୋତି ପାକିସ୍ତାନରେ ଭେଟିଥିବା ଲୋକମାନଙ୍କ ସହ ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମ ଜରିଆରେ ଯୋଗାଯୋଗ କରୁଥିଲେ।

ଆର୍ଥିକ କାରବାର

ବର୍ତ୍ତମାନ ପୋଲିସ ଜ୍ୟୋତିଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି। ତାଙ୍କର ଆର୍ଥିକ କାରବାର, ଭ୍ରମଣ କାର୍ଯ୍ୟକ୍ରମ, ସେ କଉଁଠିକୁ ଯାଇଥିଲେ ଓ କେଉଁମାନଙ୍କୁ ଭେଟିଥିଲେ, ସେସବୁର ଯାଞ୍ଚ କରାଯାଉଛି। ହରିୟାଣା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମଧ୍ୟ ଯୋଗାଯୋଗରେ ରହିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଜ୍ୟୋତି ଅତନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ତାଙ୍କ ଆୟ ଅନୁସାରେ ଖର୍ଚ୍ଚ ସମ୍ଭବତଃ ଅଧିକ ରହିଥିଲା। ତେଣୁ ଏହାର ଯାଞ୍ଚ ମଧ୍ୟ ଚାଲିଛି। ଜ୍ୟୋତି ନିଜ ୟୁଟ୍ୟୁବ ଚ୍ୟାନେଲ ପାଇଁ ଶୁଟିଂ କରିବାକୁ ଯିବା ବେଳେ ବିମାନର ବ୍ୟବହାର କରନ୍ତି। ସେ ବଡ଼ବଡ଼ ହୋଟାଲରେ ରହିବା ସହ ଦାମୀ ରେଷ୍ଟୁରାଣ୍ଟରେ ଖାଆନ୍ତି। ପୋଲିସ ଏହା ମଧ୍ୟ ଏ ଜାଣିବାକୁ ପାଇଛି ଯେ ଜ୍ୟୋତିଙ୍କ ପାକିସ୍ତାନ ଗସ୍ତ ଗୋଟିଏ ପ୍ରାୟୋଜିତ ଟ୍ରିପ୍‌ ଥିଲା।

ପାକିସ୍ତାନରେ ଭିଆପି ସୁବିଧା ପାଇଥିବା ଜ୍ୟୋତି ସେଠାରୁ ଫେରିବା ମାତ୍ରେ ଚାଇନା ଗସ୍ତ କରିଥିଲେ। ଚାଇନାରେ ମଧ୍ୟ ସେ ଦାମୀ କାରରେ ବୁଲିଥିଲେ ଓ ଦାମୀ ଗହଣା ଦୋକାନ ଯାଇଥିଲେ। ଏପରି ବିଳାସପୂର୍ଣ୍ଣ ଟ୍ରିପ ଓ ସନ୍ଦେହଜନକ ବୈଠକ ଜ୍ୟୋତିଙ୍କୁ ସୁରକ୍ଷା ଏଜେନ୍ସିର ରାଡାର ଭିତରକୁ ଟାଣିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଆନ୍ଦୋଳନ ଛାଡି ଖାଉଥିଲେ ବର୍ଗର! CJP ନେଲା କାର୍ଯ୍ୟାନୁଷ୍ଠାନ, ସଂଗଠନର ମୁଖପାତ୍ର ପଦରୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ବିଜେତା ଦହିୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସଂଗଠନର ମୁଖପାତ୍ର ପଦରୁ ହଟାଇ ଦେଇଛି। ଏହାର ସୂଚନା CJP…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri