ଜାତୀୟ

୧୭ ପେଶାଦାରଙ୍କ ସହାୟତାରେ ନିଜର ପ୍ରଚାର କରିବ ରେଲଓ୍ବେ: ପ୍ରତି ଜୋନ୍‌ ପିଛା ବାର୍ଷିକ ଖର୍ଚ୍ଚ ହେବ ୨ କୋଟି

ନୂଆଦିଲ୍ଲୀ,୧୬।୬: ଭାରତୀୟ ରେଲଓ୍ବେ ନିଜର ପ୍ରଚାର ପାଇଁ ଅଣ୍ଟାଭିଡ଼ିଛି। ଏଥିରେ ୧୭ ପେଶାଦାର ମଙ୍ଗ ଧରିବେ। ପେଶାଦାରମାନେ ଫେସ୍‌ବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଆଦି ପ୍ଲାଟଫର୍ମରେ ପ୍ରଚାର ଅଭିଯାନ କରିବେ। ସେମାନେ ନିଜ ନି ଜୋନ୍‌ ଲୋକସମ୍ପର୍କ ଅଧିକାରୀଙ୍କୁ ପ୍ରଚାର ଅଭିଯାନ ରିପୋର୍ଟ…

ପ୍ରତି ଘରେ ପାଣି ପାଇପ୍‌ ଲାଇନ୍‌ ପହଞ୍ଚାଇବେ ମୋଦି ସରକାର

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ପାଳିରେ ‘ସ୍ବଚ୍ଛ ଭାରତ ମିଶନ’କୁ ଫ୍ଲାଗସିପ୍‌ ସ୍କିମ କରିଥିଲେ। ଏବେ ଦ୍ୱିତୀୟ ପାଳିରେ ଗଁା ଗହଳିର ପ୍ରତି ଘରେ ପାଣି ପାଇପ୍‌ ଲାଇନ୍‌ ଯୋଗାଇ ଦେବାକୁ କାମ ଆରମ୍ଭ କରିଥିବା ସୂଚନା ମିଳିଛି।…

ଯୋଗୀଙ୍କ ରାସ୍ତାରେ କମଳନାଥ: ୫ ବର୍ଷରେ ନିର୍ମାଣ ହେବ ୩ ଶହ ସ୍ମାର୍ଟ ଗୋଶାଳା

ଭୋପାଳ,୧୬।୬: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଦ ଚିହ୍ନ ଅନୁସରଣ କରିବା ଆରମ୍ଭ କରିଛନ୍ତି। ଏହି ମର୍ମରେ ରାଜ୍ୟରେ ଗୋବଂଶର ସୁରକ୍ଷା ପାଇଁ ୫ ବର୍ଷରେ ୩ ଶହ ସ୍ମାର୍ଟ ଗୋଶାଳା ନିର୍ମାଣ ଲାଗି ଯୋଜନା ଆରମ୍ଭ…

ଦୁଇ ବ୍ୟକ୍ତିଙ୍କ କଳି ଭିତରେ ଗାଈ ଗଲା କୋର୍ଟ

ଯୋଧପୁର,୧୬।୬: ରାଜସ୍ଥାନ ଯୋଧପୁରର ଲୋକାଲ କୋର୍ଟରେ ଆଶ୍ଚର୍ଯ୍ୟ ହେବା ଭଳି ଏକ ମାମଲା ଦେଖିବାକୁ ମିଳିଛି। ଶନିବାର ଏହି କୋର୍ଟରେ ଏକ ଗାଈକୁ ହାଜର ହେବାକୁ ପଡିଛି। କାରଣ ଏହାର ମାଲିକାନାକୁ ନେଇ ବିବାଦ ଉଠିବାରୁ ଗାଈଟିକୁ କୋର୍ଟ ପର୍ଯ୍ୟନ୍ତ ନିଆଯାଇଥିଲା।…

ଭାରତ-ମ୍ୟାନ୍‌ମାର୍‌ ସୀମାରେ ଅପରେଶନ୍‌ ସନ୍‌ ସାଇନ୍‌-୨: ଉଗ୍ରବାଦୀଙ୍କ ଶିବିର ଧ୍ୱଂସ; ୮୦ ଗିରଫ

ଦିସ୍‌ପୁର,୧୬।୬: ଉତ୍ତର-ପୂର୍ବ ଅଞ୍ଚଳରେ ଭାରତ-ମ୍ୟାନ୍‌ମାର୍‌ ସୀମାରେ ଭାରତୀୟ ସେନାର ୨ଟି ବାଟାଲିୟନ୍‌, ବିଶେଷ ସୁରକ୍ଷା ବଳ ତଥା ଆସାମ ରାଇଫଲସ୍‌ ପକ୍ଷରୁ ମିଳିତ ଭାବେ ଅପରେଶନ୍‌ ସନ୍‌ ସାଇନ୍‌-୨ ଅଭିଯାନ ସମ୍ପନ୍ନ ହୋଇଛି। ଏଠାରେ ଥିବା ଉଗ୍ରବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରାଯିବା…

ଭ୍ରଷ୍ଟ ଶାସନ ଦେବା ଆମ ସରକାରଙ୍କ ଲକ୍ଷ୍ୟ: ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ଅମରାବତି,୧୬।୬: ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପି ପୁଷ୍କା ଶିଓ୍ବାନିଙ୍କ ପାଟିରୁ ଖସି ଯାଇଥିବା କଥା ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି। ଗତ ଶନିବାର ପୁଷ୍ପା କହିଥିଲେ, ଆନ୍ଧ୍ର ପ୍ରଦେଶରେ ଭ୍ରଷ୍ଟ ଶାସନ ଦେବା ଆମ ସରକାରଙ୍କ ଲକ୍ଷ୍ୟ। ଏକ…

ଯୋଗ ଦିବସ ପୂର୍ବରୁ ଆନିମେଟେଡ୍‌ ଭୁଜଙ୍ଗାସନରେ ଦେଖାଦେଲେ ମୋଦି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ ଫିଟ୍‌ ତାହା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ତେବେ ଆସନ୍ତା ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ହେବାକୁ ଥିବା ବେଳେ ପୁଣି ଥରେ ମାଦିଙ୍କର ଭୁଜଙ୍ଗାନରେ ଏକ ଭିଡିଓ ଏବେ ଭାଇରାଲ…

ଅଓ୍ବନ୍ତିପୁରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଭାରତ ଓ ଆମେରିକାକୁ ସୂଚନା ଦେଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୬।୬: ଜମ୍ମୁ-କଶ୍ମୀରର ଅଓ୍ବନ୍ତିପୁରାରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଏନେଇ ପାକିସ୍ତାନ ଭାରତ ଏବଂ ଆମେରିକାକୁ ସୂଚନା ଦେଇଛି। ତ୍ରାଲ୍‌ ଅଞ୍ଚଳରେ ଆତଙ୍କବାଦୀ ଜାକିର ମୂଷା ଏନ୍‌କାଉଣ୍ଟର ଘଟଣାର ପ୍ରତିଶୋଧ ନେବାକୁ କିଛି ଆତଙ୍କବାଦୀ ଷଡ଼ଯନ୍ତ୍ର କରିଥିବା ପାକିସ୍ତାନ ସୂଚନା…

ମଝି ରାସ୍ତାରେ ଜଳିଲା ବସ୍‌: ୫୬ ଯାତ୍ରୀ ଉଦ୍ଧାର

ଅହମ୍ମଦାବାଦ୍‌, ୧୬।୬: ଗୁଜରାଟର ଅହମ୍ମଦାବାଦ୍‌-ବଡ଼ୋଦରା ଏକ୍ସପ୍ରେସ୍‌ ହାଇଓ୍ବେରେ ଘଟିଛି ଏକ ଅଭାବନୀୟ ଘଟଣା। ଆନନ୍ଦ ଜିଲାର ବାସଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ମଝି ରାସ୍ତାରେ ଅଗ୍ନିକାଣ୍ଡ ଘଟିଛି। ତେବେ ବସ୍‌ରେ ଯାତ୍ରା କରୁଥିବା ୫୬ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ…

ମୁଣ୍ଡ ନେଉଛି ମସ୍ତିଷ୍କ ଜ୍ୱର

ପାଟନା,୧୬ା୬(ପି.ଟି./ଆଇଏଏନ୍‌ଏସ୍‌): ବିହାରରେ ଘାତକ ସାଜିଛି ମସ୍ତିସ୍କଜ୍ୱର। ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌) ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ) ରୋଗରେ ଆକ୍ରାନ୍ତ ହୋଇ ମୁଜାଫରପୁର ଜିଲାର ଦୁଇଟି ସରକାରୀ ହସ୍ପିଟାଲରେ ଶନିବାର ୧୨ ଚିକିତ୍ସାଧୀନ ଶିଶୁଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଶିଶୁଙ୍କ…

କଙ୍ଗାରୁ କୋର୍ଟର ବିଚିତ୍ର ନିଷ୍ପତ୍ତି: ପୀଡ଼ିତାଙ୍କ ପବିତ୍ରତା ଲାଗି ଆମିଷ ଭୋଜି ଦାବି

ଭୋପାଳ,୧୬ା୬ : କଙ୍ଗାରୁ କୋର୍ଟ ବା ଖାପ୍‌ ପଞ୍ଚାୟତର କୌଣସି ଆଇନଗତ ବୈଧତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହାସତ୍ତ୍ୱେ କଙ୍ଗାରୁ କୋର୍ଟର ବର୍ବରତା ଓ ଏକତରଫା ନିଷ୍ପତ୍ତି ଲୋକଙ୍କୁ ଅଡ଼ୁଆରେ ପକାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

ଲେଉଟି ଆସିଲା ସାମୁଦ୍ରିକ ଝଡ଼ ‘ବାୟୁ’: ୪୮ ଘଣ୍ଟାରେ ଗୁଜରାଟ ଉପକୂଳ ଛୁଇଁବ

ନୂଆଦିଲ୍ଲୀ,୧୬ା୬ : ସାମୁଦ୍ରିକ ବାତ୍ୟା ‘ବାୟୁ’ ଲୁଚକାଳି ଖେଳୁଛି। ଗତ ଗୁରୁବାର ଏହା ଗୁଜରାଟ ଉପକୂଳରେ ମାଡ଼ ହେବାର ଆଶଙ୍କା ଥିବାବେଳେ ବୁଧବାର ରାତିରେ ଏହାର ଗତିପଥ ବଦଳି ଯାଇଥିଲା। ଫଳରେ ରାଜ୍ୟ ସରକାର ସ୍ଥାନାନ୍ତର ହୋଇଥିବା ପ୍ରାୟ ୩ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?