ଜାତୀୟ

ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୨୩।୬: ଆସନ୍ତା ବର୍ଷଠାରୁ ସିବିଏସ୍‌ସି ପିଲାଙ୍କଠାରୁ ଯେଉଁ ସ୍କୁଲ ଫି ନେଉଛି ତାକୁ ସରକାର ବହନ କରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଶନିବାର ଦ୍ୱାଦଶ ଶ୍ରେଣୀରେ ଭଲ ପ୍ରଦର୍ଶନ କରିଥିବା ପିଲାମାନଙ୍କୁ ପୁରସ୍କୃତ କରିବା ସମୟରେ ସେ…

ଶାନ୍ତିବନରେ ସଞ୍ଜୟ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାନେକା ଓ ବରୁଣ

ନୂଆଦିଲ୍ଲୀ,୨୩।୬: ସଞ୍ଜୟ ଗାନ୍ଧୀଙ୍କ ୩୯ତମ ପୁଣ୍ୟତିଥିରେ ରବିବାର ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶାନ୍ତିବନଠାରେ ଥିବା ସଞ୍ଜୟଙ୍କ ସମାଧିସ୍ଥଳରେ ଅନ୍ୟ ରାଜନେତା ମଧ୍ୟ ସଞ୍ଜୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୧୯୮୦ ଜୁନ୍‌ ୨୩ରେ ସଫଦରଜଙ୍ଗସ୍ଥିତ ଫ୍ଲାଇଙ୍ଗ୍‌ କ୍ଲବ୍‌ରେ…

ଆମେରିକା ରିପୋର୍ଟକୁ ଭାରତର ଖଣ୍ଡନ: ଦେଶ ଧର୍ମନିରପେକ୍ଷତା ଏବଂ ସହନଶୀଳତାକୁ ଦିଏ ଗୁରୁତ୍ୱ

ନୂଆଦିଲ୍ଲୀ,୨୩।୬: ଆମେରିକା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟକୁ ଭାରତ ଖଣ୍ଡନ କରିଛି। ଏହା ସହିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଭିଶ୍‌ କୁମାର ଦେଶ ସବୁବେଳେ ଧର୍ମନିରପେକ୍ଷତା ଏବଂ ସହନଶୀଳତାକୁ ଦିଏ ଗୁରୁତ୍ୱ ଦେଇଥାଏ ବୋଲି ସୂଚନା ଦେଇଛନ୍ତି। ଆମେରିକା ଦ୍ୱାରା…

ରାଜଧାନୀରେ ଖବରଦାତାଙ୍କୁ ଗୁଳି

ନୂଆଦିଲ୍ଲୀ,୨୩।୬: ରାଜଧାନୀ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭ ନିକଟରେ ମିତାଲି ଚନ୍ଦୋଲା ନାମକ ଜଣେ ଖବରଦାତାଙ୍କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଗୁଳି କରିଥିବା ସୂଚନା ମିଳିଛି। ଏହାସହ ତାଙ୍କ କାର୍‌ ଉପରକୁ ଅଣ୍ଡାମାଡ ମଧ୍ୟ କରାଯାଇଛି। ଗୁଳିମାଡ ପରେ ଆହତ…

୩୫ ବର୍ଷ ତଳର କଳା ରବିବାର: ମଝି ଆକାଶରେ ବିମାନ ବିସ୍ଫୋରଣରେ ୩୨୯ ଲୋକଙ୍କ ଘଟିଥିଲା ମୃତ୍ୟୁ

ନୂଆଦିଲ୍ଲୀ, ୨୩।୬: ଆଜିକୁ ୩୫ ବର୍ଷ ତଳେ ଜୁନ୍‌ ୨୩ର କଳା ରବିବାରରେ ମଝି ଆକାଶରେ ବିମାନ ଦୁର୍ଘଟଣାରେ ୩୨୯ ଲୋକଙ୍କ ମୃତ୍ୟୁ ଘଟିଥିଲା। ୩୦୭ ଯାତ୍ରୀ ଏବଂ ୨୨ ଜଣ ବିମାନ କର୍ମଚାରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି…

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୩।୬: ଜମ୍ମୁ-କଶ୍ମୀର ଶୋପିଆନ୍‌ ଜିଲାରେ ରବିିବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର କିଗମ୍‌ର ଦରମଦୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଭୋର୍‌ ସମୟରେ ଘେରାବନ୍ଦୀ ଆରମ୍ଭ…

ପାକିସ୍ତାନକୁ ଚେତାଇଲା ଭାରତ :ଆତଙ୍କବାଦ ବିରୋଧରେ ଶକ୍ତ ହୁଅ

ନୂଆଦିଲ୍ଲୀ,୨୩ା୬(ପି.ଟି.) : ପାକିସ୍ତାନ ଆତଙ୍କବାଦ ବିରୋଧରେ ଶକ୍ତହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କହିଛି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ସେମାନଙ୍କୁ ନିଜ ମାଟିରେ ପ୍ରୋତ୍ସାହନ ଦେବା ବନ୍ଦ ନ କଲେ ପରିଣାମ ଭୟାବହ ହେବ ବୋଲି…

ଇ-ବର୍ଜ୍ୟ ଆକଳନ ଲାଗି ବ୍ୟବସ୍ଥା ନାହିଁ: ଭର୍ତ୍ତୃହରିଙ୍କ ପ୍ରଶ୍ନରେ ପରିବେଶ ମନ୍ତ୍ରୀଙ୍କ ଉତ୍ତର

ନୂଆଦିଲ୍ଲୀ,୨୩ା୬: ଦେଶରେ ଇ-ବର୍ଜ୍ୟ ବିପଜ୍ଜନକ ଭାବେ ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ ସତର୍କ କରାଇଦିଆଯିବା ସତ୍ତ୍ୱେ ଏହାର ଆକଳନ ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ଲୋକ ସଭାରେ ଶନିବାର ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ ଦେଶରେ…

ପିଲାଟସ୍‌ ବିମାନ କିଣାରେ ୩୩୯ କୋଟି ଦୁର୍ନୀତି: ପ୍ରତିରକ୍ଷା ଅଧିକାରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୩ା୬: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୦୯ରେ ୭୫ଟି ପିଲାଟସ୍‌ ପ୍ରଶିକ୍ଷଣ ବିମାନ କିଣିଥିଲା, ଯେଉଁଥିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ଘଟଣାରେ ସିବିଆଇ ଭାରତୀୟ ବାୟୁସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର କେତେଜଣ ଅଧିକାରୀଙ୍କ ସମେତ ବିବାଦୀୟ ଅସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କ ବିରୋଧରେ…

ଇନ୍ଦୋରରେ ଅନର୍‌କିଲିଂ:ଭଉଣୀଙ୍କୁ ଗୁଳିକଲେ ସାନଭାଇ

ଇନ୍ଦୋର,୨୩ା୬(ପି.ଟି.): ମଧ୍ୟପ୍ରଦେଶର ଇନ୍ଦୋରରେ ଶନିବାର ଏକ ଅନରକିଲିଂ ଘଟଣା ସାମ୍ନାକୁ ଆସିଛି। ଅନ୍ୟ ଜାତିରେ ବିବାହ କରିଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସାନଭାଇ ଗୁଳିକରି ହତ୍ୟା କରିଛନ୍ତି। ବୁଲ୍‌ବୁଲ୍‌ ନାମ୍ନୀ ଯୁବତୀ ଜଣକ ପରିବାରର ବିରୋଧ ସତ୍ତ୍ୱେ ୬…

ବଳାତ୍କାର ଅଭିଯୁକ୍ତ ଏମ୍‌ପିଙ୍କ ଆତ୍ମସମର୍ପଣ

ବାରାଣସୀ,୨୩ା୬(ପି.ଟି.): ବଳାତ୍କାର ଅଭିଯୁକ୍ତ ବିଏସ୍‌ପିର ନବନିର୍ବାଚିତ ଏମ୍‌ପି ଅତୁଲ ରାଏ ଶନିବାର ଉତ୍ତରପ୍ରଦେଶର ବାରାଣସୀସ୍ଥିତ ଏକ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ଘୋସି ଏମ୍‌ପି ଅତୁଲ ଜଣେ କଲେଜ ଛାତ୍ରୀଙ୍କ…

ପ୍ରେମୀ ଯୁଗଳଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଭୋପାଳ,୨୩ା୬: ଯୁବତୀ ଧନୀ ପରିବାରର ଓ ଯୁବକ ଜଣକ ଗରିବ। ଦୁହେଁ ପରସ୍ପରକୁ ଭଲପାଇ ବାହାହେବାକୁ ଚାହାନ୍ତି। ଭିଲାଲା ଜାତିର ଏହି ପ୍ରେମୀ ଯୁଗଳଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ଉଭୟଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ୨୦ ବର୍ଷୀୟା ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?