ଆଧାର ସଂଶୋଧନ ବିଲ୍ ଲୋକ ସଭାରେ ଗୃହୀତ
ନୂଆଦିଲ୍ଲୀ,୫।୭:ଆଧାର ସଂଶୋଧନ ବିଲ୍ ଗୁରୁବାର ଲୋକ ସଭାରେ ଗୃହୀତ ହୋଇଛି। ବ୍ୟାଙ୍କରେ ଜମା ଖାତା ଖୋଲିବା, ମୋବାଇଲ ଫୋନ୍ ପାଇଁ ସିମ୍କାର୍ଡ ସଂଗ୍ରହ ଲାଗି ଆଧାରକୁ ପରିଚୟପତ୍ର ଭାବେ ବ୍ୟବହାର କରିବା ନିମନ୍ତେ ଆଇନଗତ ସ୍ବୀକୃତି ଦେବା ଲାଗି କେନ୍ଦ୍ର ସରକାର…
୩୫୮ ଖଣି ଲିଜ୍ ବାତିଲ ଆବେଦନ:କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫।୭(ପି.ଟି.):ସାନି ମୂଲ୍ୟାୟନ କରା ନ ଯାଇ ଦେଶରେ ୩୫୮ରୁ ଅଧିକ ଲୁହାପଥର ଖଣି ବିଭିନ୍ନ କମ୍ପାନୀକୁ ଆବଣ୍ଟନ କରାଯିବା ଅଥବା ଲିଜ୍ ମିଆଦ ବୃଦ୍ଧି କିମ୍ବା ବଳବତ୍ତର ରଖାଯାଇଥିବାରୁ ସେଗୁଡ଼ିକୁ କାହିଁକି ବାତିଲ କରା ନ ଯିବ ୪ ସପ୍ତାହ ମଧ୍ୟରେ…
ମାନହାନି ମାମଲା:ରାହୁଲ, ୟେଚୁରୀଙ୍କୁ ଜାମିନ
ମୁମ୍ବାଇ,୫।୭(ପି.ଟି.):ଏକ ମାନହାନି ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଗୁରୁବାର କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। କୋର୍ଟ ସେମାନଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ତେବେ ସେମାନଙ୍କ ମାମଲାର ବିଚାର…
କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗିରି: ଇଞ୍ଜିନିୟରଙ୍କୁ ଫୋପାଡିଲେ କାଦୁଅ
ମୁମ୍ବାଇ, ୪।୭: ନଗର ନିଗମ ଅଧିକାରୀଙ୍କୁ ବ୍ୟାଟ୍ରେ ପିଟି ଭାଜପା ବିଧାୟକ ଜେଲ୍ ଯିବାକଥା ମନରୁ ନ ଲିଭୁଣୁ ପୁଣି ଜଣେ କଂଗ୍ରେସ ବିଧାୟକ ଇଞ୍ଜିନିୟରଙ୍କୁ କାଦୁଅ ଫୋପାଡି ଚର୍ଚ୍ଚାକୁ ଆସିଛନ୍ତି। ବିଧାୟକ ନିତେଶ ରାଣେ ଜଣେ ଇଞ୍ଜିନିୟରଙ୍କୁ ନିଜ ସମର୍ଥକଙ୍କ…
ଡାକ୍ତରଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉ: ହେମା
ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ ଶୁକ୍ରବାର ଉପସ୍ଥାପିତ ହେବ। ହେଲେ ଗୁରୁବାର ମଥୁରାର ଭାଜପା ଏମ୍ପି ତଥା ବଲିଉଡ୍ ଅଭିନେତ୍ରୀ ହେମା ମାଳିନୀ ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା କଥା ଉଠାଇଛନ୍ତି। ସେ କହିଛନ୍ତି…
ଭାଜପା ଏମ୍ପିଙ୍କ ବିବାଦୀୟ ମନ୍ତବ୍ୟ:ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଜେଡିୟୁ ସହ ମେଣ୍ଟ ହୋଇଛି
ପାଟନା, ୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ଆବଣ୍ଟନକୁ ନେଇ ବିବାଦ ଦେଖା ଦେବା ପରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନ ଥିଲା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ। ଏହି ଘଟଣା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ…
ଡିଏମ୍କେ ଯୁବଶାଖାର ସମ୍ପାଦକ ହେଲେ ଷ୍ଟାଲିନଙ୍କ ପୁଅ ଉଦୟନିଧି
ଚେନ୍ନାଇ,୪।୭: ଡିଏମ୍କେ ମୁଖ୍ୟ ଏମ୍ କେ ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟନିଧି ଡିଏମ୍କେର ଯୁବଶାଖା ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ୪୨ ବର୍ଷୀୟ ଉଦୟନିଧି ହେଉଛନ୍ତି କରୁଣାନିଧିଙ୍କ ପରିବାରର ୪ର୍ଥ ସଦସ୍ୟ ଯେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ…
ରଥଟାଣି ପୁଣି ବିବାଦରେ ନୁସରତ
କୋଲକାତା,୪।୭: ଅଭିନେତ୍ରୀରୁ ଏମ୍ପି ହୋଇଥିବା ନୁସରତ ଜହାଁ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଗୁରୁବାର ଶ୍ରୀଗୁଣ୍ଡିଚା ଅବସରରେ ସେ କୋଲକତାରେ ଆୟୋଜିତ ରଥଯାତ୍ରା ଉତ୍ସବରେ ମୁଖ୍ୟ ଅତିଥି ହୋଇଛନ୍ତି। କେବଳ ସେତିକି ନୁହେଁ ମଥାରେ ସିନ୍ଦୁର ପିନ୍ଧି ଓଢଣା ଦେଇ ସେ…
ପ୍ଲାଷ୍ଟିକ୍ ବର୍ଜ୍ୟ ପଦାର୍ଥରୁ ହେବ ଟାଇଲ୍ସ୍ ନିର୍ମାଣ
ଡେରାଡୁନ୍,୪।୭: ଦେଶରେ ପ୍ଲାଷ୍ଟିକ୍ ବର୍ଜ୍ୟ ପଦାର୍ଥ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାଯୋଗୁ ପ୍ରଦୂଷଣ ବୃଦ୍ଧି ପାଇଛି। ତେବେ ଉତ୍ତରଖଣ୍ଡ ଚାମୋଲି ମ୍ୟୁନିସିପାଲିଟି ପକ୍ଷରୁ ଏଭଳି ପଦାର୍ଥରୁ ପରିବେଶ ଉପଯୋଗୀ ଟାଇଲ୍ସ୍ ପ୍ରସ୍ତୁତ କରାଯିବାର ଯୋଜନା ହୋଇଛି। ପ୍ରତିଦିନ ଏଠାରେ…
୧୩ଟି ଆଞ୍ଚଳିକ ଭାଷାରେ ହେବ ବ୍ୟାଙ୍କିଙ୍ଗ୍ ପରୀକ୍ଷା
ନୂଆଦିଲ୍ଲୀ,୪।୭: ଦେଶର ବିଭିନ୍ନ ବ୍ୟାଙ୍କରେ ନିଯୁକ୍ତି ପାଇଁ ବ୍ୟାଙ୍କିଙ୍ଗ୍ ପରୀକ୍ଷା ହିନ୍ଦୀ ଏବଂ ଇଂଲିଶ୍ ଭାଷାରେ ହୋଇଥାଏ। ଏଣିକି ଏହି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ କରାଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ସୂଚନା ଦେଇଛନ୍ତି। ଲୋକ ସଭାରେ ଏସମ୍ପର୍କରେ…
ମଧୁ ବଙ୍ଗାରପ୍ପା ହେଲେ ଜେଡିଏସ୍ କାର୍ଯ୍ୟକାରୀ ଅଧ୍ୟକ୍ଷ
ବେଙ୍ଗାଲୁର୍,୪।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡ଼ା ଜେଡିସ୍ରେ କେତେକ ପରିବର୍ତ୍ତନ କରିଛନ୍ତି। ମଧୁ ବଙ୍ଗାରପ୍ପାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସେ ଘୋଷଣା କରିଛନ୍ତି। ସେହିପରି ଏଚ୍.କେ. କୁମାରସ୍ବାମୀଙ୍କୁ କର୍ନାଟକ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏ.ଏଚ୍. ବିଶ୍ୱନାଥଙ୍କ ଇସ୍ତଫା ପରେ…
ବାରୁଦ ଗଦାରେ କଶ୍ମୀର: ନିଜ ସନ୍ତାନଙ୍କୁ ବିଦେଶରେ ପଢ଼ାଇ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦ ଶିକ୍ଷା ଦେଉଛନ୍ତି ବିଚ୍ଛିନ୍ନତାବାଦୀ
ଶ୍ରୀନଗର,୪।୭:ଜମ୍ମୁ-କଶ୍ମୀରକୁ ଆତଙ୍କବାଦର ବାରୁଦ ଗଦାରେ ରଖିବାରେ ବିଚ୍ଛିନ୍ନତାବାଦୀ ନେତାଙ୍କର ହାତ ରହିଛି। ସେମାନେ ନିଜ ସନ୍ତାନଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶରେ ପାଠ ପଢ଼ାଉଥିବାବେଳେ ସ୍ଥାନୀୟ ଯୁବକଙ୍କୁ ଜେହାଦୀ ଶିକ୍ଷାଦେଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଇବା କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ୧୧୨ ଜଣ…

