ଅର୍ଦ୍ଧନଗ୍ନ ହୋଇ ପ୍ରାର୍ଥିପତ୍ର ଦାଖଲ କଲେ ଲୋକସଭା ପ୍ରାର୍ଥୀ ଅଞ୍ଜନୀ ପାଣ୍ଡେ
ରାଞ୍ଚି,୧୯।୪: ସ୍ବାଧିନ ପ୍ରାର୍ଥୀ ତଥା ଆଦିବାସୀ କିଶାନ ମଜଦୁର ପାର୍ଟି(ଏକେଏମ୍ପି) ନେତା ଅଞ୍ଜନୀ ପାଣ୍ଡେ ଏବେ ଚର୍ଚ୍ଚାରେ। କାରଣ ଗୁରୁବାର ସେ ରାଞ୍ଚି ଲୋକ ସଭା ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ…
ମାତ୍ର ଗୋଟିଏ ନିଷ୍ପତ୍ତିରେ ରୋଜଗାର ହରାଇଲେ ୧୬ହଜାର କର୍ମଚାରୀ
ନୂଆଦିଲ୍ଲୀ,୧୯।୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍ ଏୟାରଓ୍ବେଜ୍ ତା’ର ଉଡାଣକୁ ଅସ୍ଥାୟୀ ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି। ଫଳରେ ଏଥିରେ କାମ କରୁଥିବା ପ୍ରାୟ ୧୬ ହଜାର କର୍ମଚାରୀ ଏବେ ରୋଜଗାର ହରାଇ ଭାଙ୍ଗି ପଡିଛନ୍ତି। ଏହି…
ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ
ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ କସ୍ବା ଥାନା ଅଞ୍ଚଳର ଏକ ଗଁ।ରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପଟେ ଭଉଣୀର ସବାରି ଉଠିଥିବା ବେଳେ ଅନ୍ୟପଟେ ଭାଇର କୋକେଇ ଉଠିଛି। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଝିଅର ବୁଧବାର…
ପାକିସ୍ତାନକୁ ଝଟକା: ଏଲ୍ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ
ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି। ଏହି କ୍ରମରେ ଭାରତ ଜମ୍ମୁ-କାଶ୍ମୀର ସୀମାରେ କରାଯାଉଥିବା ବ୍ୟବସାୟ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…
କଂଗ୍ରେସ ଏମ୍ପିଙ୍କ ପାଇଁ ଭୋଟ ମାଗିଲେ ମୁକେଶ ଅମ୍ବାନୀ
ମୁମ୍ବାଇ, ୧୮।୪: ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ କଂଗ୍ରେସ ଟିକେଟରେ ଦକ୍ଷିଣ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ମିଲିନ୍ଦ ଦେଓରାଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି। ମୁକେଶଙ୍କ ଭାଇ ଅନୀଲ ଅମ୍ବାନିଙ୍କୁ କଂଗ୍ରେସ ବାରମ୍ବାର ଟାର୍ଗେଟ କରୁଥିବାବେଳେ ଗୁରୁବାର କଂଗ୍ରେସ…
ସ୍ତ୍ରୀଙ୍କ ପାଇଁ ପ୍ରଚାର କଲେ ଶତ୍ରୁଘ୍ନ ସିହ୍ନା: କଂଗ୍ରେସ କହିଲା, ପ୍ରଥମେ ଦଳୀୟ ଧର୍ମ ନିଭାନ୍ତୁ
ଲକ୍ଷ୍ନୌ, ୧୮।୪: ଭାଜପା ଛାଡି କଂଗ୍ରେସରେ ଯୋଗଦେବାର ମାସେ ନ ପୂରୁଣ ଶତ୍ରୁଘ୍ନ ସିହ୍ନାଙ୍କ ନାଁରେ ଦଳରେ ବିରୋଧାଭାସ ଉଠିଛି। କଂଗ୍ରେସରେ ଥାଇ ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ସ୍ତ୍ରୀ ପୁନମଙ୍କ ପାଇଁ ଭୋଟ…
ଇରଫାନ୍ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା
ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ିଜ ଆଗାମୀ ଫିଲ୍ମ ‘ଇଂଲିଶ ମିଡିୟମ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ରାଜସ୍ଥାନର ଉଦୟପୁରରେ ଫିଲ୍ମର ଶୁଟିଂ ଚାଲିଥିବାବେଳେ…
ଭାରତ ଲୋକ ସଭା ନିର୍ବାଚନର ଲାଇଭ୍ ଅପ୍ଡେଟ୍ ଦେଉଛି ପାକିସ୍ତାନ ଗଣମାଧ୍ୟମ
ନୂଆଦିଲ୍ଲୀ,୧୮।୪: ଭାରତରେ ହେଉଥିବା ଲୋକ ସଭା ନିର୍ବାଚନକୁ ନେଇ ବିଶ୍ୱର ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ଆଗ୍ରହ ଖୁବ୍ ଅଧିକ ଥିବା ପରିଲକ୍ଷିତ ହୋଇଛି। କାରଣ ପାକିସ୍ତାନ ଗଣମାଧ୍ୟମରେ ଲଗାତାର ଭାବେ ଲୋକ ସଭା ନିର୍ବାଚନର ଟିକିନିଖି ଖବର ପ୍ରଚାର ପ୍ରସାର…
ରାହୁଲଙ୍କ ବିରୋଧରେ ମାନହାନି ମାମଲା
ପାଟନା, ୧୮।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ଗୁରୁବାର ମାନହାନି ମାମଲା ଦାଏର କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି। ଏକ ନିର୍ବାଚନୀ ସଭାରେ ରାହୁଲଙ୍କ ‘ସବୁ ମୋଦି ଚୋର’ ବୟାନକୁ ନେଇ ଆଇପିସି ଧାରା ୫୦୦ ଅନୁଯାୟୀ…
ମାଓବାଦୀଙ୍କ ଦ୍ୱାରା ଆଇଇଡି ବ୍ଲାଷ୍ଟ: ଯବାନ ଆହତ
ରାଜନନ୍ଦଗାଁଓ,୧୮।୪: ଛତିଶଗଡ଼ର ରାଜନନ୍ଦଗାଁଓ ନିକଟରେ ମାଓବାଦୀଙ୍କ ଦ୍ୱାରା ଗୁରୁବାର କରାଯାଇଥିବା ଆଇଇଡି ବିସ୍ଫୋରଣରେ ଆଇଟିବିପିର ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। କନଷ୍ଟେବଳ ମାନ ସିଂ ନାମକ ଏହି ଯବାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ,…
ବିବାହ ପରେ ଶାଶୁଘର ଯାଉଥିଲେ କନ୍ୟା: ଅପହରଣ କରିନେଲେ ଦୁର୍ବୃତ୍ତ
ଜୟପୁର, ୧୮।୪: ରାଜସ୍ଥାନ ଜୟପୁରର ନାଗଓ୍ବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପରେ ଶାଶୁଘର ଯାଉଥିବା କନ୍ୟାଙ୍କୁ ଅପହରଣ କରିନେଇଛନ୍ତି କିଛି ଦୁର୍ବୃତ୍ତ। ଏପ୍ରିଲ ୧୬ରେ ନାଗଓ୍ବା ଗ୍ରାମର କିଶୋରଙ୍କ ଝିଅ ସୋନୁଙ୍କ ବିବାହ ଥିଲା। ବିବାହ ରାତି…
ଭାଜପା ବରିଷ୍ଠ ନେତା ଜିବିଏଲ୍ ନରସିଂହ ରାଓଙ୍କ ଉପରକୁ ଜୋତା ମାଡ଼
ନୂଆଦିଲ୍ଲୀ,୧୮।୪: ଭାଜପାର ବରିଷ୍ଠ ନେତା ଜିବିଏଲ୍ ନରସିଂହ ରାଓଙ୍କ ଉପରକୁ ଜୋତା ମାଡ଼ ହୋଇଛି। ଦିଲ୍ଲୀସ୍ଥିତ ଭାଜପାର ମୁଖ୍ୟାଳୟରେ ନରସିଂହ ଅନ୍ୟ ଜଣେ ଦଳୀୟ ସଦସ୍ୟ ଭୁପେନ୍ଦ୍ର ଯାଦବଙ୍କ ସହିତ ଏକ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ। ସମ୍ମିଳନୀରେ ଥିବା ଜଣେ…
Archives


