Posted inଜାତୀୟ

ନିଜ ରାଇଜରେ ବେଘର ଜଙ୍ଗଲ ରାଜା: ୨୦୨୨ସୁଦ୍ଧା ବାଘ ସଂଖ୍ୟା ୨ ଗୁଣା କରିବାକୁ ୧୩ ଦେଶର ମିଳିତ ପ୍ରୟାସ

ନୂଆଦିଲ୍ଲୀ,୨୯।୭: ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ ପରିସୀମା କମିବାରେ ଲାଗିଛି। ଏହାଦ୍ୱାରା ଜଙ୍ଗଲ ରାଜା ବାଘ ନିଜ ରାଇଜରେ ବି ବେଘର ହେବାରେ ଲାଗିଛି। ଏହାଯୋଗୁ ବାଘ ସଂଖ୍ୟା କମିବାରେ ଲାଗିଛି। ତେଣୁ ପ୍ରତିବର୍ଷ ଜୁଲାଇ ୨୯ରେ ବିଶ୍ୱ ବାଘ ଦିବସ ପାଳିତ ହେଉଛି। ୨୦୧୦ରେ ରୁଷିଆର ସେଣ୍ଟ୍‌ ପିଟର୍ସବର୍ଗଠାରୁ ହୋଇଥିବା ଏକ ସମ୍ମିଳନୀରେ ବାଘ ସଂରକ୍ଷଣ ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଏନେଇ ସଚେତନା ସୃଷ୍ଟି ପାଇଁ ବାଘ ଦିବସ ପାଳନ କରାଯାଉଛି। ଏହି ସମ୍ମିଳନୀରେ ୧୩ଟି ଦେଶ ଯୋଗଦେଇଥିଲେ। ୨୦୨୨ ସୁଦ୍ଧା ବାଘ ବଂଶକୁ ୨ ଗୁଣା ଲକ୍ଷ୍ୟ ନେଇ ସମ୍ପୃକ୍ତ ଦେଶମାନେ ମିଳିତ ଭାବେ ପ୍ରୟାସ ଜାରି ରଖିଛନ୍ତି। ୧୯୧୫ରେ ପୃଥିବୀରେ ବାଘ ସଂଖ୍ୟା ଏକ ଲକ୍ଷରୁ ଅଧିକ ଥିଲା। ତେବେ ଗତ ଶହେ ୪ ବର୍ଷ ମଧ୍ୟରେ ବାଘ ସଂଖ୍ୟା ୯୫ ପ୍ରତିଶତ କମିଛି। ୨୦୧୬ ଗଣନା ଅନୁସାରେ ପୃଥିବୀରେ ପ୍ରାୟ ୬ ହଜାର ବାଘ ରହିଛନ୍ତି ସେଥିମଧ୍ୟରୁ ଭାରତରେ ୩ ହଜାର ପାଖାପାଖି ବାଘ ଅଛନ୍ତି। ପୃଥିବୀରେ ସାଧାରଣତଃ ସାଇବେରିଆ ବାଘ, ବେଙ୍ଗାଲ ବାଘ, ଇଣ୍ଡୋଚାଇନିଜ୍‌ ବାଘ, ମାଲେସିଆ ବାଘ, ସୁମାତ୍ରା ବାଘ ଏବଂ ଦକ୍ଷିଣ ଚାଇନା ବାଘ ଆଦି ୬ଟି ପ୍ରଜାତି ବାଘ ଦେଖାଯାଇଥାନ୍ତି। ତେବେ ବାଲି ବାଘ, କ୍ୟାସ୍ପିୟନ୍‌ ବାଘ ଏବଂ ଜାବନ ବାଘ ଏବେ ପୃଥିବୀରୁ ଲୋପ ପାଇଯାଇଛି। ୧୯୭୩ରେ ଭାରତରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ପ୍ରୋଜେକ୍ଟ ଟାଇଗର ଯୋଜନା ଆରମ୍ଭ ହୋଇଥିଲା। ଏହା ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୫୦ ବାଘ ଅଭୟାରଣ୍ୟ ପ୍ରକଳ୍ପ ଆରମ୍ଭ ହୋଇଛି। ଭାରତ ବାଘଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଭାରତରେ ବାଘ ସଂଖ୍ୟାରେ ୭ଶହ ବୃଦ୍ଧି ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୦ରେ ଦେଶରେ ଏକ ହଜାର ୭ଶହ ୬ ବାଘ ଥିଲେ। ୨୦୧୪ରେ ଭାରତରେ ବାଘ ସଂଖ୍ୟା ୨ ହଜାର ୨ଶହ ୨୬କୁ ବୃଦ୍ଧି ପାଇଥିଲା। ସେହିପରି ୨୦୧୮ରେ ଏହା ୨ ହଜାର ୯ ଶହ ୬୭ରେ ପହଞ୍ଚିଥିଲା। ଗତ ୩ ବର୍ଷ ମଧ୍ୟରେ ୬୦ ହାତୀ ଏବଂ ୮ ବାଘଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri