ଜାତୀୟ

ଚିଟ୍‌ଫଣ୍ଡ୍‌ ସ୍କିମ୍‌ରେ ଅଙ୍କୁଶ ଲାଗି ପାର୍ଲାମେଣ୍ଟରେ ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୩୦ା୭(ପି.ଟି.): ଚିଟ୍‌ଫଣ୍ଡ୍‌ ସ୍କିମ୍‌ରେ ଅଙ୍କୁଶ ଲଗାଇବା ଲାଗି ସୋମବାର ପାର୍ଲାମେଣ୍ଟରେ ସର୍ବସମ୍ମତି କ୍ରମେ ବିଲ୍‌ ପାସ ହୋଇଛି। ଗତ ୨୪ରେ ଲୋକ ସଭାର ଅନୁମୋଦନ ପାଇବା ପରେ ସୋମବାର ରାଜ୍ୟ ସଭାରେ ଭଏସ୍‌ ଭୋଟ୍‌ରେ ଏହାକୁ ପାସ୍‌ କରାଯାଇଛି। ଫଳରେ…

ଭାଜପା ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା

ଲକ୍ଷ୍ନୌ,୩୦ା୭(ପି.ଟି.): ରବିବାର ସଡ଼କ ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ଖୁଡୀ ଓ ମାଉସୀ ପ୍ରାଣ ହରାଇଥିଲେ। ଏହି ଘଟଣାରେ ସୋମବାର ଭାଜପା ବିଧାୟକ କୁଲଦୀପ୍‌ ସିଂ ସେନ୍‌ଗାରଙ୍କ ସମେତ ୧୦ ଜଣଙ୍କ ବିରୋଧରେ…

ଶ୍ରୀନଗର ମସ୍‌ଜିଦ ଉପରେ ନଜର: ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ

ଶ୍ରୀନଗର,୩୦ା୭(ପି.ଟି.)-ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଶ୍ରୀନଗରରେ ଥିବା ମସ୍‌ଜିଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ୫ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ଥିବା ଏହି ମସ୍‌ଜିଦ ସମ୍ପର୍କିତ ତଥ୍ୟ ଯଥାଶୀଘ୍ର ଦାଖଲ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଏନେଇ…

ଏମ୍‌ ଲକ୍ଷ୍ମୀନାରାୟଣ ହେଲେ ୟେଦୁରପ୍ପାଙ୍କ ଉପଦେଷ୍ଟା

ବେଙ୍ଗାଲୁର,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ବିଏସ୍‌ ୟେଦୁରପ୍ପା ଶାସନଭାର ହାତକୁ ନେଇଛନ୍ତି। ସୋମବାର ବିଧାନସଭାରେ ଶାସକ ଦଳର ଭାଜପା ବହୁ ମତରେ ବିଜୟୀ ହୋଇଛି। ଏହାପରେ ଏମ୍‌ ଲକ୍ଷ୍ମୀନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି। ସୂଚନାଯୋଗ୍ୟ, କୁମାରସ୍ବାମୀଙ୍କ ମେଣ୍ଟ…

ପ୍ରିୟଙ୍କା କଂଗ୍ରେସ ଅଧ୍ୟକ୍ଷ ପାଇଁ ଜଣେ ଆଦର୍ଶ ପ୍ରାର୍ଥୀ: ଅମରିନ୍ଦର

ଚଣ୍ଡିଗଡ଼,୨୯।୭: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଙ୍କକଷା ଛିଣ୍ଡି ପାରି ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହିଁ ଏହି ପଦ ପାଇଁ ଜଣେ ଆଦର୍ଶ ପ୍ରାର୍ଥୀ ବୋଲି ସୋମବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ…

ଏହି ସବୁ କାରଣରୁ ଅଟକି ରହିଥାଏ ଆପଣଙ୍କ ସଫଳତା, ଆଉ ପିଛା ଛାଡିନଥାଏ ଦୁର୍ଭାଗ୍ୟ

ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି କରିବା ସତ୍ତ୍ବେ ମଧ୍ୟ ସଫଳତା ପାଇ ନ ଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର ବାସ୍ତୁ ଦୋଷରୁ ମଧ୍ୟ ଏପରି ବାରମ୍ବାର ଅସଫଳତାର ସାମ୍ନା କରିବାକୁ ପଡ଼ିଥାଏ। ଯଦି ଘରେ…

ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ଲାଲଜି ଟଣ୍ଡନ

ଭୋପାଳ,୨୯।୭: ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଲାଲଜି ଟଣ୍ଡନ ସୋମବାର ଶପଥ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶର ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରବି ଶଙ୍କର ଝା ରାଜଭବନରେ ଲାଲଜି ଟଣ୍ଡନଙ୍କୁ ରାଜ୍ୟପାଳ ପଦ ପାଇଁ ଶପଥ ଗ୍ରହଣ କରାଇଥିଲେ। ଏହା ପୂର୍ବରୁ ସେ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଆଖି ବୁଜିଲେ ୧୫ ଦିନର ଶିଶୁ

ଶ୍ରୀନଗର,୨୯।୭: ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ସୀମାରେ ଥିବା ଲୋକେ ବିନା ଦୋଷରେ ଜୀବନ ହାରୁଛନ୍ତି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ମୋର୍ଟାର ଓ ଗୁଳିମାଡ କରାଯିବାରୁ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ୩ ଜଣ ନାଗରିକ ଆହତ…

ଦେଓଘର ପହଞ୍ଚି ବାବା ବୈଦନାଥଙ୍କୁ ଦର୍ଶନ କଲେ ତେଜ ପ୍ରତାପ

ରାଞ୍ଚି,୨୯।୭: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଝାଡ଼ଖଣ୍ଡର ଦେଓଘରରେ ଥିବା ବାବା ବୈଦନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଛନ୍ତି। ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ…

ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୨୯।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ସୋମବାର କହିଛନ୍ତି କି ସବୁ ରାଜନୈତୀକ ଦଳ ଭାଜପା ଭଳି ନୁହେଁ। ତ୍ରୁଣମୂଳ କଂଗ୍ରେସ ଏକ ଗରିବ ଦଳ ବୋଲି ସେ କହିଛନ୍ତି।…

ସାହସିକତା ପୁରସ୍କାର ପ୍ରାପ୍ତ ଯବାନ ପଞ୍ଜାବ ପୋଲିସରେ ଭର୍ତ୍ତି ହୋଇ ପାରିବେ: ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୯।୭: ସାହସିକତା ପୁରସ୍କାର ପାଇଥିବା ଯବାନମାନେ ଏବେ ଚାହିଁଲେ ପଞ୍ଜାବ ପୋଲିସରେ ଯୋଗ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏମାନେ ସେନାରେ ଯେଉଁ ପଦବୀରେ ଥିବେ ତା’ଠାରୁ ଆଉ ଗୋଟିଏ…

ଦୁଇ ସପ୍ତାହ ହେବ ଉଦିତ ନାରାୟଣଙ୍କୁ ମିଳୁଛି ପୋଲିସ ସୁରକ୍ଷା

ମୁମ୍ବାଇ: ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗରଙ୍କୁ ପ୍ରାୟ ଏକ ମାସ ହେବ ହତ୍ୟା ଧମକ ମିଳୁଛି। ଏହାକୁ ନେଇ ସେ ଗତ ୨ ସପ୍ତାହ ତଳେ ପୋଲିସରେ ଅଭିଯୋଗ କରିବା ପରେ ସେବେଠାରୁ ତାଙ୍କୁ ପୋଲିସ ସୁରକ୍ଷା ଦିଆଯାଉଛି। ଉଦିତଙ୍କ ଅଭିଯୋଗ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?