Posted inଜାତୀୟ

ଭାଜପା ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା

ଲକ୍ଷ୍ନୌ,୩୦ା୭(ପି.ଟି.): ରବିବାର ସଡ଼କ ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ଖୁଡୀ ଓ ମାଉସୀ ପ୍ରାଣ ହରାଇଥିଲେ। ଏହି ଘଟଣାରେ ସୋମବାର ଭାଜପା ବିଧାୟକ କୁଲଦୀପ୍‌ ସିଂ ସେନ୍‌ଗାରଙ୍କ ସମେତ ୧୦ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ରାଏବରେଲିର ଗୁରୁବକ୍ସଗଞ୍ଜ ଥାନାରେ ଦାଏର ଏତଲାରେ ୧୫ରୁ ୨୦ ଜଣ ଅଜଣା ବ୍ୟକ୍ତିଙ୍କ ନାଁ ରହିଛି। ବିଧାୟକଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଆଇପିସିର ଧାରା ୩୦୨(ହତ୍ୟା), ୩୦୭(ହତ୍ୟା ଉଦ୍ୟମ), ୫୦୬ (ଧମକ ଦେବା), ୧୨୦ବି (ଅପରାଧ ଷଡ଼ଯନ୍ତ୍ର)ରେ ମାମଲା ରୁଜୁ ହୋଇଛି।
ଉତ୍ତରପ୍ରଦେଶର ବଙ୍ଗେର୍‌ମାଉ ଆସନରୁ ୪ ଥର ବିଧାୟକ ଥିବା କୁଲଦୀପ୍‌ ୨୦୧୭ରେ ଉନ୍ନାଓର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯାଗରେ ୨୦୧୮ରେ ଗିରଫ ହୋଇଥିଲେ। ରାଏବରେଲି ଜେଲ୍‌ରେ ଥିବା ପୀଡ଼ିତାଙ୍କ ଦାଦାଙ୍କ ଏତଲା କ୍ରମେ ମାମଲା ଦାଏର ହୋଇଥିଲା। ରବିବାର ପୀଡ଼ିତା ତାଙ୍କ ପରିବାର ସଦସ୍ୟ ଓ ଓକିଲଙ୍କ ସହ ଏକ କାରରେ ଯାଉଥିବାବେଳେ ଦ୍ରୁତଗାମୀ ଟ୍ରକ୍‌ ଧକ୍କାଦେବାରୁ ଦୁଇ ପରିବାର ସଦସ୍ୟଙ୍କ ମୃତ୍ୟୁ ହେବା ସହ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଛି। ତାଙ୍କ ପରିବାର ସଦସ୍ୟମାନଙ୍କୁ ମାରିଦେବା ପାଇଁ ବିଧାୟକ ଓ ତାଙ୍କ ଲୋକମାନେ ଷଡ଼ଯନ୍ତ୍ର କରିଥିଲେ ବୋଲି ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି। ତେବେ ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ଦୁର୍ଘଟଣା ଥିଲା ବୋଲି ପୋଲିସ କହୁଛି। ପୀଡିତାଙ୍କୁ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଥିଲେ ହେଁ ଦୁର୍ଘଟଣା ଦିନ ସେମାନେ ତାଙ୍କ ସହ ଯାଇ ନ ଥିଲେ। ଧକ୍କା ଦେଇଥିବା ଟ୍ରକ୍‌ର ନମ୍ବର ପ୍ଲେଟରେ କଳା ବୋଳିଦିଆଯାଇଥିବାରୁ ଏହା ସୁଚିନ୍ତିତ ହତ୍ୟା ଯୋଜନା ଥିଲା ବୋଲି କୁହାଯାଉଛି। ପ୍ରାଣ ହରାଇଥିବା ଖୁଡୀ ଓ ମାଉସୀ ଉନ୍ନାଓ ବଳାତ୍କାର ମାମଲାର ସାକ୍ଷୀ ଥିଲେ।
ପୀଡ଼ିତା ଲକ୍ଷ୍ନୌର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କର ପଞ୍ଜରା ଓ କାନ୍ଧ ହାଡ଼ ଏବଂ ହାତଗୋଡ଼ ଭାଙ୍ଗିଯାଇଥିବା ଡାକ୍ତର କହିଛନ୍ତି। ପୂର୍ବରୁ ଜଣେ ଅଭିଯୁକ୍ତଙ୍କ ପୁଅ ସେମାନଙ୍କୁ ଧମକ ଦେଇଥିଲା ବୋଲି ପୀଡିତାଙ୍କ ମାଆ କହିଛନ୍ତି। ଜେଲ୍‌ରେ ଥାଇ ଭାଜପା ବିଧାୟକ ହତ୍ୟା ଷଡଯନ୍ତ୍ରର ପରିଚାଳନା କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଟ୍ରକ୍‌ ଡ୍ରାଇଭର ଓ ମାଲିକଙ୍କୁ ଗିରଫ କରାଯାଇଥିବା ପୋଲିସ ଏକ ଖବରଦାତା ସମ୍ମିଳନୀରେ କହିଛି। ଟ୍ରକ୍‌ ଋଣ ପରିଶୋଧ ହୋଇ ନ ଥିବାରୁ ଧରା ନ ପଡିବା ପାଇଁ ଏହାର ନମ୍ବରପ୍ଲେଟରେ କଳା ବୋଳାଯାଇଥିଲା ବୋଲି ମାଲିକ କହିଛନ୍ତି। ପୀଡିତାଙ୍କୁ ଜଣେ ବନ୍ଧୁକଧାରୀଙ୍କ ସମେତ ୯ ଜଣ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି। ତେବେ କାର୍‌ରେ ଜାଗା ନ ଥିବାରୁ ସେମାନଙ୍କୁ ନ ଯିବା ପାଇଁ କୁହାଯାଇଥିଲା। ସେମାନେ ୫ ଜଣ ଯାଉଛନ୍ତି ଓ ସନ୍ଧ୍ୟା ସୁଦ୍ଧା ଫେରିଆସିବେ ବୋଲି ପୀଡିତାଙ୍କ ଖୁଡୀ କହିଥିବା ପୋଲିସ ସୂଚନା ଦେଇଛି।
ଉନ୍ନାଓ ଦୁର୍ଘଟଣା ହତ୍ୟା ଷଡ଼ଯନ୍ତ୍ର ଥିଲା ବୋଲି ପରିବାର ସଦସ୍ୟ ଅଭିଯୋଗ କରିବା ପରେ ଏହାର ସିବିଆଇ ତଦନ୍ତ ଲାଗି ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତ ବୋଲି ଡିଜିପି ଓ.ପି. ସିଂ କହିଛନ୍ତି। ପୀଡିତାଙ୍କ ମାଆ କିମ୍ବା ସମ୍ପର୍କୀୟ ଅନୁରୋଧ କଲେ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିବେ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି। ଏହି ଘଟଣାକୁ ନେଇ ପାର୍ଲାମେଣ୍ଟରେ ଝଡ଼ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ମାରିଦେବା ପାଇଁ ଉଦ୍ୟମ ହୋଇଥିଲା ବୋଲି ଏସ୍‌ପି ସଦସ୍ୟ ରାମ ଗୋପାଳ ଯାଦବ ଅଭିଯୋଗ କରିଛନ୍ତି। ଶୂନ୍ୟକାଳରେ ଏସ୍‌ପି, ବିଏସ୍‌ପି, କଂଗ୍ରେସ, ଏଏପି ସମେତ ସବୁ ବିରୋଧୀ ଦଳ ଏହି ଘଟଣାକୁ ନେଇ ପ୍ରବଳ ହଟ୍ଟଗୋଳ କରିବାରୁ ରାଜ୍ୟ ସଭାକୁ ମୁଲତବୀ ରଖାଯାଇଥିଲା। ଉନ୍ନାଓ ପୀଡିତାଙ୍କ ଗାଡ଼ି ଦୁର୍ଘଟଣାକୁ ସୁପ୍ରିମକୋର୍ଟ ଅନୁଧ୍ୟାନ କରି ଭାଜପା ବିଧାୟକ ସମ୍ପୃକ୍ତ ଥିବା ଉକ୍ତ ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପୀଡିତାଙ୍କ ମୁହଁ ବନ୍ଦ କରିଦେବାକୁ ଉଦ୍ୟମ ହୋଇଥିବା କଂଗ୍ରେସ ମୁଖପାତ୍ର ମନୀଷ ତିଓ୍ବାରୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri