ଅଯୋଧ୍ୟା ମାମଲା: ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା; ଅଗଷ୍ଟ-୨ଠାରୁ ଶୁଣାଣି
ନୂଆଦିଲ୍ଲୀ,୧୮।୭: ଅଯୋଧ୍ୟା ମାମଲାରେ ସୁପ୍ରିମ୍କୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଅଗଷ୍ଟ ୨ଠାରୁ ଓପନ କୋର୍ଟରେ ଏହାର ଶୁଣାଣି କରାଯିବ। ଅଗଷ୍ଟ ୨ରେ ଅପରାହ୍ନ ୨ଟା ପରେ କୋର୍ଟ ଖୋଲିଲେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ…
ହନୁମାନ ଚାଳିଶା ପାଠୋତ୍ସବରେ ଯୋଗ ହେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ
କୋଲକାତା,୧୮।୭: ସାମୁହିକ ହନୁମାନ ଚାଳିଶା ପାଠରେ ଯୋଗ ଦେଇଥିବା ଭାଜପା ନେତା ଇଶରତ ଜହାଁଙ୍କୁ ଏବେ ହିନସ୍ତା ହେବାକୁ ପଡିଛି। ସେ ଯେଉଁ ଘରେ ଭଡାରେ ରହୁଥିଲେ ତାଙ୍କୁ ଏବେ ମାଲିକ ଘର ଖାଲି କରିବାକୁ କହିଛନ୍ତି। କେବଳ ସେତିକି ନୁହେଁ…
ଡ୍ରଗ୍ସ୍ ଯୋଗୁ ଯୁବବର୍ଗଙ୍କ ମଧ୍ୟରେ ଏଡସ୍ ସଂକ୍ରମଣଙ୍କ ସଂଖ୍ୟା ବଢୁଛି
ଚଣ୍ଡିଗଡ଼,୧୮।୭: ଯୁବବର୍ଗଙ୍କ ମଧ୍ୟରେ ଡ୍ରଗ୍ସ୍ର ନିଶା ପ୍ରଭାବ ବିସ୍ତାର କରିଚାଲିଛି। ଭାରତର ବିଭିନ୍ନ ରାଜ୍ୟ ମଧ୍ୟରୁ କେତେକ ପଶ୍ଚିମ ରାଜ୍ୟରେ ଏହାଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗ ପ୍ରଭାବିତ ହେବାରେ ଲାଗିଛନ୍ତି। ଏକ ରିପୋର୍ଟ ଅନୁସାରେ ପଞ୍ଜାବରେ ଅଧିକ ସଂଖ୍ୟକ ଯୁବବର୍ଗ ଡ୍ରଗ୍ସ୍…
ବାବୁ ଲାଲ ଗୌର ଅସୁସ୍ଥ: ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର
ଭୋପାଳ,୧୮।୭: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବାବୁ ଲାଲ ଗୌରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଏକ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ଏହାପରେ ତାଙ୍କୁ ଗୁଡଗାଁଓ ସ୍ଥିତ ମେଦାନ୍ତ ହସ୍ପିଟାଲରେ…
୨୦ ବର୍ଷରେ ବନ୍ୟାରେ କ୍ଷତି ହୋଇଛି ୫ ଶହ ୪୭ ଲକ୍ଷ କୋଟିରୁ ଅଧିକ
ନୂଆଦିଲ୍ଲୀ,୧୮।୭: ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ ଦେଶରେ ୨ ଲକ୍ଷ ୭୩ ହଜାର ୬ ଶହ ସ୍କୁଲ ସ୍ଥାପନ କରାଯାଇ ପାରିଥାନ୍ତା…
ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବି’
ବେଙ୍ଗାଲୁରୁ,୧୮ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କର୍ନାଟକ ବିଧାନସଭାର ବାଚସ୍ପତି କେ.ଆର୍. ରମେଶ କୁମାର ସ୍ବାଗତ କରିଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଅଦାଲତ ବାଚସ୍ପତିଙ୍କୁ ସ୍ବାଧୀନତା ଦେଇଥିଲାବେଳେ ସେ ସମ୍ବିଧାନର ନିୟମ ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି।…
ବଳାତ୍କାର, ହତ୍ୟା ମାମଲା: ଦୋଷୀଙ୍କୁ ୩ ଥର ଆଜୀବନ, ୨୬ ବର୍ଷ ଜେଲ୍
ଥିରୁଭାନନ୍ତପୁରମ୍,୧୮ା୭: ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ କୋଲାମ୍ସ୍ଥିତ ଅତିରିକ୍ତ ସେସନ୍ସ (ପୋକ୍ସୋ) ଅଦାଲତ ବୁଧବାର ଅପରାଧୀଙ୍କୁ ତିନି ଥର ଆଜୀବନ ଜେଲ୍ଦଣ୍ଡାଦେଶ ସହିତ ୨୬ ବର୍ଷ ଜେଲ୍ ଏବଂ ୩.୨ ଲକ୍ଷ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଅପରାଧୀ…
ଆଇସିଜେ ରାୟ: ଭାରତର ବୃହତ୍ ବିଜୟ
ହେଗ୍,୧୮ା୭(ପି.ଟି./ଆଇଏଏନ୍ଏସ୍): କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବୁଧବାର ଅନ୍ତର୍ଜାତୀୟ ଅଦାଲତ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରେଫାଇଲ୍ ମାମଲାର ରାୟ ପ୍ରକାଶ ବେଳେ ଭାରତ ସପକ୍ଷରେ ୧୫ ବିଚାରପତି ମତ ଦେଇଛନ୍ତି। ହେଲେ ଆଇସିଜେରେ ଅସ୍ଥାୟୀ ବିଚାରପତି ଥିବା…
ବନ୍ୟାଞ୍ଚଳରେ ଗାଁଲୋକେ ତିଆରି କଲେ ପୋଲ
ଦରଭଙ୍ଗା,୧୭।୭: ବିହାର ଦରଭଙ୍ଗା ଜିଲା ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବେଳେ ସେଠାକାର ଗାଁଲୋକେ ନିଜ ଉଦ୍ୟମରେ ବାଉଁଶ ପୋଲ ତିଆରି କରିଥିବା ଦେଖିବାକୁ ମିଳିଛି। ଲଗାତାର ମୁଷଳଧାରାରେ ବର୍ଷା ହେବାରୁ ଘରଗୁଡିକରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି…
କୁଲଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ
ନୂଆଦିଲ୍ଲୀ,୧୭।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏଥିସହ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ…
ଟ୍ରାଫିକ୍ ପୋଲିସ ଅଟକାଇବାରୁ ନିସ୍ତୁକ ଛେଚିଲେ ଯୁବତୀ
ନୂଆଦିଲ୍ଲୀ,୧୭।୭: ପଶ୍ଚିମ ଦିଲ୍ଲୀ ମାୟାପୁରୀରେ ଜଣେ ଯୁବତୀ ଟ୍ରାଫିକ୍ ପୋଲିସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଳକଙ୍କ ସହ ଯୁବତୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ବିନା ହେଲମେଟ୍ରେ ଯୁବତୀଙ୍କ ସହ ଜଣେ ଚାଳକ ବାଇକ୍ରେ ଯାଉଥିବା…
ଜମି ବିବାଦକୁ ନେଇ ରକ୍ତ ସଂଘର୍ଷ: ୯ ମୃତ, ୨୫ ଆହତ
ଲକ୍ଷ୍ନୌ, ୧୭।୭: ଉତ୍ତର ପ୍ରଦେଶର ସୋନଭଦ୍ରରେ ବୁଧବାର ଏକ ଜମି ବିବାଦକୁ ଏକ ବିରାଟ ସଂଘର୍ଷ ଉପୁଜିଛି। ଉଭୟ ପକ୍ଷରୁ ହୋଇଥିବା ଗୁଳିବର୍ଷଣରେ ୯ ଜଣଙ୍କ ମୃତ୍ୟୁ ହୋଇଇଥିବାବେଳେ ୨୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।…
Archives


