ନିଦରେ ଚାଲି ଚାଲି ମଥୁରାରୁ ଅମୃତସର ପହଞ୍ଚିଗଲେ ନାବାଳିକା
ଅମ୍ବାଲା,୧୪।୭: କେତେକଙ୍କଠାରେ ନିଦରେ ଚାଲିବା ସମସ୍ୟା ଦେଖାଦେଇଥାଏ। ଏହା ବେଳେବେଳ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥାଏ। ମଥୁରା ଯମୁନାନଗରର ଜଣେ ୧୫ବର୍ଷ ବୟସ୍କା ନାବାଳିକା ନିଦରେ ଚାଲି ଚାଲି ଅମୃତସରରେ ପହଞ୍ଚିଛନ୍ତି। ଘରକୁ ଫେରିବା ପାଇଁ ସେ ଟ୍ରେନ୍ରେ ଚଢ଼ିଥିଲେ। ତେବେ…
ବୁଡ଼ିଗଲା କାଜିରଙ୍ଗା ଜାତୀୟ ଉଦ୍ୟାନ
ବକସା,୧୪।୭: ଆସାମରେ ଆସିଥିବା ବନ୍ୟା ପରିସ୍ଥିତି ଏବେ ଗାଁଠାରୁ ସହର ସବୁଠି ସାଧାରଣ ଜନ ଜୀବନକୁ ପ୍ରଭାବିତ କରିଛି। ତେବେ ଆସାମରେ ଥିବା କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ଏଥିରୁ ବାଦ୍ ପଡିନି। ଏହାର ପାଖାପାଖି ୭୦ ଭାଗ ବୁଡି ଯାଇଥିବାରୁ…
ଚନ୍ଦ୍ରାୟନ-୨: ବାହୁବଳୀ ରକେଟର ଉତ୍କ୍ଷେପଣ ଦେଖିବେ ଦର୍ଶକ
ଶ୍ରୀହରିକୋଟା,୧୪।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୪-୧୫ ଭୋର୍ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯିବ। ଜିଏସ୍ଏଲ୍ଭି ମାର୍କ-୩ ବାହୁବଳୀ ରକେଟର ଉତ୍କ୍ଷେପଣ ଦେଖିବା ପାଇଁ ଦର୍ଶକମାନେ ଅନ୍ଲାଇନ୍ରେ ପଞ୍ଜିକରଣ…
ଗୋଆ ମନ୍ତ୍ରିମଣ୍ଡଳରୁ ଉପମୁଖ୍ୟମନ୍ତ୍ରୀ ବିଦା: କଂଗ୍ରେସ ଛାଡ଼ିଥିବା ୩ ବିଧାୟକ ସାମିଲ
ପଣଜୀ,୧୪ା୭(ପି.ଟି.): ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଶନିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। କ୍ୟାବିନେଟରୁ ଉପମୁଖ୍ୟମନ୍ତ୍ରୀ ବିଜୟୀ ସରଦେଶାଇଙ୍କ ସମେତ ୪ ଜଣଙ୍କୁ ବାଦ୍ ଦିଆଯାଇ ସେମାନଙ୍କ ସ୍ଥାନରେ କଂଗ୍ରେସ ଛାଡ଼ିଥିବା ୩ ବିଧାୟକ ଏବଂ ଜଣେ ଭାଜପା ବିଧାୟକଙ୍କୁ ନିଆଯାଇଛି।…
ଆସାମ ବନ୍ୟା ସ୍ଥିତି ସଙ୍ଗିନ: ୭ ମୃତ, ୧୫ ଲକ୍ଷ ପ୍ରଭାବିତ
ଗୁଆହାଟୀ,୧୪ା୭: ଆସାମରେ ବନ୍ୟାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ୩୩ ଜିଲା ମଧ୍ୟରୁ ୨୫ଟି କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ ସମେତ ସେନାକୁ ନିୟୋଜିତ କରାଯାଇଛି। ବ୍ରହ୍ମପୁତ୍ର ଓ ଅନ୍ୟ ୫ଟି…
ବିଦ୍ରୋହୀଙ୍କୁ ମନାଇବାକୁ କସରତ
ବେଙ୍ଗାଲୁରୁ,୧୪ା୭(ପି.ଟି.): କର୍ନାଟକରେ ରାଜନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଦଳକୁ ଫେରାଇନେବା ଲାଗି କଂଗ୍ରେସ ପଛଦ୍ୱାର ବୁଝାମଣା ଚଳାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଆସ୍ଥାଭୋଟ ଲୋଡ଼ିବା ଲାଗି ଘୋଷଣା କରିବା ପରେ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଫେରାଇଆଣିବା…
ମହାନଦୀ ଜଳ ବିବାଦ: ଓଡ଼ିଶା, ଛତିଶଗଡ଼କୁ ଦସ୍ତାବିଜ୍ ଦାଖଲ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୪ା୭: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାକୁ ଜଳପ୍ରବାହରେ ବାଧା ସୃଷ୍ଟି କରିଥିବାବେଳେ ଏହି ମାମଲା ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଅକ୍ଟୋବର ୧୯ ପୂର୍ବରୁ ଏହା ଉପରେ ଦସ୍ତାବିଜ୍ ଦାଖଲ କରିବା ଲାଗି ଟ୍ରିବ୍ୟୁନାଲ…
ଭାଜପାରେ ଯୋଗ ଦେବେ ପଶ୍ଚିମବଙ୍ଗର ୧୦୭ ବିଧାୟକ
କୋଲକତା,୧୩।୭: ପଶ୍ଚିମବଙ୍ଗ କଂଗ୍ରେସ, ସିପିଏମ୍ ଓ ତ୍ରୁଣ ମୂଳ କଂଗ୍ରେସର ୧୦୭ ଜଣ ବିଧାୟକ ଭାଜପାରେ ଯୋଗ ଦେବେ ବୋଲି ଭାଜପା ନେତା ମୁକୁଲ ରୟ ଶନିବାର ପ୍ରକାଶ କରିଛନ୍ତି। ନିକଟରେ କଂଗ୍ରେସରେ ସଙ୍କଟ ଦେଖା ଦେଇଥିବା ବେଳେ ଭାଜପା ଏହାର…
୪୦ ମିନିଟ୍ ବନ୍ଦ ହେବା ପରେ କାର୍ଯ୍ୟକ୍ଷମ ହେଲା ୩ସପ୍ତାହ ଶିଶୁର ହାର୍ଟ
ନୁଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଏକ ଆଲୌକିକ ଘଟଣା ଦେଖିବାକୁ ମିଳିଛି। ୩ ସପ୍ତାହର ଝିଅ ଇନାୟା ହୃଦ୍ରୋଗରେ ପୀଡ଼ିତ ଥିବା ବେଳେ ଅସ୍ତ୍ରୋପଚାରରେ ଏହା ଭଲ ହୋଇପାରିବ ବୋଲି ପରିବାର ଲୋକଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। ଅସ୍ତ୍ରୋପଚାର ପାଇଁ ସମସ୍ତ ପ୍ରସ୍ତୁତି…
ଗୋଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ବିଧାୟକ
ପଣଜୀ,୧୩।୭: ଗୋଆ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଶନିବାର ହୋଇଛି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିବା ୧୦ ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣଙ୍କୁ ମନ୍ତ୍ରୀପଦ ମିଳିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଫିଲିପ ନେରି ରୋଡ୍ରିଗସ୍, ଜେନିଫର ମୋନସିରାଟେ ଓ…
ରବିବାର ସକାଳ ୬ଟା ୫୧ରୁ ଚନ୍ଦ୍ରାୟନ-୨ର ୨୦ ଘଣ୍ଟିଆ କାଉଣ୍ଟ୍ ଡାଉନ୍
ନୂଆଦିଲ୍ଲୀ,୧୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୫ ଭୋର୍ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯିବ। ଏଥିପାଇଁ ରବିବାର ସକାଳ ୬ଟା ୫୧ରୁ ୨୦ ଘଣ୍ଟିଆ କାଉଣ୍ଟ୍ ଡାଉନ୍ ଆରମ୍ଭ ହେବ…
ଆସାମ ବନ୍ୟାରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ
ଗୁଆହାଟି,୧୩।୭: ଗତ ମେ’ ମାସରୁ ଆସାମରେ ବର୍ଷା ଲାଗି ରହିଥିବା ବେଳେ ଏବେ ସୁଦ୍ଧା ପାଖାପାଖି ୨୧ ଟି ଜିଲାର ୮ ଲକ୍ଷ ଲୋକ ବନ୍ୟା ଘେରରେ ରହିଥିବା କୁହାଯାଉଛି। ଏଠାରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେଉଥିବା ବେଳେ…
Archives


