ଜାତୀୟ

ଦେଶ ଛାଡ଼ି ପଳାଉଥିବାବେଳେ ଦାଉଦ୍‌ଙ୍କ ପୁତୁରା ଗିରଫ

ମୁମ୍ବାଇ,୧୮।୭: ଦେଶ ଛାଡ଼ି ପାଉଥିବାବେଳେ ଅଣ୍ଡରଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ପୁତୁରା ରିଜ୍‌ଓ୍ବାନ କାସକରଙ୍କୁ ଗିରଫ କରାଯାଇଛି। ରିଜ୍‌ଓ୍ବାନ ଦାଉଦ୍‌ଙ୍କ ସାନଭାଇ ଇକବାଲ୍‌ କାସକରଙ୍କ ପୁଅ। ରିଜ୍‌ଓ୍ବାନଙ୍କୁ ମୁମ୍ବାଇ ବିମାନ ବନ୍ଦରରୁ ଗିରଫ କରାଯାଇଛି। ତାଙ୍କ ନାମରେ ହତ୍ୟା କରିବା ପାଇଁ…

ଟ୍ରାଫିକ୍‌ ପୋଲିସ ପୋଷାକରେ ଲାଗିଲା କ୍ୟାମେରା: ଆଇନ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ହେବ ରେକର୍ଡ

କୋଏମ୍ବାଟୁର,୧୮।୭: ତାମିଲନାଡୁ କୋଏମ୍ବାଟୁରରେ ବୁଧବାର ଟ୍ରାଫିକ୍‌ ପୋଲିସଙ୍କୁ ଏକ କ୍ୟାମେରା ବଣ୍ଟନ କରାଯାଇଛି। ଏହି କ୍ୟାମେରାକୁ ସେମାନେ ନିଜ ପୋଷାକରେ ଲଗାଇପାରିବେ। ଏହାଦ୍ୱାରା ଘଟଣାସ୍ଥଳରେ ଟ୍ରାଫିକ୍‌ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ତୁରନ୍ତ ଭିଡିଓ ରେକର୍ଡ ହେବା ସହ ତାଙ୍କ ଉପରେ…

ମାୟାବତୀଙ୍କ ଭାଇଙ୍କ ଘରେ ଆୟକର ଚଢ଼ାଉ: ୪ ଶହ କୋଟିର ପ୍ଲଟ୍‌ ସିଲ

ଲକ୍ଷ୍ନୌ,୧୮।୭: ବିଏସ୍‌ପି ଅଧ୍ୟକ୍ଷା ମାୟାବତୀଙ୍କ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହା ଅନ୍ତର୍ଗତ ଉତ୍ତରପ୍ରଦେଶ ନୋଏଡ଼ାଠାରେ ଥିବା ତାଙ୍କର ୪ଶହ କୋଟି ମୂଲ୍ୟର ଏକ ବେନାମୀ ପ୍ଲଟ୍‌କୁ ଆୟକର ଅଧିକାରୀ ସିଲ୍‌ କରିଛନ୍ତି। ମାୟାବତୀଙ୍କ ଭାଇ…

‘ଦୋସା କିଙ୍ଗ’ରାଜଗୋପାଳଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୭: ସରଓ୍ବାନା ଭବନର ସଂସ୍ଥାପକ ପି. ରାଜଗୋପାଳଙ୍କର ଚେନ୍ନାଇର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ବେଲ୍‌ରେ ଯାଇ ଫେରାର ଥିବା ରାଜଗୋପାଳ କିଛି ସପ୍ତାହ ପୂର୍ବରୁ ଆତ୍ମସମର୍ପଣ କରିଥିଲେ। ସୂଚନାଯୋଗ୍ୟ, ୨୦୦୧ରେ ଜଣେ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗରେ ମାଡ୍ରାସ…

ମାଓବାଦୀ ପ୍ରବଣ ଅଞ୍ଚଳରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଥାନା

ସୁକମା,୧୮।୭: ଛତିଶଗଡ଼ ସୁକମାର ମାଓବାଦୀ ପ୍ରବଣ ଅଞ୍ଚଳରେ ଏବେ ଭ୍ରାମ୍ୟମାଣ ଥାନା ଆରମ୍ଭ ହୋଇଛି। ଏଠାକାର ଦୁର୍ଗମ ଅଞ୍ଚଳରେ ବହୁ ଅପରାଧ ଘଟୁଥିଲେ ମଧ୍ୟ ଲୋକେ ମାଓବାଦୀଙ୍କ ଭୟରେ ଏନେଇ ମାମଲା ଦାଏର କରିବାକୁ ଭୟ କରିଥାନ୍ତି। ତେବେ ଏଣିକି ଲୋକମାନଙ୍କୁ…

ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ

ଭୋପାଳ,୧୮।୭: ମଧ୍ୟପ୍ରଦେଶରେ ଜଣେ ଜିଲାପାଳ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସେ ହେଉଛନ୍ତି ଅଭିଷେକ ସିଂ। ସ୍ଥାନୀୟ ସିହାଓ୍ବଲ ଅଞ୍ଚଳରେ ଥିବା ଏକ ସରକାରୀ ହସ୍ପିଟାଲକୁ ଡାଏରିଆ ଲୋପ ଅଭିଯାନ ଅନ୍ତର୍ଗତ ବହୁ ଶିଶୁ ଆସିଥିଲେ। ସେମାଙ୍କମଧ୍ୟରୁ ଅଧିକାଂଶଙ୍କଠାରେ…

ଚନ୍ଦ୍ରୟାନ-୨ର ପରୀକ୍ଷଣ ପାଇଁ ଧାର୍ଯ୍ୟ ହେଲା ତାରିଖ

ଶ୍ରୀହରିକୋଟା,୧୮।୭: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ଜୁଲାଇ ୧୫ରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଶେଷ ମୂହୁର୍ତ୍ତରେ ଯାନ୍ତ୍ରୀକ ତ୍ରୁଟି ଦର୍ଶାଇ ଏହାକୁ ସ୍ଥଗିତ ରଖାଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା…

ବନ୍ୟା ବିଭୀଷିକାର ଭୟଙ୍କର ରୂପ: ଭାସିଯାଇଥିବା ଏକ ଶିଶୁର କରୁଣ ଚିତ୍ର

ନୂଆଦିଲ୍ଲୀ,୧୮ା୭: ପ୍ରବଳ ବର୍ଷା ଯୋଗୁ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। କେବଳ ବିହାରରେ ୪୪ଜଣ ମୃତ୍ୟୁବରଣ କରିଥିବାବେଳେ ୭୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୁଜାଫରପୁରର ଶିବାୟପଟ୍ଟୀ ଥାନା ଅନ୍ତର୍ଗତ ଶିତଲପଟ୍ଟୀ ଗ୍ରାମରେ ଏକ…

ଲିଭର ପ୍ରତିରୋପଣ କରିବାକୁ ଆସିଥିବା ଇରାକ ନାଗରିକଙ୍କଠାରୁ ପୋଲିସ୍‌ ପୋଷାକରେ ୨୦ ଲକ୍ଷ ଲୁଟିନେଲେ ଲୁଟେରା

ନୋଏଡ଼ା,୧୮।୭: ଦିଲ୍ଲୀର ନୋଏଡ଼ା ଥାନା ଅନ୍ତର୍ଗତ ଏକ୍ସପ୍ରେସ୍‌ ଓ୍ବେ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଲିଭର ପ୍ରତିରୋପଣ ପାଇଁ ଆସିଥିବା ଇରାକର ଜଣେ ନାଗରିକଙ୍କଠାରୁ ୨୦ ଲକ୍ଷ ୬୧ ହଜାର ଟଙ୍କା ଲୁଟେରା ଲୁଟି ନେଇଛନ୍ତି। ଲୁଟେରାମାନେ ପୋଲିସ ପୋଷାକରେ…

ବନ୍ଦ ହେବ ଗରିବ ରଥ

ନୂଆଦିଲ୍ଲୀ,୧୮।୭: ଗରିବ ରଥର ହେବ ନବକଳେବର। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗରିବ ରଥ ଟ୍ରେନ୍‌କୁ ଖୁବ୍‌ଶୀଘ୍ର ସୁପରଫାଷ୍ଟ ଟ୍ରେନ୍‌ରେ ପରିବର୍ତ୍ତନ କରାଯିବ। ଏହାସହ ଏହାର କୋଚ୍‌ରେ ପରିବର୍ତ୍ତନ କରାଯିବ। ୧୨ଟି ଶୀତତାପ ନୀୟନ୍ତ୍ରିତ କୋଚ୍‌ର ସଂଖ୍ୟାକୁ ୧୬କୁ ବୃଦ୍ଧି…

ଅଯୋଧ୍ୟା ମାମଲା: ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା; ଅଗଷ୍ଟ-୨ଠାରୁ ଶୁଣାଣି

ନୂଆଦିଲ୍ଲୀ,୧୮।୭: ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଅଗଷ୍ଟ ୨ଠାରୁ ଓପନ କୋର୍ଟରେ ଏହାର ଶୁଣାଣି କରାଯିବ। ଅଗଷ୍ଟ ୨ରେ ଅପରାହ୍ନ ୨ଟା ପରେ କୋର୍ଟ ଖୋଲିଲେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ…

ହନୁମାନ ଚାଳିଶା ପାଠୋତ୍ସବରେ ଯୋଗ ହେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

କୋଲକାତା,୧୮।୭: ସାମୁହିକ ହନୁମାନ ଚାଳିଶା ପାଠରେ ଯୋଗ ଦେଇଥିବା ଭାଜପା ନେତା ଇଶରତ ଜହାଁଙ୍କୁ ଏବେ ହିନସ୍ତା ହେବାକୁ ପଡିଛି। ସେ ଯେଉଁ ଘରେ ଭଡାରେ ରହୁଥିଲେ ତାଙ୍କୁ ଏବେ ମାଲିକ ଘର ଖାଲି କରିବାକୁ କହିଛନ୍ତି। କେବଳ ସେତିକି ନୁହେଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri