ଜାତୀୟ

ମୁମ୍ବାଇ କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା, ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା ସହାୟତା

ମୁମ୍ବାଇ, ୧୭।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡି ପଡି ୧୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୃତ୍ୟୁବରଣ କରିତତ୍ବା ବ୍ୟକ୍ତିଙ୍କ ପରିବରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ…

ଆସାମରେ ବନ୍ୟା ତାଣ୍ଡବ: ୧୭ ମୃତ, ୨୫୦ କୋଟି ଟଙ୍କା ସହାୟତା ଯୋଗାଇଦେଲେ କେନ୍ଦ୍ର ସରକାର

ଗୁଆହାଟି, ୧୭।୭: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ରାଜ୍ୟର ୩୩ ଜିଲାରୁ ୨୧ଟି ଜିଲାରେ ଏବେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ବନ୍ୟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୨୫୦…

ଅବିବାହିତା କନ୍ୟା ରଖିପାରିବେନି ମୋବାଇଲ୍‌ ଫୋନ୍‌: ଧରା ପଡ଼ିଲେ ପିତାଙ୍କୁ ଦେବାକୁ ପଡ଼ିବ ଦେଢ଼ଲକ୍ଷ ଜରିମାନା

ଅହମ୍ମଦାବାଦ୍‌,୧୭।୭: ଗୁଜରାଟର ବନାସକାଣ୍ଠା ଅନ୍ତର୍ଗତ ଦନ୍ତିଓ୍ବାଡ଼ାରେ ଅବିବାହିତା କନ୍ୟା ମୋବାଇଲ୍‌ ଫୋନ୍‌ ରଖିପାରିବେନି ବୋଲି ନିୟମ ପ୍ରଚଳନ ହୋଇଛି। ଏହାକୁ ସ୍ଥାନୀୟ ଠାକୁର ସମ୍ପ୍ରଦାୟ ପକ୍ଷରୁ ଜାରି କରାଯାଇଛି। ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଥିବା କୁହାଯାଉଛି। ଜଲୋଲ…

ପ୍ରେମ ବିବାହ କରିବାରୁ ଝିଅର ତଣ୍ଟିଚିପି ହତ୍ୟା କଲେ ପିତା, ଭାଇ

ପଟିଆଲା, ୧୭।୭: ଝିଅ ନିଜ ଇଚ୍ଛାରେ ବିବାହ କରିବାରୁ ପିତା ଏବଂ ଭାଇ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ ଶ୍ମଶାନରେ ଅନ୍ତିମ ସଂସ୍କାର ମଧ୍ୟ କରିଦେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ…

ସୁପ୍ରିମ୍‌କୋର୍ଟକୁ ମିଳିବ ନୂଆ ବିଲ୍ଡିଂ: ଖର୍ଚ୍ଚ ହୋଇଛି ୮ଶହ ୮୫ କୋଟି

ନୂଆଦିଲ୍ଲୀ,୧୭।୭: ସୁପ୍ରିମ୍‌କୋର୍ଟକୁ ନୂଆ ବିଲ୍ଡିଂ ମିଳିବ। ଏହାର ଉଦ୍‌ଘାଟନ ବୁଧବାର ଅପରାହ୍ନ ୪ଟା ୩୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିବେ। ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବେସାମରିକ ବିମାନ ଚଳାଚଳ…

ପାକିସ୍ତାନ ଜେଲରୁ ମୁକୁଳିବେ କି କୁଳଭୂଷଣ, ଆଜି ଆସିବ ରାୟ

ନୂଆଦିଲ୍ଲୀ, ୧୭।୭: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଇଣ୍ଟନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ବୁଧବାର ପ୍ରକାଶ ପାଇବ। କୁଳଭୂଷଣଙ୍କୁ ଗୁଇନ୍ଦାଗିରି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ପାକିସ୍ତାନ ଗିରଫ କରିବା…

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀର ବାରମୁଳା ଜିଲାରେ ବୁଧବାର ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ସୋପୋରେ ଅଞ୍ଚଳର ଗୁଣ୍ଡ ବ୍ରଥ ଗାଁର ମୀର୍‌ ମହଲାଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ…

୨୨ ବର୍ଷ ତଳର ବିବାହ ସମୟର ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୭: ଏବେ ସୋସିଆଲ୍‌ ମିଡ଼ିଆରେ କେତେକ ଶାଢ଼ି ପିନ୍ଧିଥିବା ଫଟୋ ଶେୟାର କରୁଛନ୍ତି। ଏଥିରୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ତାଙ୍କର ୨୨ ବର୍ଷ ପୁରୁଣା ବିବାହ ସମୟର ଏକ ଫଟୋ ସେ…

ଆର୍‌ଏସ୍‌ଏସ୍‌ ସମେତ ୧୯ଟି ସଂଗଠନର ପଦାଧିକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ନୀତୀଶଙ୍କ ନିର୍ଦ୍ଦେଶ: ସ୍ପେଶାଲ ବ୍ରାଞ୍ଚ୍‌କୁ ଦାୟିତ୍ୱ

ପାଟନା,୧୭।୭: ବିହାରରେ ନୀତୀଶ କୁମାରଙ୍କ ମେଣ୍ଟ ସରକାର ରାଜ୍ୟର କେତେକ ସଂଗଠନ ସମ୍ପର୍କରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି। ଏହା ଅନ୍ତର୍ଗତ ରାଜ୍ୟରେ କାର୍ଯ୍ୟକରୁଥିବା ୧୯ଟି ସଂଗଠନର ପଦାଧିକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ…

ହାଜତରେ ଦଳିତ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୧୭ା୭: ରାଜସ୍ଥାନର ଚୁରୁସ୍ଥିତ ଏକ ଥାନା ହାଜତରେ ଜଣେ ଦଳିତ ମହିଳାଙ୍କୁ ୯ ପୋଲିସ କର୍ମଚାରୀ ଅନେକ ଦିନ ଧରି ଗଣବଳାତ୍କାର କରିଛନ୍ତି। ମିଛ ଚୋରି ମାମଲାରେ ସମ୍ପୃକ୍ତ ମହିଳାଙ୍କ ଦିଅରଙ୍କୁ ଥାନାକୁ ନେଇ ପିଟି ପିଟି ମାରିଦିଆଯାଇଛି। ପୋଲିସ ପ୍ରମାଣ…

ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ଅନୁଭବ କରନ୍ତି ୭୧% ଭାରତୀୟ

ନୂଆଦିଲ୍ଲୀ,୧୭ା୭(ପି.ଟି.): ଭାରତରେ ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ରହୁଥିବା ୭୧ ପ୍ରତିଶତ ଲୋକ ଅନୁଭବ କରନ୍ତି। ଟେକ୍ନୋଲୋଜି ପ୍ଲାଟଫର୍ମ ‘ନେଟା ଆପ୍‌’ ଦ୍ୱାରା ଦେଶର ପ୍ରେସ୍‌ ସ୍ବାଧୀନତା ଉପରେ ବିଭିନ୍ନ ରାଜ୍ୟର ଲୋକଙ୍କ ମତ ସଂଗ୍ରହ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ…

ବିଧାୟକଙ୍କ ସହ କ୍ରିକେଟ ଖେଳିଲେ ୟେଦୁରପ୍ପା

ବେଙ୍ଗାଲୁରୁ, ୧୭ା୭ : କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାବେଳେ ପ୍ରଦେଶ ଭାଜପା ମୁଖ୍ୟ ବି.ଏସ୍‌. ୟେଦୁରପ୍ପା ଦଳର ବିଧାୟକଙ୍କ ସହିତ ମିଶି ମଙ୍ଗଳବାର ବେଙ୍ଗାଲୁରୁରେ କ୍ରିକେଟ ଖେଳିଛନ୍ତି। ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ମେଣ୍ଟ ସରକାରକୁ ବଞ୍ଚାଇବା ଲାଗି ସଂଗ୍ରାମ କରୁଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri