Posted inଜାତୀୟ

କଶ୍ମୀର ଛାଡୁଛନ୍ତି ହିନ୍ଦୀଭାଷୀ ଶ୍ରମିକ

ଜମ୍ମୁ,୧୧ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାବେଳେ ବହୁସଂଖ୍ୟାରେ ହିନ୍ଦୀଭାଷୀ ଶ୍ରମିକ ଉପତ୍ୟକା ଛାଡିବାରେ ଲାଗିଛନ୍ତି। ଗତ ୫ ଦିନ ମଧ୍ୟରେ ୫୦ ହଜାର ଶ୍ରମିକ ଜମ୍ମୁ-କଶ୍ମୀର ଛାଡ଼ିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆହୁରି ଅନେକ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ରେଳଷ୍ଟେଶନ୍‌ରେ ସେମାନଙ୍କ ଟ୍ରେନ୍‌କୁ ଅପେକ୍ଷା କରିଥିବା ଦେଖାଯାଇଛି। ନିଯୁକ୍ତିଦାତା ସମ୍ପୂର୍ଣ୍ଣ ପାରିଶ୍ରମିକ ପୈଠ କରୁ ନ ଥିବା ଏବଂ ଘରୋଇ ପରିବହନକାରୀ ସଂସ୍ଥାମାନେ ଅଧିକ ଦେୟ ନେଉଥିବା ସେମାନେ ଅଭିଯୋଗ କରିଛନ୍ତି।
ତାରିଖରୁ ଲାଗୁ ହୋଇଥିବା ୧୪୪ ଧାରା ଜମ୍ମୁରୁ ଉଠାଇଦିଆଯାଇଥିବାବେଳେ ଶୁକ୍ରବାର ଡୋଡା ଓ କିସ୍ତଓ୍ବାର ଜିଲାରେ କର୍ଫ୍ୟୁ କୋହଳ କରାଯାଇଥିଲା। ଫଳରେ ଉକ୍ତ ଅଞ୍ଚଳରେ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପୂର୍ବରୁ ଗତ ୩ ତାରିଖରେ ରାଜ୍ୟ ପ୍ରଶାସନ ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ତୁରନ୍ତ ଉପତ୍ୟକା ଛାଡିଚାଲିଯିବାକୁ ପରାମର୍ଶ ଦେଇଥିଲେ।
ବିହାରର ଦର୍‌ଭଙ୍ଗା ଯିବା ପାଇଁ ସ୍ବତନ୍ତ୍ର ଟ୍ରେନ୍‌କୁ ଅପେକ୍ଷା କରିଥିବା ରମେଶ କୁମାର କହିଛନ୍ତି, ସେ ଏକ ୪୦ ଜଣିଆ ଗ୍ରୁପ୍‌ରେ ଶୁକ୍ରବାରଠାରୁ ଆସି ଷ୍ଟେଶନରେ ଅପେକ୍ଷା କରିଛନ୍ତି। ସେମାନେ ଦୁଇଦିନ ହେଲା କିଛି ଖାଇନାହାନ୍ତି। ସେମାନେ କାମ କରୁଥିବା ଆଇସ୍‌କ୍ରିମ୍‌ କମ୍ପାନୀ ସାମ୍ପ୍ରତିକ ସ୍ଥିତିକୁ ନେଇ ପାରିଶ୍ରମିକ ଦେଇ ନ ପାରିବାରୁ ସାମାନ୍ୟ କିଛି ପଇସା ଧରି ସେମାନେ ଫେରୁଥିବା କହିଛନ୍ତି। ଟାଟା ସୁମୋ ଜଣ ପିଛା ୨୦୦୦ ଟଙ୍କା ଭଡ଼ା ନେଇ ଲୋକଙ୍କୁ ଶୋଷଣ କରୁଥିବା ରମେଶ ଅଭିଯୋଗ କରିଛନ୍ତି। ସେହିପରି ଶ୍ରୀନଗରରେ ବଣିଆ କାମ କରୁଥିବା ଜଣେ ବ୍ୟକ୍ତି ତାଙ୍କ ୬ ଜଣିଆ ପରିବାର ସହ କୋଲକାତା ଫେରିବା ପାଇଁ ଜଣ ପିଛା ୨୫୦୦ ଟଙ୍କା ଲେଖାଏ ଭଡ଼ା ଗଣିଥିବା କହିଛନ୍ତି। ଉତ୍ତରପ୍ରଦେଶ ମୋରାଦାବାଦର ଶ୍ରମିକ ଜଫରୁଲ୍ଲାଙ୍କୁ ତାଙ୍କ ନିଯୁକ୍ତିଦାତା ମାତ୍ର ସପ୍ତାହକର ପାରିଶ୍ରମିକ ଦେଇଛନ୍ତି। ସେ ଅନ୍ୟମାନଙ୍କଠାରୁ ଟଙ୍କା ଉଦ୍ଧାର କରି ଉପତ୍ୟକା ଛାଡୁଥିବା କହିଛନ୍ତି। ଲୋକମାନେ ନିଜ ରାଜ୍ୟକୁ ଫେରିଯିବା ଲାଗି ରେଲଓ୍ବେ ସ୍ବତନ୍ତ୍ର ଟ୍ରେନ ସହ ଅତିରିକ୍ତ କୋଚ୍‌ ବ୍ୟବସ୍ଥା କରିଛି। ଏହାବ୍ୟତୀତ ପ୍ରତୀକ୍ଷାରତ ଯାତ୍ରୀଙ୍କ ପାଇଁ ଆଶ୍ରୟ, ଖାଦ୍ୟ, ପାଣିର ବ୍ୟବସ୍ଥା ହୋଇଥିବା ନର୍ଦ୍ଦର୍ନ ରେଲଓ୍ବେର ମୁଖ୍ୟ ପିଆର୍‌ଓ ଦୀପକ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri