Posted inଜାତୀୟ

ଭାରତରେ ‘ଆଫଗାନ୍‌ ଆକ୍ରମଣ’ ପାଇଁ ଷଡ଼ଯନ୍ତ୍ର ରଚିଛିି ଆଇଏସ୍‌ଆଇ: ଜୈଶ୍‌ ଓ ଲଶ୍କରକୁ କରିଛି ହାତ ବାରିଶି

ନୂଆଦିଲ୍ଲୀ, ୧୧।୮: ଭାରତରେ ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଆଇଏସ୍‌ଆଇ ‘ଆଫଗାନ୍‌ ଆକ୍ରମଣ’ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଆକ୍ରମଣ ଆଫଗାନିସ୍ତାନର କିଛି ଆତଙ୍କବାଦୀଙ୍କ ଦ୍ୱାରା କରାଯିବାର ଆଶଙ୍କା ରହିଛି। ଏହା ସହିତ ଆଇଏସ୍‌ଆଇ ଜୈଶ୍‌-ଇ-ମହମ୍ମଦ ଏବଂ ଲଶ୍କର-ଇ-ତୋଏବା ଭଳି ଆତଙ୍କବାଦୀ ସଂଗଠନକୁ ହାତ ବାରିଶି କରି ଆକ୍ରମଣ ଲାଗି ଉଦ୍ୟମ କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନର କିଛି ସଦସ୍ୟ ମଧ୍ୟ ଥିବା ରିପୋର୍ଟରେ ଦର୍ଶାଯାଇଛି। ଇଦ୍‌-ଉଲ୍‌-ଜ୍ଜୁହା ନମାଜ ପାଠ ସମୟରେ ଆଇଏସ୍‌ଆଇ ନିର୍ଦ୍ଦେଶରେ ଆତଙ୍କବାଦୀ ସଂଗଠନ ଦ୍ୱାରା ଆକ୍ରମଣ କରାଯିବାର ଯୋଜନା ହୋଇଥିବା କୁହାଯାଉଛି। ଏହା ସହିତ ଅଗଷ୍ଟ ୧୫ ପୂର୍ବରୁ ମଧ୍ୟ ଆକ୍ରମଣ କରାଯିବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଆତଙ୍କବାଦୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ରେଲଓ୍ବେ ଷ୍ଟେଶନ, ବସ୍‌ ଷ୍ଟାଣ୍ଡ୍‌, ବିମାନବନ୍ଦର ଆଦିକୁ ଟାର୍ଗେଟ୍‌ କରିଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri