ଜାତୀୟ

ଭିନ୍ନକ୍ଷମ ଭୋଟରଙ୍କ ପାଇଁ ପାଲିଙ୍କିର ବ୍ୟବସ୍ଥା କଲେ ନିର୍ବାଚନ କମିଶନ

ନାହାନ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ରବିବାର ଚାଲିଥିବା ବେଳେ ଏଥିରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ କିପରି ସୁରୁଖୁରୁରେ ଆସି ମତଦାନ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ତେବେ ହିମାଚଳ ପ୍ରଦେଶର ନାହାନରେ…

ନରସଂହାର ଆଶଙ୍କା କରି ୨୩ ତାରିଖ ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ରହିବାକୁ ଚାହୁଁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ରବିବାର ହୋଇଥିବା ବେଳେ ଆରମ୍ଭରୁ ପଶ୍ଚିମବଙ୍ଗରେ ହିଂସା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସିଥାରମଣ ଆଶଙ୍କା କରିଛନ୍ତି କି ସୋମବାରଠାରୁ ଏଠାରେ ନରସଂହାର ବଢିଯାଇପାରେ। ତେଣୁ ଆସନ୍ତା…

ହୃଦଘାତରେ ଚାଲିଗଲା ୪ ପୋଲିଂ କର୍ମଚାରୀ ଜୀବନ

ଲକ୍ଷ୍ନୌ/ଭୋପାଳ, ୧୯।୫: ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ ପ୍ରକ୍ରିୟା। ଭୋଟ ଚାଲିଥିବାବେଳେ ଉତ୍ତର ପ୍ରଦେଶରେ ଦୁଇ ଏବଂ ମଧ୍ୟ ପ୍ରଦେଶରେ ୪ଜଣ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଗୋରଖପୁର ଜିଲାର ମାଧୋପୁର ପ୍ରାଥମିକ…

ସିଦ୍ଧୁ ମୋତେ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି: ଅମରିନ୍ଦର

ଜଳନ୍ଧର, ୧୯।୫: ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜୋତ କୁଆଡେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ହଟାଇ ସେହି ଆସନରେ ବସିବାକୁ ଚାହୁଁଛନ୍ତି। ଏଭଳି ଅଭିଯୋଗ…

୩୨ଥର ପାଇଁ ନିଜର ମତ ସାବ୍ୟସ୍ତ କଲେ ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ଜଣେ

କଳ୍ପ,୧୯।୫: ଭାରତରେ ୧୯୫୧ରେ ପ୍ରଥମ ଥର ଲାଗି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୬୮ ବର୍ଷ ତଳେ ଭୋଟ ଦେବାରେ ଯେଉଁ ଉତ୍ସାହ ଥିଲା ଆଜିବି ସେହି ଉତ୍ସାହ ଦେଖିବାକୁ ମିଳିଥିଲା ୧୦୩ ବର୍ଷୀୟ ଭୋଟର ଶ୍ୟାମ ସରନ ନେଗିଙ୍କ ନିକଟରେ।…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାହୁଲଙ୍କୁ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୧୯।୫: ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ କିଏ ହେବ ଶାସକ? ସେନେଇ ଆରମ୍ଭ ରହିଛି କଳ୍ପନାଜଳ୍ପନା। ଏହି ମର୍ମରେ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ତୀବ୍ର ହୋଇଥିବା କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ…

ଗୋଟିଏ କାନ୍ଥକୁ ଲାଗି ରହିଛି ମନ୍ଦିର-ମସଜିଦ

ଚଣ୍ଡିଗଡ଼,୧୯।୫: ପଞ୍ଜାବର ମୁସଲିମ ବହୁଳ ସହର ମାଲେରକୋଟଲା ହିନ୍ଦୁ-ମୁସଲମାନଙ୍କ ଏକତାର ଉଦାହରଣ ସୃଷ୍ଟି କରିଥାଏ। ଏଠାରେ ଗୋଟିଏ କାନ୍ଥ ମଧ୍ୟରେ ଏକାଠି ରହିଛି ମନ୍ଦିର ଓ ମସଜିଦ। ମନ୍ଦିରରେ ଆଳତି ହେଲେ ମସଜିଦରେ ଆଜାନ ବନ୍ଦ ହୋଇ ଯାଇଥାଏ। ଏଠାରେ ଜଣେ…

ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ

ପାଟନା,୧୯।୫: ବିହାରର ଆର୍‌ଜେଡି ନେତା ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ରବିବାର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ ସେ ଭୋଟ ଦେବାକୁ ଯିବା ସମୟରେ ମତଦାନ କେନ୍ଦ୍ର ନିକଟରେ ଜଣେ କ୍ୟାମେରାମ୍ୟାନ ତାଙ୍କ ଗାଡି ଉପରକୁ…

କଂଗ୍ରେସ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ: ଜଣେ ମୃତ

ବେଙ୍ଗାଲୁର,୧୯।୫: କର୍ନାଟକର ରାଜରାଜେଶ୍ୱରୀ ନଗରରେ ଥିବା କଂଗ୍ରେସ ବିଧାୟକ ମୁନିରତ୍ନାଙ୍କ ଘର ସାମ୍ନାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ମୁନିରତ୍ନାଙ୍କ ଘରେ କାମ କରୁଥିବା ଭେଙ୍କଟେସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ଅଧିକ ଥିଲା…

ଏସି ଥିବା ସ୍ମାର୍ଟ ପୋଲିଂ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟର ଦେଲେ ଭୋଟ

ଇନ୍ଦୋର,୧୯।୫: ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏସି ଯୁକ୍ତ ସ୍ମାର୍ଟ ପୋଲିଂ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟରଙ୍କ ସମେତ ବରିଷ୍ଠ ନାଗରିକ ସେମାନଙ୍କର ମତଦାନ ଅଧିକାର ସାବସ୍ତ୍ୟ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ସ୍ମାର୍ଟ ପୋଲିଂ ବୁଥ୍‌। ସ୍ଥାନୀୟ କଞ୍ଚନବାଗ୍‌ ସ୍ଥିତ ଜାଲ…

ଭୋଟ ବର୍ଜନ କଲେ ଚାନ୍ଦୋରା ଗ୍ରାମବାସୀ

ପାଟନା,୧୯।୫: ବିହାରର ନାଳନ୍ଦା ଜିଲା ରାଜଗିର ବ୍ଲକରେ ଥିବା ଚାନ୍ଦୋରା ଗ୍ରାମର ୨୯୯ ନମ୍ବର ବୁଥ୍‌ରେ କେହି ଭୋଟ ଦେଇ ନ ଥିବା ସୂଚନା ମିଳିଛି। ଗାଁକୁ ଭଲ ରାସ୍ତା ନ ଥିବାରୁ ଲୋକେ ଭୋଟ ବର୍ଜନ କରିଥିବା ପ୍ରକାଶ କରିଛନ୍ତି।…

କରହନିଆରେ ଉତ୍କଟ ଜଳ ସଙ୍କଟ: ପୁଅଙ୍କୁ ଝିଅ ଦେବାକୁ ରାଜି ହେଉ ନାହାଁନ୍ତି କନ୍ୟାଘର

ବିଳାସପୁର,୧୯।୫: ଛତିଶଗଡ଼ରେ ଦେଖାଦେଇଛି ଜଳ ସଙ୍କଟ। ଏହାଯୋଗୁ କେତେକ ଅଞ୍ଚଳରେ ଝିଅ ବିବାହ ଦେବାକୁ କନ୍ୟାଘର ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଆଦିବାସୀ ଗାଁ କରହନିଆରେ କେତେକ ବିବାହ ଯୋଗ୍ୟ ପୁଅଙ୍କର ବିବାହ ଜଳ ସଙ୍କଟ ଯୋଗୁ ହୋଇପାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri