୨ ବର୍ଷରେ ଭାଜପା ପାଇଛି ୯୧୫ କୋଟି
ନୂଆଦିଲ୍ଲୀ,୧୦ା୭ (ପି.ଟି.): ଭାଜପା ୨୦୧୬ରୁ ୨୦୧୮ ମଧ୍ୟରେ ୧୫ ଶହ ଶିଳ୍ପ ଜଗତରୁ ୯୧୫ କୋଟିରୁ ଅଧିକ ଟଙ୍କା ଚାନ୍ଦା ଆକାରରେ ପାଇଛି। ଏହି ସମୟ ମଧ୍ୟରେ କଂଗ୍ରେସକୁ ମିଳିଥିବା ଚାନ୍ଦାଠାରୁ ଏହା ୧୬ଗୁଣରୁ ଅଧିକ ବୋଲି ଜଣାପଡ଼ିଛି। ଏହି ଦୁଇବର୍ଷ…
ଅଦାଲତଙ୍କୁ ଜଣାଇଲେ ଆନ୍ନା ହାଜାରେ: ମୋତେ ହତ୍ୟା କରିବାକୁ ଠିକା ଦିଆଯାଇଥିଲା
ମୁମ୍ବାଇ,୧୦ା୭ (ଆଇଏଏନ୍ଏସ୍): ଦୁର୍ନୀତି ବିରୋଧରେ ମୁହଁଖୋଲୁଥିବା ସାମାଜିକ କର୍ମୀ ଆନ୍ନା ହାଜାରେଙ୍କୁ ମାରିବା ଲାଗି ଠିକା ଦିଆଯାଇଥିଲା। ଏନେଇ ସେ ମଙ୍ଗଳବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ମୁହଁଖୋଲି କହିଛନ୍ତି। ଓସ୍ମାନାବାଦ୍ ତେର୍ନା ଚିନିକଳ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଲେ ତାଙ୍କୁ ହତ୍ୟା…
ଅଯୋଧ୍ୟା ବିବାଦର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ପିଟିଶନ: ମଧ୍ୟସ୍ଥ ନିଯୁକ୍ତି ସତ୍ତ୍ୱେ ଅଗ୍ରଗତି ନାହିଁ
ନୂଆଦିଲ୍ଲୀ,୧୦ା୭ (ପି.ଟି.): ଅଯୋଧ୍ୟା ଜମି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟସ୍ଥ ନିଯୁକ୍ତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ଫଇସଲା ହୋଇପାରି ନାହିଁ। ଏନେଇ ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ଜମି ବିବାଦ ମାମଲାର ଏକ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ…
ପାର୍ଲାମେଣ୍ଟରେ ବଢ଼ିଲା କର୍ନାଟକ ତାତି
ନଆଦିଲ୍ଲୀ,୧୦ା୭(ପି.ଟି.): କର୍ନାଟକର ମୋଟ ୧୭ ବିଧାୟକ ଅଦ୍ୟାବଧି ଇସ୍ତଫା ଦେଇଥିବାବେଳେ ଏଚ୍.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏହି ତାତିର ଉଷ୍ମତା ମଙ୍ଗଳବାର ପାର୍ଲାମେଣ୍ଟରେ ଅନୁଭୂତ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଏନେଇ…
ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କର: କଂଗ୍ରେସ
ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକରେ ଶାସକ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ କଂଗ୍ରେସ ମଙ୍ଗଳବାର ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଛି। ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦଳ ଦାବି କରିବା ସହ ଭାଜପା ପ୍ରଲୋଭନ ଦେଖାଇବା ଲାଗି ଅର୍ଥବଳ ବ୍ୟବହାର କରୁଛି ବୋଲି କଂଗ୍ରେସ…
ସୂତାଖିଅରେ ସରକାର
ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍) ବିଧାୟକମାନେ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ୧୩ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କର ଇସ୍ତଫାପତ୍ର ଗ୍ରହଣଯୋଗ୍ୟ ହୋଇ ନ ଥିବା ଦର୍ଶାଇ…
ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ରକ୍ଷା କବଚ ହେଲେ ଯବାନ
ଶ୍ରୀନଗର,୯।୭: ଭାରତ-ତିବ୍ବତ ସୀମା ପୋଲିସର ଆଇଟିବିପି ଯବାନ ଜମ୍ମୁ କଶ୍ମୀରର ବାଲଟାଲ ମାର୍ଗରେ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ପାଲଟିଛନ୍ତି। ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ଅଗଷ୍ଟ ୧୫କୁ ଶେଷ ହେବ। ୪୬ ଦିନ ଚାଲିବାକୁ ଥିବା ଏହି…
ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖିଛନ୍ତି ୧୪ ବିଦ୍ରୋହୀ ବିଧାୟକ
ମମ୍ବାଇ,୯।୭: କର୍ନାଟକ ମେଣ୍ଟ ସରକାରର ୧୪ ବିଦ୍ରୋହୀ ବିଧାୟକ ପୁଣେରୁ ୯୦ କିଲୋମିଟର ଦୂରରେ ରହି ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖିଛନ୍ତି। ସେମାନେ ଦେଇଥିବା ଇସ୍ତଫା ପତ୍ରକୁ ନେଇ ବାଚସ୍ପତି ଯାହା ନିଷ୍ପତ୍ତି ନେବେ ତାକୁ ଦେଖି ସେମାନେ ଗୋଆ ଗସ୍ତ…
ମନ୍ତ୍ରୀଙ୍କ ଘରେ କଙ୍କଡା ଫୋପାଡ଼ି ବିରୋଧ ପ୍ରଦର୍ଶନ କଲେ ଏନ୍ସିପି କର୍ମକର୍ତ୍ତା
ପୁଣେ,୯।୭: ମହାରାଷ୍ଟ୍ରର ରାଷ୍ଟ୍ରବାଦୀ କଂଗ୍ରେସ ଦଳ(ଏନ୍ସିପି)ର ଯୁବ କର୍ମକର୍ତ୍ତା ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜି ସାଓ୍ବନ୍ତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରତ୍ନଗିରି ଜିଲାର ତିଓ୍ବାରେ ଡ୍ୟାମ ଭାଙ୍ଗିବା ଉପରେ ମନ୍ତ୍ରୀ ଦେଇଥିବା ବୟାନକୁ ବିରୋଧ କରି ତାଙ୍କ ଘର ବାହାରେ…
୧୩ ଇସ୍ତଫା ପତ୍ର ମଧ୍ୟରୁ ୮ଟିକୁ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି
ବେଙ୍ଗାଲୁରୁ,୯।୭: କର୍ନାଟକ ସରକାର ଏବେ ସଙ୍କଟରେ ଥିବା ବେଳେ ବିଧାୟକମାନଙ୍କ ଇସ୍ତଫା ଦେବା କାର୍ଯ୍ୟକ୍ରମ ଯେମିତି ଏକ ପ୍ରକାର ଜାରି ରହିଛି। ଏବେ ୧୩ କଂଗ୍ରେସ ଓ ଜେଡିଏସ୍ ବିଧାୟକ ଇସ୍ତଫା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ଇସ୍ତଫା…
ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୋମେନ
କୋଲକାତା,୯।୭: କଂଗ୍ରେସରେ ଏବେ ଇସ୍ତଫାର ପର୍ବ ଲାଗିରହିଛି। ଏହି କ୍ରମରେ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ଖରାପ୍ ପ୍ରଦର୍ଶନ ପାଇଁ ପଶ୍ଚିମ ବଙ୍ଗର କଂଗ୍ରେସ ଅଧ୍ୟକ୍ଷ ସୋମେନ ମିିତ୍ର ନିଜକୁ ଦାୟୀ କରି ମଙ୍ଗଳବାର ନିଜ ପଦରୁ…
କେନ୍ଦ୍ର ସରକାରଙ୍କ ଆଡ଼କୁ ଢଳିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୯।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ କେନ୍ଦ୍ରର ଭାଜପା ସରକାରଙ୍କ ଆଡକୁ ଢଲିଥିବା ଲକ୍ଷ୍ୟ କରାଯାଇଛି। ଦିଲ୍ଲୀର ଉନ୍ନତି ପାଇଁ ସେ କେନ୍ଦ୍ର ସରକାରଙ୍କ ସହ ଏକାଠି ହେବାକୁ ସ୍ଥିର କରିଥିବା କୁହାଯାଉଛି। ଦିଲ୍ଲୀର ଆଇନ ଶୃଙ୍ଖଳା ବ୍ୟବସ୍ଥାଠାରୁ ନେଇ…
Archives


