ଥରିଲା ଆସାମ-ହିମାଚଳପ୍ରଦେଶ
ଗୁଆହାଟୀ,୮।୯: ଆସାମ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ଆସାମର କାର୍ବି ଅଙ୍ଗଲଙ୍ଗ ଜିଲାରେ ସକାଳ ୭ଟା ୩ରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୩.୩ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ହିମାଚଳପ୍ରଦେଶର…
ଗୋମୂତ୍ରରୁ ତିଆରି ହେଉଛି କ୍ୟାନସର ଔଷଧ: ଅଶ୍ୱିନୀ ଚୌବେ
ନୂଆଦିଲ୍ଲୀ,୮।୯: ମୋଦି ସରକାରରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ଶନିବାର ଗୋମୂତ୍ରକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଗୋମୂତ୍ରରୁ ବିଭିନ୍ନ ପ୍ରକାରର ଔଷଧ ତିଆରି ହେଉଛି। ଏମିତିକି ମାରାତ୍ମକ କ୍ୟାନସର ବା କର୍କଟ ରୋଗର ଚିକିତ୍ସା…
ମରିନି ଆଶା, ରହିଛି ନୂଆ ସମ୍ଭାବନା: ୧୪ ଦିନ ପର୍ଯ୍ୟନ୍ତ ନିଖୋଜ ବିକ୍ରମକୁ ଖୋଜିବ ଇସ୍ରୋ
ଶ୍ରୀହରିକୋଟା,୮।୯: ଭାରତର ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ଏବେ ବି ମରିନି ଆଶା, ବରଂ ରହିଛି ନୂଆ ସମ୍ଭାବନା। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ନିଖୋଜ ହୋଇଯାଇଥିବା ଲ୍ୟାଣ୍ଡର…
ରାମ ଜେଠ୍ମାଲାନୀଙ୍କ ପରଲୋକ
ନୂଆଦିଲ୍ଲୀ,୮।୯: ବରିଷ୍ଠ ଆଇନଜୀବୀ ରାମ ଜେଠ୍ମାଲାନୀଙ୍କ ରବିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ୧୯୨୩ ସେପ୍ଟେମ୍ବର ୧୪ରେ ସେ ପାକିସ୍ତାନର ଶିକାରପୁରଠାରେ ଜନ୍ମଗ୍ରହଣ କରିଥିଲେ।…
ସ୍କୁଲ ଛାତ ଭୁଶୁଡ଼ି ୧୨ ପିଲା ଆହତ
ମିରଟ୍, ୮ା୯(ପି.ଟି.) : ଉତ୍ତରପ୍ରଦେଶର ମିରଟ୍ ଅନ୍ତର୍ଗତ ଦାବଥୁଆରେ ଥିବା ସରସ୍ବତୀ ଜ୍ଞାନମନ୍ଦିର ସ୍କୁଲର ଛାତ ଶନିବାର ଭୁଶୁଡ଼ି ପଡ଼ିଛି। ଫଳରେ ୧୨ ପିଲା ଆହତ ହୋଇଛନ୍ତି। ୬ ଜଣ ଗୁରୁତର ଅଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ…
‘୩୭୦ ଉଚ୍ଛେଦ ସପକ୍ଷରେ ଅଧିକାଂଶ କଶ୍ମୀରୀ’
ନୂଆଦିଲ୍ଲୀ, ୮ା୯(ପି.ଟି.): ଜମ୍ମୁ-କଶ୍ମୀରର ଅଧିକାଂଶ ଲୋକ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଶନିବାର ପ୍ରକାଶ କରିଛନ୍ତି। ପାକିସ୍ତାନର ହୀନ ଚକ୍ରାନ୍ତ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଲାଗି ସେଠାରେ କଟକଣା ବଳବତ୍ତର…
୬୦ ବର୍ଷରେ ୪୦% ଚନ୍ଦ୍ର ଅଭିଯାନ ବିଫଳ
ନୂଆଦିଲ୍ଲୀ,୮ା୯(ପି.ଟି.): ଗତ ୬ ଦଶନ୍ଧି ମଧ୍ୟରେ ୪୦ ପ୍ରତିଶତ ଚନ୍ଦ୍ର ଅଭିଯାନ ମିଶନ ବିଫଳ ହୋଇଥିବା ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ‘ମୁନ୍ ଫ୍ୟାକ୍ଟ ଶିଟ୍’ରୁ ଜଣାପଡିଛି। ଏହି ସମୟ ମଧ୍ୟରେ ମୋଟ ୧୦୯ଟି ଚନ୍ଦ୍ର ଅଭିଯାନ ମିଶନ ହାତକୁ…
ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଇସ୍ତଫା
ନୂଆଦିଲ୍ଲୀ,୮ା୯(ପି.ଟି.): ମେଘାଳୟକୁ ବଦଳି କରାଯିବାରୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ କେ. ତାହିଲରମଣୀ ଇସ୍ତଫା ଦେଇଛନ୍ତି। ବଦଳିର ପୁନର୍ବିଚାର ପାଇଁ ସେ କରିଥିବା ଅନୁରୋଧକୁ ସୁପ୍ରିମକୋର୍ଟ କଲେଜିୟମ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ତାହିଲରମଣୀ ଶୁକ୍ରବାର ରାତିରେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ…
୮ କୋଟିତମ ସିଲିଣ୍ଡର ସଂଯୋଗ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୯: ଉଜ୍ଜ୍ୱଳା ଯୋଜନା ଅଧୀନରେ ଧାର୍ଯ୍ୟ ସମୟ ପୂର୍ବରୁ ୮ କୋଟି ଏଲ୍ପିଜି ସଂଯୋଗ ଲକ୍ଷ୍ୟ ପୂରଣ ହୋଇଛି। ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ କୋଟିତମ ଏଲ୍ପିଜି ସଂଯୋଗ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି…
ଚନ୍ଦ୍ରୟାନ-୨: ଲକ୍ଷ୍ୟଠାରୁ ଦୁଇପାଦ ଦୂରରେ: ବିକ୍ରମକୁ ଠାବ ଉଦ୍ୟମ ଜାରି
ବେଙ୍ଗାଲୁରୁ,୮ା୯(ପି.ଟି.): ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୨ ଲକ୍ଷ୍ୟଠାରୁ ଦୁଇପାଦ ପଛରେ ରହିଯାଇଛି। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କି.ମି. ଦୂରତା ଥିବାବେଳେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଏଥିରେ ନିରାଶ ନ ହୋଇ ଆଗକୁ…
ଗରିବ କୃଷକ ପରିବାରରୁ ରକେଟ୍ମ୍ୟାନ୍ ଶିବନ
ଚନ୍ଦ୍ରୟାନ-୨ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି କ୍ଷଣ ପୂର୍ବରୁ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଏହି ମିଶନକୁ ପୂର୍ଣ୍ଣ ସଫଳତା ମିଳିନଥିଲେ ବି ଭାରତୀୟ ଅନ୍ତରୀକ୍ଷ ଗବେଷଣା ଲାଗି ଏହା ଏକ ବଡ ଉପଲବ୍ଧି ବୋଲି କୁହାଯାଇପାରେ। ଭାରତୀୟ ଅନ୍ତରୀକ୍ଷ…
ଶୁଦ୍ଧିକ୍ରିୟାର ୧୨ ବର୍ଷ ପରେ ଘରକୁ ଫେରିଲେ
ଜିର୍ନିଆ : ଜୀବିତ ବ୍ୟକ୍ତିର ଅନ୍ତିମ ସଂସ୍କାରର ସବୁ ବିଧି ସମ୍ପନ୍ନ କରାଯିବା ପରେ ୧୨ ବର୍ଷ ପରେ ବ୍ୟକ୍ତି ପୁଣି ଘରକୁ ଫେରିବା ଘଟଣାରେ ଯେକେହି ବିସ୍ମୟ ପ୍ରକାଶ କରିବା ସ୍ବାଭାବିକ। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଖର୍ଗୋନ…
Archives


