ଜାତୀୟ

ପେନ୍‌ ଡ୍ରାଇଭ୍‌ରୁ ପର୍ଦ୍ଦାଫାଶ ହେବ ସ୍ବାମୀ ଚିନ୍ମୟାନନ୍ଦଙ୍କ କଳା କାରନାମା

ନୂଆଦିଲ୍ଲୀ, ୧୧।୯:ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ମୁଣ୍ଡବିନ୍ଧା ଆହୁରି ବଢିଛି। ତାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରୁଥିବା ଏସଆଇଟି ଟିମ୍‌ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲାଗିଛି।…

ମଥୁରାରେ ମୋଦିଙ୍କ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ମିଶନ: ବର୍ଜ୍ୟ ପଦାର୍ଥରୁ ପ୍ଲାଷ୍ଟିକ୍‌ ଅଲଗା କରୁଥିବା ମହିଳାଙ୍କୁ ଭେଟିଲେ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ମିଶନର ଶୁଭାରମ୍ଭ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଏକ ପଶୁ ଆରୋଗ୍ୟ ମେଳାରେ ଯୋଗ ଦେଇ ଉପସ୍ଥିତ ଡାକ୍ତରଙ୍କୁ ଆଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ଉପଯୋଗୀ ସୂଚନାର ଦେଇଛନ୍ତି।…

ଟ୍ରକ ମାଲିକଙ୍କଠାରୁ ଆଦାୟ ହେଲା ୧ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ,୧୧।୯:ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶବ୍ୟାପୀ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ବେଆଇନ ଗାଡ଼ି ଚାଳକମାନଙ୍କୁ ମୋଟା ଅଙ୍କର ଜରିମାନା ଲଗାଯାଉଛି। ଦିଲ୍ଲୀର ରୋହିଣୀ କୋର୍ଟ ନିକଟରେ ମଙ୍ଗଳବାର…

ରାସ୍ତା ଜାମ୍‌: ଟ୍ରାଫିକ୍‌ ନିୟନ୍ତ୍ରଣ କଲେ ମନ୍ତ୍ରୀ ଜିତୁ ପଟଓ୍ବାରି

ଭୋପାଳ,୧୧।୯: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ସରକାରରେ ମନ୍ତ୍ରୀ ଥିବା ଜିତୁ ପଟଓ୍ବାରିଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜିତୁ ଇନ୍ଦୋର ଅଞ୍ଚଳରେ ଏକ ଜାମ୍‌ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବାର ଦେଖିବାକୁ ମିଳୁଛି। ଜିତୁ…

ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଲଶ୍କର ଆତଙ୍କବାଦୀ ଆସିଫ୍‌ ନିହତ

ଶ୍ରୀନଗର,୧୧।୯: ଜମ୍ମୁ-କଶ୍ମୀର ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଲଶ୍କର-ଇ-ତୋଏବା ଶୀର୍ଷ ଆତଙ୍କବାଦୀ ଆସିଫ୍‌ଙ୍କ ମୃତ୍ୟୁ ଘଟିଛି। ଆସିଫ୍‌ ଏଠାରେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ତାଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ପ୍ରଥମେ ଆସିଫ୍‌…

ଚନ୍ଦ୍ରୟାନ-୨ର ବିଫଳତା ନେଇ ଯୁବକ କଲେ ହଙ୍ଗାମା: ଅଧଘଣ୍ଟା ଅଟକି ରହିଲା ଟ୍ରେନ୍‌

ଭୋପାଳ,୧୧।୯: ଚନ୍ଦ୍ରୟାନ-୨ର ବିଫଳତା ମଧ୍ୟପ୍ରଦେଶରେ ଜଣେ ଯୁବକ ହଙ୍ଗାମା କରିଛନ୍ତି। ଯୁବକଙ୍କ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସାଗର ଅଞ୍ଚଳରେ ଭୋର୍‌ ସମୟରେ ଜଣେ ଯୁବକ ଯାତ୍ରୀବାହୀ ଟ୍ରେନ୍‌ ଇଞ୍ଜିନ୍‌ ଉପରେ ବସିପଡ଼ିଥିଲେ। ତାଙ୍କ ମୁଣ୍ଡ ଉପରେ…

ଚନ୍ଦ୍ରାବାବୁ ନାଇଡୁ ଏବଂ ପୁଅ ନାରା ଲୋକେଶ ନଜରବନ୍ଦୀ: ଘରେ ଆରମ୍ଭ କଲେ ୧୨ ଘଣ୍ଟିଆ ଅନଶନ

ହାଇଦ୍ରାବାଦ୍‌,୧୧।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ଏବଂ ତାଙ୍କ ପୁଅ ନାରା ଲୋକେଶଙ୍କୁ ବୁଧବାର ନିଜ ଘରେ ନଜରବନ୍ଦୀ କରାଯାଇଛି। ଜଣେ ଟିଡିପି ନେତାଙ୍କ ହତ୍ୟା ବିରୋଧରେ ଚନ୍ଦ୍ରାବାବୁ ଦଳୀୟ ସଦସ୍ୟଙ୍କ ସହିତ ମିଶି ପ୍ରଦର୍ଶନ କରିବାର ଥିଲା। ତେବେ…

ଜମ୍ମୁ-କଶ୍ମୀର ସରପଞ୍ଚମାନଙ୍କୁ ଭେଟିଲେ ଉପରାଷ୍ଟ୍ରପତି: ପଞ୍ଚାୟତକୁ ଦିଆଯିବ ଅଧିକ କ୍ଷମତା

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଏଣିକି ଜମ୍ମୁ-କଶ୍ମୀରର ପଞ୍ଚାୟତଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯିବ। ସେଗୁଡ଼ିକର ବିକାଶ ଓ ଆର୍ଥକ କ୍ଷମତା ବୃଦ୍ଧି କରାଯିବ ବୋଲି ଉପରାଷ୍ଟ୍ରପତି ଭେଙ୍କାୟା ନାଇଡ଼ୁ କହିଛନ୍ତି। ମଙ୍ଗଳବାର ଜମ୍ମୁ-କଶ୍ମୀରରୁ ଆସିଥିବା ସରପଞ୍ଚ ଓ ପ୍ରତିନିଧୀମାନଙ୍କୁ ଭେଟି ସେ ବିଭିନ୍ନ…

୧୧ ଅଭିଯୁକ୍ତଙ୍କ ଉପରୁ ହଟିିଲା ହତ୍ୟା ମାମଲା

ରାଞ୍ଚି, ୧୧ା୯ (ପି.ଟି.): ମୁସଲ୍‌ମାନ ଯୁବକ ତବ୍‌ରେଜ୍‌ ଅନ୍‌ସାରି(୨୪) ଭିଡ଼ହିଂସା ମାମଲାରେ ଝାଡ଼ଖଣ୍ଡର ଷଢେଇକଳା-ଖରସୁଆଁ ଜିଲା ପୋଲିସ ୧୧ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ହତ୍ୟା ମାମଲାକୁ ଉଠାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ତବ୍‌ରେଜ୍‌ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଦର୍ଶାଯିବା ପରେ…

ସୋନିଆଙ୍କୁ ଭେଟିଲେ ପାଓ୍ବାର

ମୁମ୍ବାଇ, ୧୧ା୯ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଆସନ ବୁଝାମଣା ଲାଗି କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ପ୍ରୟାସ ଆରମ୍ଭ ହୋଇଛି। ଏନ୍‌ସିପି ନେତା ଶରଦ ପାଓ୍ବାର ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଏନେଇ ଆଲୋଚନା…

୮ ଲଶ୍କର ସହଯୋଗୀ ଗିରଫ

ଶ୍ରୀନଗର,୧୧ା୯ (ପି.ଟି./ଆଇଏଏନ୍‌ଏସ୍‌): ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ୮ ସହଯୋଗୀ ମଙ୍ଗଳବାର କଶ୍ମୀରରୁ ଗିରଫ ହୋଇଛନ୍ତି। ସେମାନେ ବାରାମୁଲା ଜିଲାର ସୋପୋରରେ ଆତଙ୍କବାଦୀଙ୍କ ଛତ୍ରଛାୟା ତଳେ ରହି ଧମକପୂର୍ଣ୍ଣ ପୋଷ୍ଟର ପ୍ରସାର କରୁଥିଲେ। ଆଇନ ଅମାନ୍ୟ ପାଇଁ ଲୋକଙ୍କୁ ଉସୁକାଇବା…

ୟୁଏନ୍‌ଏଚ୍‌ଆର୍‌ସିରେ ଭାରତ-ପାକ୍‌ ମୁହଁ।ମୁହିଁ: ୩୭୦ ଉଚ୍ଛେଦ ସାର୍ବଭୌମ ନିଷ୍ପତ୍ତି

ଜେନେଭା,୧୧ା୯,(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ମଙ୍ଗଳବାର ଭାରତ ଓ ପାକିସ୍ତାନ ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ମୁହଁ।ମୁହିଁ ହୋଇଛନ୍ତି। ପାକିସ୍ତାନ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri