ଜାତୀୟ

ଏମ୍‌ପି ହେବା ପରେ ମଧ୍ୟ ଡିଏସ୍‌ପିଙ୍କୁ ସାଲ୍ୟୁଟ କଲେ : ଫଟୋ ଭାଇରଲ

ହାଇଦ୍ରାବାଦ,୨୮।୫: ଗତ ନିର୍ବାଚନରେ ଆନ୍ଧ୍ର ପ୍ରଦେଶରେ ଓ୍ବାଇଏସ୍‌ଆର୍‌ସିପି ଟିଡିପିକୁ ଉଭୟ ଲୋକ ସଭା ଓ ବିଧାନସଭାରେ ଶୋଚନୀୟ ଭାବେ ପରାସ୍ତ କରିଛି। ଏହି ନିର୍ବାଚନରେ  ହିନ୍ଦୁପୁର ଆସନରୁ ଓ୍ବାଇଏସ୍‌ଆର୍‌ସିପି ପ୍ରାର୍ଥୀ ଗୋରଂତା ମାଧବ ନିର୍ବାଚନ ଲଢିଥିଲେ। ଆଉ ବିଜୟ ମଧ୍ୟ ହୋଇଛନ୍ତି।…

ପ୍ରଣବ ମୁଖାର୍ଜୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୮।୫: ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏହି ମର୍ମରେ ସେ ଆଶୀର୍ବାଦ ନେବା ପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିଥିବା ଫଟୋ ଟୁଇଟରରେ ଶେୟାର କରିଛନ୍ତି। ଫଟୋରେ…

ଜିତିବା ପରେ ମଧ୍ୟ ସଂସଦରେ ଏକାଠି ବସିବେନି ହେମାମାଳିନୀ-ସନ୍ନି ଦେଓଲ

ନୂଆଦିଲ୍ଲୀ,୨୮।୫: ଭାଜପା ଟିକେଟରୁ ଏଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଓ ଅଭିନେତା ସନ୍ନି ଦେଓଲ। ଏମାନେ ସମ୍ପର୍କରେ ମା’ପୁଅ। ହେଲେ ସଂସଦ ଗଲେ ଏମାନେ ଏକାଠି ବସିବେନି ବୋଲି ଜଣାପଡିଛି। ଯଦିଓ ହେମା ସନ୍ନିଙ୍କ ସାବତ…

ଡାକ୍ତରଖାନା ଆଗରେ ଥିଲା ୩ ଆମ୍ବୁଲାନ୍ସ, କେହି ଶୁଣିଲେନି: ପୁଅକୁ ମା’ କାଖେଇ ଆଣୁ ଆଣୁ ବାଟରେ ଚାଲିଗଲା ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଆମ୍ବୁଲାନ୍ସ ସହାୟତା ନ ପାଇଁ ଜଣେ ଶିଶୁର ପ୍ରାଣ ଚାଲିଯାଇଛି ବୋଲି ଅଭିଯୋଗ ହୋଇଛି। ଭୀଷଣ ଜ୍ୱରରେ ପୀଡିତ ଥିବା ଶିଶୁକୁ ଆମ୍ବୁଲାନ୍ସରେ ନେବାକୁ ମେଡିକାଲ କର୍ତ୍ତୃପକ୍ଷ ମନାକରିଦେଇଥିଲେ।…

ଲୈଲା ମଜନୁର ଅଭିନେତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ,୨୮।୫: ୮0 ଦଶକର ଲୈଲା ମଜନୁ ଫେମ୍‌ ରଞ୍ଜିତା କୌରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ନିଜର ସ୍ବାମୀଙ୍କୁ ମାରପିଟ୍‌ କରିବା ସହ ୪ମହଲାରୁ ଠେଲି ଦେବାକୁ ଉଦ୍ୟମ କରୁଥିଲେ। ଏନେଇ ତାଙ୍କ ସ୍ବାମୀ ରାଜ ମସନ୍ଦ ସିନିୟର ସିଟିଜେନ…

ନିର୍ବାଚନ ପରେ ମମତାଙ୍କୁ ଆଉ ଏକ ଝଟ୍‌କା: ଭାଜପା ହାତ ଧରିବେ ୩ଟିଏମ୍‌ସି ବିଧାୟକ

କୋଲକାତା,୨୮।୫: ଲୋକ ସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ ଭାଜପାର ଭଲ ପ୍ରଦର୍ଶନ ଓ ବହୁଳ ମତଦାନ ପରେ ଟିଏମ୍‌ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଶକ୍ତ ଝଟ୍‌କା ଲାଗିଛି। ପୁଣି ଏବେ ଟିଏମ୍‌ସିର ୩ ବିଧାୟକ ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା…

ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ଗଡକରୀଙ୍କୁ କୃଷିମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି

ନୂଆଦିଲ୍ଲୀ,୨୮।୫: ଗତବର୍ଷ ନିଜର ଫସଲ ବିକ୍ରିକରି ଆୟ କରିଥିବା ଅର୍ଥକୁ ରାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପାର୍ସଲ ପଠାଇଛନ୍ତି। ଯେଉଁଥିରେ ଗୋଟିଏ ଗାନ୍ଧୀ…

ଏଣିକି ସବୁ ଫାର୍ମସୀ ନିଜ ନାମ ଆଗରୁ ଲଗାଇପାରିବେ ‘ଡାକ୍ତର’

ନୂଆଦିଲ୍ଲୀ,୨୮।୫: ଫାର୍ମାସି କାଉନସିଲ ଅଫ ଇଣ୍ଡିଆ (ପିସିଆଇ) ଡାକ୍ତର ଅଫ ଫାର୍ମାସି (PHARM D)କରୁଥିବା ଛାତ୍ରଛାତ୍ରଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଡାକ୍ତର ଅଫ ଫାର୍ମାସି କରିଥିବେ ସେମାନେ ନିଜ ନାମ ଆଗରୁ ‘ଡାକ୍ତର’…

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପାକିସ୍ତାନ ନେତାଙ୍କୁ ମିଳିଲାନି ନିମନ୍ତ୍ରଣ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଦେଶର ଶାସନ ଭାର ନେବାକୁ ଯାଉଛନ୍ତି। ଆସନ୍ତା ୩୦ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ…

ରାହୁଲଙ୍କୁ ମନେଇବାକୁ ଘରେ ପହଞ୍ଚିଲେ ପ୍ରିୟଙ୍କାଙ୍କ ସମେତ ଆଉ କେତେଜଣ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ କଂଗ୍ରେସରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାକୁ ଅଡି ବସିଛନ୍ତି। ହେଲେ ଏତିକି ବେଳେ…

ଖୋଲାରେ ଶୌଚ: ଲଜ୍ଜା ଯୋଗୁ ମୂଷାମରା ଜହର ଖାଇଲେ ମହିଳା

ରାଞ୍ଚି, ୨୮।୫: ଝାଡ଼ଖଣ୍ଡ ଦଓ୍ବେଘରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳା ବାହାରେ ଶୌଚ ହେବା ଲଜ୍ଜାରୁ ମୁକ୍ତ ପାଇବା ଲାଗି ଘରେ ଥିବା ମୂଷାମରା ଜହର ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ…

ପୋଲିସର ଗୁଣ୍ଡାରାଜ: ମହିଳାଙ୍କୁ ବେଲ୍‌ଟରେ ନିସ୍ତୁକ ପିଟିଲେ

ଫରିଦାବାଦ,୨୮।୫: ହରିୟାଣା ଫରିଦାବାଦରୁ ଅମାନବିକତା ଓ ନିଷ୍ଠୁରତା ଶେଷ ସୀମାର ଏକ ଚିତ୍ର ସାମ୍‌ନାକୁ ଆସିଛି। ଜଣେ ପୋଲିସ କନେଷ୍ଟବଳ ମହିଳାଙ୍କୁ ବେଲ୍‌ଟରେ ମାଡ଼ମାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଦେଖିବାକୁ ମିଳିଛି ବଲମଗଢ଼ ଆଦର୍ଶ ନଗର ଥାନାରେ। ଥାନାର ପରିସରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri