ଜାତୀୟ

ପିଓକେକୁ ମୁକୁଳାଇ ଭାରତରେ ସାମିଲ କରିବା ମୋର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ଏବେ ପାଳି ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର। ଖୁବ୍‌ ଶୀଘ୍ର ଏହାକୁ ମୁକୁଳାଇ ଭାରତରେ ସାମିଲ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ସେ କହିଛନ୍ତି ‘ଏହା ହେଉଛି…

ଭିଡିଓ ମେସେଜ୍‌ ଦେଇ ୩-୪ଦିନ ପରେ ଆତ୍ମସମର୍ପଣ କରିବାକୁ କହିଲେ ବିଧାୟକ

ପାଟନା,୧୯।୮: ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂ ସୋମବାର ଏକ ଭିଡିଓ ମେସେଜ୍‌ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଗିରଫକୁ ସେ ଭୟ କରୁ ନାହାଁନ୍ତି ହେଲେ ଆତ୍ମସମର୍ପଣ କରିବାକୁ ଆଉ ୩-୪ ଦିନ ସମୟ ଦିଆଯାଉ। ସୂଚନାଯୋଗ୍ୟ, ସ୍ବାଧୀନ…

ମୋଦି ସରକାର ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ରହିବେ : ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏକ ନିଆରା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ମୋଦି ସରକାର କେନ୍ଦ୍ରରେ କ୍ଷମତାରେ ରହିବେ। ସରକାର ଏଭଳି ଏକ ନିଷ୍ପତ୍ତି…

ଜଗନ୍ନାଥ ମିଶ୍ରଙ୍କ ପରଲୋକରେ ୩ ଦିନ ଶୋକ ଘୋଷଣା କଲେ ନୀତୀଶ

ପାଟନା,୧୯।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହାସହ ରାଜ୍ୟରେ ୩ ଦିନିଆ ଶୋକ ଘୋଷଣା ମଧ୍ୟ କରିଛନ୍ତି। ଜଗନ୍ନାଥଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟ ଦିଆଯିବ ବୋଲି ଜଣାପଡିଛି।…

ସୁପ୍ରିମ୍‌କୋର୍ଟରେ ତରୁଣ ତେଜପାଲଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୮: ତହଲକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମ୍‌ କୋର୍ଟରେ ଝଟ୍‌କା ଲାଗିଛି। ଏଣିକି ତାଙ୍କ ବିରୋଧରେ ସହକର୍ମୀଙ୍କୁ ବଳାତ୍କାର ଓ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ଆରମ୍ଭ ହେବ। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ଗୋଆ ଅଦାଲତ ଉପରେ…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୮: ବହୁଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ହୋଇଛି। ସୋମବାର ଦିଲ୍ଲୀଠାରେ ସେ ୮୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ଶ୍ରୀ ମିଶ୍ର ଏକାଧାରାରେ ଜଣେ ଶିକ୍ଷକ ଓ…

ଜେଟଲୀଙ୍କୁ ଭେଟିବାକୁ ଏମ୍ସ ଯିବେ ଆଡଭାନୀ

ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଛି। ଏବେ ସେ Extracorporeal membrane oxygenation (ECMO)ଥିବା ବେଳେ ତାଙ୍କୁ ଦେଖିବା ପାଇଁ ବହୁ ବରିଷ୍ଠ ନେତା ଏମ୍ସ ପହଞ୍ଚୁଛନ୍ତି। ଅପରାହ୍ନ…

୫୧ ବର୍ଷ ତଳେ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୧୨ର ଭଗ୍ନାବଶେଷ ମିଳିଲା

ଚଣ୍ଡିଗଡ଼,୧୯।୮: ବାୟୁସେନାର ଏନ୍‌-୧୨ ବିଏଲ୍‌-୫୩୪ ବିମାନ ୫୧ ବର୍ଷ ତଳେ ୧୯୬୮ ଫେବୃୟାରୀ ୭ରେ ହିମାଚଳପ୍ରଦେଶ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଯାଇଥିଲା। ସେତେବେଳେ ଏନେଇ ବହୁ ଖୋଜା ଖୋଜି ହୋଇଥିଲେ ମଧ୍ୟ ଏହାର ସନ୍ଧାନ ମିଳି ନ ଥିଲା। ତେବେ ଡୋଗରା…

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୮: ଲଗାଣ ବର୍ଷା ଫଳରେ ଦେଶର ପ୍ରାୟ ଅଧିକାଂଶ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ଯମୁନା ନଦୀରେ ଜଳସ୍ତର ବିପଦ ସଙ୍କେତ ସପରେ ପ୍ରବାହିତ ହେଉଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ…

ଜମ୍ମୁ-କଶ୍ମୀରରେ ମାନବାଧିକାରର ହେଉଛି ଉଲ୍ଲଂଘନ: ମମତା ବାନାର୍ଜୀ

କୋଲକାତା,୧୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣିଥରେ ସମାଲୋଚନା କରିଛନ୍ତି। ମମତା ଟୁଇଟ୍‌ କରି କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ମାନବାଧିକାରର ଖୋଲା ଖୋଲି ଉଲ୍ଲଂଘନ ହେଉଛି। ସୋମବାର ବିଶ୍ୱ ମାନବାଧିକାର ଦିବସରେ ମଧ୍ୟ ଜମ୍ମୁ-କଶ୍ମୀର ବାସିନ୍ଦା…

ଜମ୍ମୁ-କଶ୍ମୀରରେ ଖୋଲିଲା ଶିକ୍ଷାନୁଷ୍ଠାନ

ଶ୍ରୀନଗର,୧୯।୮: ଦୁଇ ଦିନ ତଳେ ପ୍ରଶାସନ ଦେଇଥିବା କଥା ଅନୁଯାୟୀ ସୋମବାରୁ ଜମ୍ମୁ-କଶ୍ମୀରର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନକୁ ପୁଣିଥିରେ ଖୋଲି ଦିଆଯାଇଛି। ପ୍ରାୟ ୧୨ ଦିନ ପରେ ଏଠାରେ ୫ ଜିଲାରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯାଇଥିବା ବେଳେ…

ରାଜ ଠାକ୍‌ରେଙ୍କୁ ଇଡିର ସମନ୍‌ ଜାରି

ମୁମ୍ବାଇ,୧୯।୮: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକ୍‌ରେଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ୍‌ ଜାରି କରାଯାଇଛି। ନିର୍ମାଣ କ୍ଷେତ୍ରରେ ଲିଜିଂ ଏବଂ ଆର୍ଥିକ ସେବା କ୍ଷେତ୍ରରେ କେତେକ ଅନିୟମିତତା ହୋଇଥିବା ଅଭିଯୋଗ ଆଧାରରେ ରାଜ୍‌ଙ୍କୁ ସମନ କରାଯାଇଥିବା କୁହାଯାଉଛି। ଏନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri