ଜାତୀୟ

ଭାଜପାକୁ ଟାର୍ଗେଟ୍‌ କଲା ଶିବସେନା: ଇୟୁ ପ୍ରତିନିଧି ଦଳଙ୍କ କଶ୍ମୀର ଗସ୍ତକୁ ବିରୋଧ

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଭାଜପା-ଶିବସେନା ମଧ୍ୟରେ ଅଙ୍କକଷା ଛିଡୁନି। ଇତିମଧ୍ୟରେ ଭାଜପା ପକ୍ଷରୁ ଜମ୍ମୁ-କଶ୍ମୀର ସ୍ଥିତି ଅନୁଧ୍ୟାନ ପାଇଁ ଇୟୁ ପ୍ରତିନିଧି ଦଳଙ୍କ ଗସ୍ତ କରିବାକୁ ଶିବସେନା ବିରୋଧ କରିଛି। ଏନେଇ ଶିବସେନା ପକ୍ଷରୁ ଏହାର ମୁଖପତ୍ର ସାମ୍‌ନାରେ…

ଆତଙ୍କବାଦୀଙ୍କ ବର୍ବରତା: ୬ ଶ୍ରମିକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର,୩୦ା୧୦(ପି.ଟି.) : ୟୁରୋପୀୟ ସଂଘ(ଇୟୁ)ର ୨୩ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଜମ୍ମୁ-କଶ୍ମୀର ଗସ୍ତ କରିଥିବାବେଳେ ଆତଙ୍କବାଦୀମାନେ କୁଲଗାମ ଜିଲାରେ ରକ୍ତର ହୋଲି ଖେଳିଛନ୍ତି। ସେମାନେ କତ୍ରାସୁ ଗ୍ରାମରେ ପଶ୍ଚିମବଙ୍ଗର ୬ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ସୁରକ୍ଷା ବଳ ସମ୍ପୃକ୍ତ…

ଗାଈ ଚୋରି ସନ୍ଦେହ: ଯୁବକଙ୍କୁ ପିଟି ମାରିଦେଲେ

ପାଟନା,୩୦ା୧୦(ଆଇଏଏନ୍‌ଏସ୍‌): ବିହାର ରାଜଧାନୀ ପାଟନା ନିକଟସ୍ଥ ମୋକମାରେ ଗାଈ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୋଲିସ ସୂଚନାନୁସାରେ ସୋମବାର ରାତିରେ ବରହମ୍‌ପୁର ଗ୍ରାମର କେତେଜଣ ଯୁବକ ଗୋରୁ ଚୋରି କରିବା ପାଇଁ ମୋରେ ଗଁାକୁ ଯାଇଥିଲେ। ସେମାନେ…

୮୦ ଘଣ୍ଟାର ଅପରେଶନ : ବୋର୍‌ଓ୍ବେଲରୁ ସୁଜିତ୍‌ଙ୍କ ମୃତଦେହ ଉଦ୍ଧାର

ତିରୁଚିରାପଲ୍ଲୀ/ଚେନ୍ନାଇ ୩୦ା୧୦(ପି.ଟି.): ଦୀର୍ଘ ୮୦ ଘଣ୍ଟାର ରେସ୍କ୍ୟୁ ଅପରେଶନ ସତ୍ତ୍ୱେ ତାମିଲନାଡ଼ୁର ନଡ଼ୁକଟ୍ଟାପୁଟ୍ଟି ବୋର୍‌ଓ୍ବେଲରେ ଖସିପଡ଼ିଥିବା ୨ ବର୍ଷର ଶିଶୁ ସୁଜିତ୍‌ ଓ୍ବିଲିୟମଙ୍କୁ ଜୀବିତ ଉଦ୍ଧାର କରାଯାଇ ପାରିନାହିଁ। ପ୍ରଶାସନର ସମସ୍ତ ପ୍ରୟାସ ବୃଥା ହୋଇଛି। ସୁଜିତ୍‌୍‌ ଶୁକ୍ରବାର ସନ୍ଧ୍ୟାରେ ଘର…

ଜାତୀୟ ଶିକ୍ଷାନୀତି ଚିଠା ଚୂଡ଼ାନ୍ତ

ନୂଆଦିଲ୍ଲୀ,୩୦ା୧୦: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତୁତ ହେବାର ପ୍ରାୟ ୫ ମାସ ପରେ ଜନସାଧାରଣଙ୍କ ମତାମତ ପାଇଁ ଏହାକୁ ସାର୍ବଜନୀନ କରାଯାଇଛି। ୫୫ ପୃଷ୍ଠା ସମ୍ବଳିତ ଜାତୀୟ ଶିକ୍ଷାନୀତି(ଏନ୍‌ଇପି)-୨୦୧୯ର ଏହି ଚୂଡ଼ାନ୍ତ ଚିଠାକୁ ମେ-୨୦୧୯…

ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ,୩୦ା୧୦: ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷା ସଂସ୍ଥା ପକ୍ଷରୁ ସତର୍କ କରାଯିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ଓ ଲଦାଖ ପୃଥକ ହେବା ସହ…

୧୮ରେ ଶପଥ ନେବେ ନୂଆ ସିଜେଆଇ ବୋବ୍‌ଡେ

ନୂଆଦିଲ୍ଲୀ,୩୦ା୧୦(ଆଇଏଏନ୍‌ଏସ୍‌): ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ ଭାରତର ୪୭ତମ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କ ନିଯୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି। ଜଷ୍ଟିସ୍‌ ବୋବ୍‌ଡେ ନଭେମ୍ବର ୧୮ରେ ସିଜେଆଇ ଭାବେ ଶପଥ ନେବା ପରେ ପ୍ରାୟ ୧୮…

ତେଜିଲା କ୍ଷମତା ଲଢ଼େଇ

ମୁମ୍ବାଇ,୩୦ା୧୦(ପି.ଟି./ ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଡ଼ୁଆ ଛିଣ୍ଡୁନି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟଣା ଜାରି ରହିଛି। ଶିବସେନାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ଭାଜପା ପକ୍ଷରୁ…

ଅଧିକ ଅଣ୍ଡା ଖାଉଥିଲେ ସାବଧାନ

ଅଣ୍ଡାରୁ ଆବଶ୍ୟକ ଭିଟାମିନ୍‌ ମିଳେ। ସେଥିପାଇଁ ଅଣ୍ଡାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ। ସେଥିପାଇଁ ପ୍ରାୟ ଲୋକ ପ୍ରତିଦିନ ଅଣ୍ଡାକୁ ଖାଇଥାନ୍ତି।…

ଜାତୀୟ ସଙ୍ଗୀତ ଗାନ ସମୟରେ ମହିଳା ସୁରକ୍ଷାକର୍ମୀ ଅଚେତ: ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୦: ଦିଲ୍ଲୀର ଏକ କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅର୍ଥମନ୍ତ୍ରୀ ସୀତାରାମନ ଓ ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଦିଲ୍ଲୀରେ ନ୍ୟାଶନାଲ କର୍ପୋରେଟ ସୋସିଆଲ ରେସ୍‌ପନ୍ସିବିଲିଟି ଆଓ୍ବାର୍ଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।…

ରୋଗ ଚିହ୍ନଟ ନ ହୋଇ ପୁଅଙ୍କ ମୃତ୍ୟୁ ହେବାରୁ ମା’ ହେଲେ ଡାକ୍ତରାଣୀ: ମାଗଣାରେ କରୁଛନ୍ତି ଚିକିତ୍ସା

ମିରଟ,୨୯।୧୦: ସବୁ ଦୁଃଖ, କଷ୍ଟ ଓ ବିପଦରୁ ନିଜ ପିଲାଙ୍କୁ ଘଣ୍ଟ ଘୋଡାଇ ରଖିଥାଏ ମା’। କିନ୍ତୁ ପିଲାକୁ ଟିକେ ଆଘାତ ଲାଗିଲେ ସେ ଭାଙ୍ଗିପଡ଼େ। ହେଲେ ଉତ୍ତରପ୍ରଦେଶ ମିରଟର ରେଲଓ୍ବେ ରୋଡରେ ରହୁଥିବା ଜଣେ ଏଭଳି ମା’ ଅଛନ୍ତି ଯିଏ…

ପୁଲଓ୍ବାମାରେ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ: ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୯।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମାର ଦ୍ରବଗାମ ଅଞ୍ଚଳରେ ମଙ୍ଗଳବାର ଦ୍ୱିପହରରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟପଟେ ଏହାର ପାଲଟା ଜବାବରେ ସେନା ପକ୍ଷରୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?