Posted inଜାତୀୟ

ତେଜିଲା କ୍ଷମତା ଲଢ଼େଇ

ମୁମ୍ବାଇ,୩୦ା୧୦(ପି.ଟି./ ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଡ଼ୁଆ ଛିଣ୍ଡୁନି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟଣା ଜାରି ରହିଛି। ଶିବସେନାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ଭାଜପା ପକ୍ଷରୁ କୌଣସି ପ୍ରତିଶ୍ରୁତି ଦିଆଯାଇ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ସ୍ପଷ୍ଟ କରିଛନ୍ତି। ଏହାର କିଛି ସମୟ ପରେ ଭାଜପା ସହ ହେବାକୁ ଥିବା ବୈଠକକୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ବାତିଲ କରିଦେଇଛନ୍ତି। ଏଥିଯୋଗୁ ଦୁଇଦଳର ସମ୍ପର୍କରେ ତିକ୍ତତା ବୃଦ୍ଧିପାଇବା ସହ ସରକାର ଗଠନ ପ୍ରକ୍ରିୟା ବିଳମ୍ବିତ ହୋଇପାରେ ବୋଲି କୁହାଯାଉଛି।
ସରକାର ଗଠନ ନେଇ ମଙ୍ଗଳବାର ଅପରାହ୍ନ ୪ଟାରେ ଭାଜପା ଓ ଶିବସେନା ମଧ୍ୟରେ ଏକ ବୈଠକ ହେବାର ଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ଭାଜପା ନେତା ଭୂପେନ୍ଦ୍ର ଯାଦବ ଓ ଶିବସେନାର ବରିଷ୍ଠ ନେତାମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା। ହେଲେ ଏହା ପୂର୍ବରୁ ଫଡ୍‌ନବିସ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ମନା କରିଦେଇଛନ୍ତି। ନିଜ ସରକାରୀ ବାସଭବନ ‘ବର୍ଷା’ରେ ଗଣମାଧ୍ୟମକୁ ଫଡ୍‌ନବିସ କହିଛନ୍ତି, ୨୦୧୯ ଲୋକ ସଭା ନିର୍ବାଚନ ପାଇଁ ମେଣ୍ଟ ଚୂଡ଼ାନ୍ତ ବେଳେ ଶିବସେନାକୁ ଅଢ଼େଇବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବାଲାଗି ପ୍ରତିଶ୍ରୁତି ଦିଆଯାଇ ନ ଥିଲା । ଭାଜପା ନେତୃତ୍ୱାଧୀନ ସରକାର ୫ ବର୍ଷ ପାଇଁ ଚାଲିବ ଓ ସେ ମୁଖ୍ୟମନ୍ତ୍ରୀ ହେବେ। ଶିବସେନା ମୁଖପତ୍ର ‘ସାମ୍ନା’ରେ ଭାଜପାକୁ ବାରମ୍ବାର ଟାର୍ଗେଟ କରାଯାଉଥିବାରୁ ଆଲୋଚନା ପ୍ରକ୍ରିୟାରେ ବାଧାସୃଷ୍ଟି ହେବ ବୋଲି ଫଡ୍‌ନବିସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଶିବସେନା ଏଥିରେ ଅସନ୍ତୁଷ୍ଟ ହୋଇ ବୈଠକକୁ ବାତିଲ କରିଦେଇଛି। ଶିବସେନା କ୍ଷମତା ପାଇଁ ଭୋକିଲା ନାହିଁ। ସତ୍ୟର ରାଜନୀତିରେ ଆମେ ବିଶ୍ୱାସ କରୁ ବୋଲି ଶିବସେନା ନେତା ସଞ୍ଜୟ ରାଉତ୍‌ କହିଛନ୍ତି। ସେ ଆହୁରି କହିଛନ୍ତି, ଏଠାରେ କୌଣସି (ଜେଜେପି ନେତା) ଦୁଷ୍ୟନ୍ତ ଚୌତାଲା ନାହାନ୍ତି, ଯାହାଙ୍କ ବାପା ଜେଲ୍‌ ଯାଇଥିବେ। ଆମକୁ କେହି କ୍ଷମତାରୁ ଦୂରେଇ ରଖିବାକୁ ଉଦ୍ୟମ କଲେ ତାହା ସତ୍ୟର ରାଜନୀତି ନୁହେଁ। ହରିୟାଣାରେ ମ୍ୟାଜିକ୍‌ ନମ୍ବରରୁ ୬ ଆସନ କମ୍‌ ପାଇଥିବା ଭାଜପା ଦୁଷ୍ୟନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ସରକାର ଗଢ଼ିଥିବାରୁ ମହାରାଷ୍ଟ୍ରରେ ସେପରି ସମୀକରଣର ସମ୍ଭାବନାକୁ ଏଡ଼ାଇବା ଲାଗି ସଞ୍ଜୟ ଏହି ସନ୍ଦେଶ ଦେଇଥିବା କୁହାଯାଉଛି।
ଯେ, କ୍ଷମତା ଭାଗବଣ୍ଟାକୁ ନେଇ ୫୦:୫୦ ସୂତ୍ର ଅନୁସାରେ ମେଣ୍ଟ ହୋଇଥିଲା। ଏଥିରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଓ ଫଡ୍‌ନବିସ ରାଜି ହୋଇଥିଲେ। ତେଣୁ ଶିବସେନାକୁ ଅଢ଼େଇବର୍ଷ ମୁଖ୍ୟମନ୍ତ୍ରୀ ପଦ ଦେବା ନେଇ ଲିଖିତ ପ୍ରତିଶ୍ରୁତି ଦିଆଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ଏହିକ୍ରମରେ ମଙ୍ଗଳବାର ଶିବସେନା ପକ୍ଷରୁ ଏକ ପୁରୁଣା ଭିଡିଓ କ୍ଲିପ୍‌ ଜାରି କରାଯାଇଛି। ଏଥିରେ କ୍ଷମତାର ସମାନ ଭାଗବଣ୍ଟା ସମ୍ପର୍କରେ ଫଡ୍‌ନବିସ କହୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି ନ କରି ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବା ପାଇଁ ଏନ୍‌ଡିଏ ସହଯୋଗୀ ଆର୍‌ପିଆଇ ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଶିବସେନା ରାଜ୍ୟ ଓ କେନ୍ଦ୍ରରେ ଅଧିକ ସଂଖ୍ୟକ ମନ୍ତ୍ରୀ ପଦ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଭାଜପାକୁ ଛାଡ଼ିଦେବା ଉଚିତ। ସେହିପରି ଶିବସେନାର ନବନିର୍ବାଚିତ ୪୫ ବିଧାୟକ ଫଡ୍‌ନବିସଙ୍କ ନେତୃତ୍ୱରେ ସରକାର ଗଠନ ହେଉ ବୋଲି ଚାହୁଁଥିବା ଭାଜପାର ରାଜ୍ୟ ସଭା ସଦସ୍ୟ ସଞ୍ଜୟ କାକାଡେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri