ଜାତୀୟ

କଂଗ୍ରେସକୁ ଜେଡିଏସ୍‌ର ଝଟ୍‌କା: ଉପନିର୍ବାଚନରେ କୌଣସି ଦଳ ସହ ହେବ ନାହିଁ ମେଣ୍ଟ

ବେଙ୍ଗାଲୁରୁ,୨।୧୧: କର୍ନାଟକରେ ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି। ଏହାରି ଭିତରେ ଉପନିର୍ଚାଚନ ସମୟରେ କୌଣସି ଦଳ ସହ ଜନତା ଦଳ(ସେକ୍ୟୁଲାର) ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା…

ସୁରକ୍ଷାକର୍ମୀଙ୍କୁ ସଫଳତା: ସୋପୋରରୁ ଲଶ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଉତ୍ତର କଶ୍ମୀରର ସୋପୋର ଅଞ୍ଚଳରୁ ଜଣେ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କର ଅନ୍ୟ ୩ ଜଣ ସାଥିଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଗିରଫ ଆତଙ୍କବାଦୀଙ୍କ ନାମ ହେଉଛି…

ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ହେଲେ ହୁଡ୍ଡା

ହରିୟାଣା,୨।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ହୁଡ୍ଡାଙ୍କୁ ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି। ଏବେ ସେ ହରିୟାଣା ବିଧାନସଭାର ବିରୋଧୀ ଦଳ ନେତା ରହିଛନ୍ତି। ହରିୟାଣା ବିଧାନସଭା…

ନଭେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨।୧୧: ସବୁ ରାଜ୍ୟର ବ୍ୟାଙ୍କଗୁଡିକ ନଭେମ୍ବରରେ ପ୍ରାୟ ୧୨ ଦିନ ବନ୍ଦ ରହିବ ବୋଲି ଆରବିଆଇ ଓ୍ବେବସାଇଟ୍‌ ପକ୍ଷରୁ ସୂଚନା ମିଳିଛି। ଏଥିମଧ୍ୟରେ ଖାଲି ୮ଟି ଛୁଟି ଭିନ୍ନ ଭିନ୍ନ ରାଜ୍ୟର ଆଞ୍ଚଳିକ ଛୁଟି ଦିବସ ଭାବେ ସାମିଲ ହୋଇଛି। କାରଣ…

ବିଚାରପତି ସୁଧୀର ଅଗ୍ରଓ୍ବାଲ: ୧୫ ବର୍ଷରେ ଲକ୍ଷେ ୩୦ ହଜାର ମାମଲାର ଫଇସଲା

ନୂଆଦିଲ୍ଲୀ,୨।୧୧: ଦେଶର ବିଭିନ୍ନ କୋର୍ଟରେ ଶହ ଶହ ମାମଲାର ବିଚାର ନ ହୋଇ ପଡ଼ି ରହିଛି। ଏପରିସ୍ଥଳେ ଆହ୍ଲାବାଦ୍‌ ହାଇକୋର୍ଟର ବିଚାରପତି ସୁଧୀର ଅଗ୍ରଓ୍ବାଲ ଏକ ନିଆରା ରେକର୍ଡ କରିଛନ୍ତି। ସେ ୧୫ ବର୍ଷ ମଧ୍ୟରେ ଲକ୍ଷେ ୩୦ ହଜାର ୪…

ମହାରାଷ୍ଟ୍ରରେ ଭାଜପା ସରକାର ଗଠନ କରିବା କଥା: ରାମଦାସ

ମୁମ୍ବାଇ,୨।୧୧: ବେଳକୁ ବେଳ ମହାରାଷ୍ଟ୍ର ରାଜନୀତି ଡ୍ରାମା ନୂଆ ନୂଆ ମୋଡ ନେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଛି। କାରଣ ଅକ୍ଟୋବର ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ…

ଧୂଆଁ ଚାଦରରେ ଅଣନିଃଶ୍ୱାସୀ ଦିଲ୍ଲୀ: ୪ ନଭେମ୍ବରରେ ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୨।୧୧: ବାୟୁ ପ୍ରଦୂଷଣ ଯୋଗୁ ଧୂଆଁର ବହଳ ଚାଦରରେ ଦିଲ୍ଲୀ ଅଣନିଃଶ୍ୱାସୀ ହେବାରେ ଲାଗିଛି। ଦୀପାବଳିରେ ବାଣ ଫୁଟା ଯୋଗୁ ଏଠାକାର ବାୟୁ ପ୍ରଦୂଷିତ ହୋଇଛି। ସେହିପରି ପଞ୍ଜାବ ଏବଂ ହରିୟାଣାରେ ଚାଷୀମାନେ ନଡ଼ା ଜଳାଇବା ଦ୍ୱାରା ଦିଲ୍ଲୀ ଆଡ଼କୁ ପ୍ରବାହିତ…

ହନିପ୍ରୀତଙ୍କ ଉପରୁ ଉଠିଲା ଦେଶଦ୍ରୋହ ଧାରା

ପଞ୍ଚକୁଲା,୨।୧୧: ହରିୟାଣା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ନିକଟ ସହଯୋଗୀ ହନିପ୍ରୀତଙ୍କ ଉପରୁ ହଟିଯାଇଛି ଦେଶଦ୍ରୋହ ଧାରା। ପଞ୍ଚକୁଲା ହିଂସା ମାମଲାରେ ଜିଲା ଅଦାଲତ ଶନିବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ହନିପ୍ରୀତଙ୍କ ସମେତ ସମସ୍ତ…

ଭାଜପାର ‘ରାଷ୍ଟ୍ରପତି ଶାସନ’ ବୟାନକୁ ନେଇ ଶିବସେନାର ପ୍ରତିକ୍ରିୟା

ମୁମ୍ବାଇ,୨।୧୧: ମହାରାଷ୍ଟ୍ରର ରାଜନୀତି ଡ୍ରାମା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଶିବସେନା ଏବେ ତା’ର ମୁଖପତ୍ର ‘ସାମନା’ ଜରିଆରେ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛି। ଶିବସେନା କହିଛି ରାଷ୍ଟ୍ରପତି କ’ଣ ଭାଜପାର ପକେଟରେ ରହୁଛନ୍ତି। ଶିବସେନା ଏହା କହିବା…

କଶ୍ମୀରରୁ କନ୍ୟାକୁମାରୀ: ୮ ଦିନରେ ସାଇକେଲ୍‌ରେ ୩୬ ହଜାର କିମି

ବେଙ୍ଗାଲୁରୁ,୨।୧୧: କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କମ୍‌ ସମୟରେ ସାଇକେଲ ଯାତ୍ରା କରି ଲ୍ୟୁଟ୍‌ନାଟ୍‌ କଲୋନେଲ୍‌ ଭାରତ ପାନ୍ନୁ ଗିନିଜ୍‌ ରେକର୍ଡ କରିଛନ୍ତି। ସେ ଧାର୍ଯ୍ୟ ୩୬ ହଜାର କିମିକୁ ୮ ଦିନ ୯ ଘଣ୍ଟା ୪୮ ମିନିଟ୍‌ରେ ଅତିକ୍ରମ କରିପାରିଛନ୍ତି। ଭାରତ…

୨୦୨୧ ଜନଗଣନା ପରେ ସାରା ଦେଶରେ ଲାଗୁ ହେବ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୨।୧୧: ରାଷ୍ଟ୍ରୀୟ ସ୍ତରରେ ୨୦୨୧ରେ ଜନ ଗଣନା ସରିବା ପରେ ସାରା ଦେଶରେ ଆସାମ ଭଳି ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ଆର୍‌ସି) ଲାଗୁ କରାଯିବ ବୋଲି ଜଣାପଡିଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଆନୁଷଙ୍ଗିକ ସଂଗଠନ, ସରକାରୀ ପ୍ରତିନିଧି ଓ ଭାଜପା ନେତାଙ୍କ…

ମହାରାଷ୍ଟ୍ର ରାଜନୀତିରେ ଆସିଲା ନୂଆ ମୋଡ଼: ଶିବସେନା ସହିତ ସରକାର ଗଠନ ପାଇଁ ସୋନିଆଙ୍କୁ ପରାମର୍ଶ ଦେଲେ କଂଗ୍ରେସ ସଦସ୍ୟ

ମୁମ୍ବାଇ,୨।୧୧: ମହାରାଷ୍ଟ୍ର ରାଜନୀତିରେ ଏବେ ଏକ ନୂଆ ମୋଡ଼ ଆସିଛି। ଶିବସେନା-ଭାଜପା ମଧ୍ୟରେ ଅଙ୍କକଷା ଛିଣ୍ଡୁନି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ସଦସ୍ୟମାନେ ଶିବସେନା ସହିତ ମେଣ୍ଟ ସରକାର ଗଠନ ପାଇଁ ସୋନିଆ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ ସଦସ୍ୟ ହୁସେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?