ଜାତୀୟ

ନୀରବ ମୋଦିଙ୍କ ଜାମିନ ଆବେଦନ ନାମଞ୍ଜୁର

ନୂଆଦିଲ୍ଲୀ, ୭।୧୧: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୪୦୦୦ କୋଟି ଟଙ୍କାର ଋଣ ଠକେଇରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବଙ୍କ ଜାମିନ ମାମଲା…

ଅଯୋଧ୍ୟା ରାୟ ପୂର୍ବରୁ ପୋଲିସ ଆଲର୍ଟ: କଲେଜରେ ତିଆରି ହେଲା ୮ ଅସ୍ଥାୟୀ ଜେଲ୍‌

ଲକ୍ଷ୍ନୌ,୭।୧୧: ଅଯୋଧ୍ୟା ରାୟ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଉତ୍ତରପ୍ରଦେଶ ପୋଲିସ ବିଭାଗ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ଆମ୍ବେଡ଼କର ନଗରର ବିଭିନ୍ନ କଲେଜରେ ୮ଟି ଅସ୍ଥାୟୀ ଜେଲ୍‌ ତିଆରି କରାଯାଇଛି। ରାୟ ପ୍ରକାଶ ପାଇବା…

ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କଲେ ୧୧ ହଜାର ବୈଜ୍ଞାନିକ

ନୂଆଦିଲ୍ଲୀ, ୭।୧୧(ପି.ଟି.): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୫୩ଟି ରାଷ୍ଟ୍ରର ୧୧ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ଖୁବ୍‌ଶୀଘ୍ର ମାନବ ସମାଜ ଏଥିପାଇଁ ଅକଥନୀୟ ଯନ୍ତ୍ରଣାର ସମ୍ମୁଖୀନ ହେବା…

ମୋଦି-ଶାହଙ୍କ ପାଖରେ ରହିଛି ସିବିଆଇ, ଇଡ଼ି ଏବଂ ଆୟକର ତ୍ରିଶୂଳ: ଜୟରାମ ରମେଶ

ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ମୋଦି-ଶାହଙ୍କ ପାଖରେ ସିବିଆଇ, ଇଡ଼ି ଏବଂ ଆୟକର ତ୍ରିଶୂଳ ରହିଛି। ଏହାର ବଳରେ ବଳୀୟାନ ହୋଇ ସେମାନେ ରାଜନେତାଙ୍କ ଚରିତ୍ର ହରଣ…

ଝାଡ଼ଖଣ୍ଡରେ ଭିଡ଼ହିଂସା ଜଣେ ମୃତ,ଜଣେ ଗୁରୁତର

ରାଞ୍ଚି,୭ା୧୧(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡର ଧାନବାଦରେ ଚୋର ସନ୍ଦେହରେ ଜଣକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୋଲିସ କହିଛି। ମଙ୍ଗଳବାର ରାତିରେ ଗୋବିନ୍ଦପୁର କଲୋନିରେ ଥିବା ସର୍ଭିସ ସେଣ୍ଟରରେ…

ଏଜେଏଲ୍‌ ଜମି ଆବଣ୍ଟନ ମାମଲା: ଭୋରା, ହୁଡ଼ାଙ୍କୁ ଜାମିନ

ଚଣ୍ଡିଗଡ଼,୭ା୧୧(ପି.ଟି.): ଆସୋସିଏଟେଡ୍‌ ଜର୍ନାଲ୍‌ସ ଲିମିଟେଡ୍‌ (ଏଜେଏଲ୍‌)କୁ ଜମି ଆବଣ୍ଟନ ମାମଲାରେ ପଞ୍ଚକୁଲାର ସ୍ବତନ୍ତ୍ର ଇଡି କୋର୍ଟ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ…

ମହିଳା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ତଥ୍ୟ ଦେଇ ୨ ଯବାନ ଗିରଫ

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ମହିଳା ଏଜେଣ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୋପନ ତଥ୍ୟ ଦେବା ଅଭିଯୋଗରେ ୨ ଯବାନଙ୍କୁ ଗିରଫ କରାଯାଇଛି। ଲାନ୍ସ ନାଏକ ରବି ବର୍ମା ଏବଂ ଯବାନ ବିଚିତ୍ର ବୋହ୍‌ରାଙ୍କୁ ସିବିଆଇ ଓ ଆଇବିର ମିଳିତ ଟିମ୍‌…

ଜେଲ୍‌ରୁ ମୁକୁଳିଲେ ହନିପ୍ରୀତ୍‌

ପଞ୍ଚକୁଲା, ୭ା୧୧(ଆଇଏଏନ୍‌ଏସ୍‌): ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ହର୍‌ମିତ୍‌ ରାମରହିମ୍‌ ସିଂଙ୍କ ପାଳିତା କନ୍ୟା ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କୁ ବୁଧବାର ଅମ୍ବାଲା କେନ୍ଦ୍ରୀୟ ଜେଲ୍‌ରୁ ମୁକ୍ତି ମିଳିଛି। କୋର୍ଟ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ୨୦୧୭ରେ ହରିୟାଣାର ପଞ୍ଚକୂଲାରେ…

ଅଲ୍‌ଓ୍ବର କୋର୍ଟରେ ପୋଲିସ- ଓକିଲ ସଂଘର୍ଷ

ଜୟପୁର, ୭ା୧୧,(ଆଇଏଏନ୍‌ଏସ୍‌): ଦିଲ୍ଲୀ ପରେ ରାଜସ୍ଥାନର ଅଲ୍‌ଓ୍ବର କୋର୍ଟ ପରିସରରେ ବୁଧବାର ସକାଳେ ପୋଲିସ- ଓକିଲଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଓକିଲମାନେ ଜଣେ ମହିଳା ପୋଲିସକୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବରିଷ୍ଠ ପୋଲିସ ଅଧିକାରୀ ଓ ବିଚାରପତି…

ବାୟୁ ପ୍ରଦୂଷଣ ରୋକିବାରେ ସରକାର ବିଫଳ: କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୭ା୧୧(ପି.ଟି.): ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଉତ୍କଟ ବାୟୁ ପ୍ରଦୂଷଣ ରୋକିବାରେ କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ନଡ଼ା ନ ପୋଡିବା ଲାଗି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭ ଦିନ ମଧ୍ୟରେ କୁଇଣ୍ଟାଲ ପିଛା ୧୦୦…

ସିରିଏଲ୍‌ କିଲର ଗିରଫ

ଏଲୁରୁ,୭ା୧୧: ଗତ ୨୦ ମାସ ମଧ୍ୟରେ ୧୦ ଜଣଙ୍କୁ ବିଷ ଦେଇ ହତ୍ୟା କରିଥିବା ସିରିଏଲ୍‌ କିଲର ଶିବାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର ଗିରଫ କରିଛି। ସେ ଆଉ ୨୦ ଜଣଙ୍କୁ ହତ୍ୟାକରିବା ଲାଗି ଯୋଜନାରେ ଥିଲା ବୋଲି ପୋଲିସ ବିଶ୍ୱାସ…

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ପୂର୍ଣ୍ଣ ପେନ୍‌ସନ ମାମଲାର ଶୁଣାଣି ୧୩ରେ

ନୂଆଦିଲ୍ଲୀ,୭ା୧୧(ପି.ଟି.): କର୍ତ୍ତବ୍ୟରେ ଥାଇ ମୃତ୍ୟୁ ହେଉଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ପୂର୍ଣ୍ଣ ପେନ୍‌ସନ ସହ ଜଣକୁ ନିଯୁକ୍ତି ଦେବା ଲାଗି ଦାଏର ପିଟିଶନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ସରକାରୀ ଅଧିକାରୀଙ୍କ ଭଳି ପୋଲିସଙ୍କ ମୃତ୍ୟୁ ପାଇଁ ସମାନ ନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?