ଅଯୋଧ୍ୟା ମାମଲା: ମସଜିଦ୍ର ନିର୍ମାଣ ବାବର କିମ୍ବା ଔରଙ୍ଗଜେବ୍ କରିଥିଲେ ବୋଲି ନାହିଁ ପ୍ରମାଣ
ନୂଆଦିଲ୍ଲୀ,୨୯।୮: ଅଯୋଧ୍ୟାର ରାମ ଜନ୍ମଭୂମି- ବାବରୀ ମସଜିଦ୍ ମାମଲାରେ ସୁପ୍ରିମ୍କୋର୍ଟରେ ଗୁରୁବାର ରାମଜନ୍ମଭୂମି ପୁନରୁତ୍ଥାନ ସମିତି ପକ୍ଷରୁ କୁହାଯାଇଛି ଯେ, ଏଠାରେ ବାବର କିମ୍ବା ଔରଙ୍ଗଜେବ୍ଙ୍କ ଦ୍ୱାରା କୌଣସି ମସଜିଦ୍ ନିର୍ମାଣ ହୋଇ ନ ଥିଲା। ଏହାର କୌଣସି ପ୍ରମାଣ ନାହିଁ।…
ଗ୍ରେଟର ନଏଡ଼ାରେ ଖୋଲିଲା ପ୍ରଥମ ଇଲେକ୍ଟ୍ରିକ୍ କାର୍ ଚାର୍ଜିଂ ଷ୍ଟେଶନ
ଗ୍ରେଟର ନଏଡ଼ା,୨୯।୮: ପରିବେଶ ପ୍ରଦୂଷଣକୁ ରୋକିବାକୁ ବହୁ ଦିନରୁ ଚାଲିଥିବା ପ୍ରୟାସ ଶେଷରେ ଫଳବତି ହୋଇଛି। ପେଟ୍ରୋଲ, ଡିଜେଲ ବାହନ ବ୍ୟତୀତ ଇଲେକ୍ଟ୍ରୋନିକ୍ ବାହନ ବ୍ୟବହାର କରିବାକୁ ଲୋକଙ୍କୁ ଉତ୍ସାହିତ କରାଯାଉଥିବା ବେଳେ ଏବେ ଉତ୍ତର ପ୍ରଦେଶର ଗ୍ରେଟର ନଏଡାରେ ଖୋଲିଛି…
ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମେଣ୍ଢର ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼
ଶ୍ରୀନଗର,୨୯।୮: ପାକିସ୍ତାନ ଗୁରୁବାର ପୂର୍ବାହ୍ନ ୧୧ଟା ୩୦ରେ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାର ପୁଞ୍ଚ୍ ଜିଲାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ମେଣ୍ଢର ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି।…
ଟିଏମ୍ସି, ସିପିଆଇ ଏବଂ ଏନ୍ସିପି ଉପରେ ଝୁଲୁଛି ଖଣ୍ଡା: ରଦ୍ଦ ହୋଇପାରେ ଜାତୀୟ ରାଜନୈତିକ ଦଳ ମାନ୍ୟତା
ନୂଆଦିଲ୍ଲୀ,୨୯।୮: ଟିଏମ୍ସି, ସିପିଆଇ ଏବଂ ଏନ୍ସିପି ଉପରେ ଜାତୀୟ ରାଜନୈତିକ ଦଳ ମାନ୍ୟତା ହରାଇବା ଖଣ୍ଡା ଝୁଲୁଛି। ଲୋକ ସଭା ନିର୍ବାଚନରେ ଜାତୀୟ ରାଜନୈତିକ ଦଳ ମାନ୍ୟତା ଲାଗି ଆବଶ୍ୟକ ପ୍ରତିଶତ ଭୋଟ ସମ୍ପୃକ୍ତ ଦଳ ହାସଲ କରିପାରି ନ ଥିଲେ।…
ଆୟୋଜିତ ହେଲା ଇମ୍ରାନଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରା
ରାୟପୁର,୨୯।୮: ଛତିଶଗଡ଼ ରାୟପୁରରେ କେତେକ ଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରାର ଆୟୋଜନ କରିଥିଲେ। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ଅନୁଚ୍ଛେଦ ୩୭୦କୁ ନେଇ ଇମ୍ରାନ ଯେଉଁ ଅଳଙ୍କାରିକ ଶବ୍ଦ ପ୍ରୟୋଗ କରୁଛନ୍ତି ଓ ଭାରତକୁ ପରମାଣୁ ଆକ୍ରମଣର ଧମକ…
ସୁପ୍ରିମ୍କୋର୍ଟରେ ଯୋଗଦେବେ ୪ ନୂଆ ବିଚାରପତି: ସରକାରଙ୍କୁ ସୁପାରିଶ କଲେ କଲେଜିୟମ୍
ନୂଆଦିଲ୍ଲୀ,୨୯।୮: ସୁପ୍ରିମ୍କୋର୍ଟରେ ଖୁବ୍ ଶୀଘ୍ର ୪ ନୂଆ ବିଚାରପତି ଯୋଗଦେବେ। ଏନେଇ କଲେଜିୟମ୍ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଅଗଷ୍ଟ ୨୭ରେ ବିଚାରପତି ଅଭୟ ମନୋହର ସପ୍ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କର ପଦବୀ ଖାଲି ରହିଛି। ଏହା ସହିତ ଅନ୍ୟ…
ଜଳପଥ ଦେଇ ପ୍ରବେଶ କରିପାରନ୍ତି ପାକିସ୍ତାନୀ କମାଣ୍ଡୋ: କାଣ୍ଡଲା ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା
ଗାନ୍ଧୀ ନଗର,୨୯।୮: ଗୁଜରାଟର କାଣ୍ଡଲା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଗୁପ୍ତ ସୂଚନା ଅନୁଯାୟୀ, ପାକିସ୍ତାନୀ କମାଣ୍ଡୋ ଜଳଭାଗ ଦେଇ ଭାରତ ସୀମାରେ ଥିବା ଗୁଜରାଟର କଚ୍ଛ ଅଞ୍ଚଳରେ ପ୍ରବେଶ କରି ପାରନ୍ତି। ସେଠାରେ ସେମାନେ ସାମ୍ପ୍ରଦାୟିକ ହିଂସା କରିବା…
କଶ୍ମୀର କେବେ ପାକିସ୍ତାନର ଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୨୯।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଲେହ ଗସ୍ତ କରିଛନ୍ତି। ସେଠାରେ ସେ ଏକ ସଭାକୁ ଉଦ୍ବୋଧନ ଦେବା ବେଳେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଶ୍ମୀର କେବେ ପାକିସ୍ତାନର ଥିଲା ଯେ ଆଜି ସେ କଶ୍ମୀର ପାଇଁ…
ଏବେ ଆମେ ପାଦରେ ଚାଲୁଛେ କମ୍, ଷ୍ଟେପ୍ ଗଣୁଛେ ଅଧିକ: ମୋଦି
ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏବେ ପରିବର୍ତ୍ତିତ ଜୀବନ ଶୈଳୀରେ ବହୁ ଲୋକଙ୍କର ଶାରୀରିକ ଶ୍ରମ କମିବାରେ ଲାଗିଛି। ଫଳରେ ଏବେ…
ମା’-ବାପା ଭଲ ପାଉନାହାନ୍ତି,ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଭଉଣୀ- ଭାଇ
ଗାଜିଆବାଦ୍,୨୯।୮: ଉତ୍ତରପ୍ରଦେଶ ଗାଜିଆବାଦ୍ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମା-ବାପା ଭଲ ପାଉନଥିବା ଅଭିଯୋଗ କରି ଥାନାରେ ପହଞ୍ଚିଛନ୍ତି ଭାଇଭଉଣୀ। ପୋଲିସ୍ ଅଭିଭାବକଙ୍କୁ କ’ଣ ଦଣ୍ଡ ଦେବ ସେନେଇ ଚିନ୍ତାରେ ପଡିଛି। ଭାଇ-ଭଉଣୀଙ୍କ ଅଭିଯୋଗ ଅନୁଯାୟୀ, ମା-ବାପା ସାନ ଭାଇକୁ…
ଏଜୁକେଶନ ଟୁରିଜମ୍ ନୂଆ ସୁଯୋଗ
ଭାରତରେ ଏବେ ୧୦,୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୮ ଲକ୍ଷରୁ ଅଧିକ ସିଟ୍ ରହିଛି। ଇଞ୍ଜିିନିୟରିଂ, ଆର୍କିଟେକ୍ଚର, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆର୍ଟ ଆଣ୍ଡ୍ କ୍ରାଫ୍ଟ ପରି ବିଷୟରେ ଅତି ବେଶିରେ ୨୦ ଲକ୍ଷ ସିଟ୍ରେ ନାମଲେଖା ହେଉଛି।…
ଜାତୀୟ କ୍ରୀଡ଼ା ଦିବସ: ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କଲେ ମୋଦି
ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ମୋଦି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ କ୍ରୀଡ଼ା ଜଗତ ସହ ବହୁ ସେଲିବ୍ରିଟି ମଧ୍ୟ ଯୋଗ…
Archives


