କୋର୍ଟରେ ହାଜର ହେଲେ ଚିଦାମ୍ବରମ
ନୂଆଦିଲ୍ଲୀ,୩୦।୮: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଶୁକ୍ରବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତେବେ ଶୁକ୍ରବାର ତାଙ୍କ ରିମାଣ୍ଡ ଅବଧି ସମାପ୍ତ ହେଉଥିବା ବେଳେ ସିବିଆଇ ଶୁଣାଣି ସମୟରେ ଚିଦାମ୍ବରମଙ୍କୁ ଆଉ ୫ ଦିନ…
ଠକେଇ ମାମଲାରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଓ୍ବାରେଣ୍ଟ ଜାରି
ହାଇଦ୍ରାବାଦ,୩୦।୮: କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି କରାଯାଇଛି। ୪ ବର୍ଷ ତଳର ଏକ ଠକେଇ ମାମଲାକୁ ନେଇ ରେଣୁକାଙ୍କ ନାଁରେ ଏହି ଓ୍ବାରେଣ୍ଟ ଜାରି କରାଯାଇଥିବା ସୂଚନା ମିଳିଛି। ଏହି ମାମଲାରେ ପୂର୍ବରୁ ତାଙ୍କୁ…
ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବେ
ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍ ବୃକ୍ଷରୋପଣର ଏକ ନିଆରା ସୂତ୍ର ବାହାର କରିଛନ୍ତି। ‘ହରିୟାଲି ଦଣ୍ଡ’ ବା ‘ସବୁଜ ଦଣ୍ଡ’ ନାମକ ଏକ ଦଣ୍ଡ ବିଧାନର ବ୍ୟବସ୍ଥା କରି ଅପରାଧିମାନଙ୍କୁ ଏବେ ସେ ସର୍ତ୍ତମୂଳକ ଜାମିନ ଦେଉଛନ୍ତି।…
ଅଗଷ୍ଟ ୩୧ରେ ପ୍ରକାଶ ପାଇବ ଆସାମ ଏନ୍ଆର୍ସିର ଅନ୍ତିମ ତାଲିକା
ଗୁଆହାଟି,୩୦।୮: ଆସାମର ଏନ୍ଆର୍ସି ବା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟରର ଚୁଡାନ୍ତ ତାଲିକା ଅଗଷ୍ଟ ୩୧ ତାରିଖ ଅର୍ଥାତ୍ ଶନିବାର ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏହାକୁ ନେଇ ଭୟଭୀତ ହେବା ବା ମିଥ୍ୟା କଥାରେ ବିଶ୍ୱାସ ନ କରିବାକୁ ସ୍ବରାଷ୍ଟ୍ର…
ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଯବାନ ଆହତ
ବିଜାପୁର,୩୦।୮: ଛତିଶଗଡ଼ର ବିଜାପୁରରେ ଶୁକ୍ରବାର ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍ଜି)ର ଜଣେ ହେଡ୍ କନଷ୍ଟେବଳ ଏଥିରେ ଆହତ ହୋଇଥିବା ପୋଲିସ କହିଛି। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ…
ଏବେ ଭଲ କାମ କରୁଥିବା ବ୍ୟକ୍ତିଙ୍କ ନାଁରେ ଜାରି ହେବ ଡାକ ଟିକେଟ: ମୋଦି
ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୧୨ ଜଣ ଆୟୁଷ ବିଶେଷଜ୍ଞଙ୍କ ନାଁରେ ଡାକ ଟିକେଟ ଜାରି କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୁର୍ବେଦ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ସେ ଏହି ଡାକ ଟିକେଟ ଜାରି…
ମଧ୍ୟ ପ୍ରଦେଶ କଂଗ୍ରେସରେ ଫାଟ: ଜ୍ୟୋତିରାଦିତ୍ୟଙ୍କ ପାଇଁ ଦଳ ଛାଡି ପାରନ୍ତି ୫ଶହ କର୍ମୀ
ଭୋପାଳ,୩୦।୮: ମଧ୍ୟ ପ୍ରଦେଶରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦକୁ ନେଇ ଚାଲିଛି ଟଣା ଓଟରା। ଏହି ପଦରେ ଜଣେ ଆଦିବାସୀ ନେତାଙ୍କୁ ଚୟନ କରିବାକୁ କେତେଜଣ ନେତା ପ୍ରସ୍ତାବ ଦେଇଥିବା ବେଳେ ଆଉ କେତେଜଣ ମୁଖ୍ୟମନ୍ତ୍ରୀ କମଲନାଥ, ପୂର୍ବତନ ଏମ୍ପି ଜ୍ୟୋତିରାଦିତ୍ୟ…
ଶାହଜାହାନପୁର ମାମଲା: ରାଜସ୍ଥାନରୁ ମିଳିଲେ ନିଖୋଜ ଛାତ୍ରୀ
ନୂଆଦିଲ୍ଲୀ,୩୦।୮: ଭାଜପା ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଶାହଜାହାନପୁରର ଏସ୍.ଏସ୍. ଲ କଲେଜର ନିଖୋଜ ଛାତ୍ରୀଙ୍କ ମିଳିଲା ପତ୍ତା। ଦୀର୍ଘ ୭ ଦିନ ପରେ ରାଜସ୍ଥାନର ଜୟପୁରରୁ ନିଖୋଜ ଛାତ୍ରୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଉଦ୍ଧାର କରିଛି ବୋଲି ଡିଜିପି…
କଶ୍ମୀରରେ ଅଛନ୍ତି ଉର୍ମିଳା ମାତୋଣ୍ଡକରଙ୍କ ଶାଶୁ-ଶ୍ୱଶୁର, ୨୨ଦିନ ହେଲା ସମ୍ପର୍କ ନାହିଁ, ଚିନ୍ତାରେ ପରିବାର
ନୂଆଦିଲ୍ଲୀ,୩୦।୮:ବଲିଉଡ୍ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ପରିବାର ଜମ୍ମୁ-କଶ୍ମୀରରେ ଫଶିଯାଇଛନ୍ତି। ଦୀର୍ଘ ୨୨ଦିନ ହେବ ଶାଶୁ-ଶ୍ୱଶୂରଙ୍କ ସହ ସମ୍ପର୍କ ନାହିଁ ବୋଲି କହିଛନ୍ତି ଉର୍ମିଳା। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ…
ଚଳନ୍ତା ଟ୍ରେନରେ ଫସିଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ
ହାଇଦ୍ରାବାଦ,୩୦।୮: ହାଇଦ୍ରାବାଦର ଏକ ରେଳ ଷ୍ଟେଶନରେ ଚକିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଟ୍ରେନ ଓ ପ୍ଲାଟଫର୍ମ ମଝିରେ ଫସିଯାଇଥିଲେ। ସେହି ସମୟରେ ଜଣେ କନଷ୍ଟେବଳ ତାଙ୍କୁ ମରଣ ମୁହଁରୁ…
ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କୁ ରକ୍ତଭରା ବିୟର୍ ବୋତଲ ପଠାଇଲେ ପ୍ରେମିକ
ଚେନ୍ନାଇ,୩୦।୮: ତାମିଲନାଡୁର ନଙ୍ଗନଲୁରରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ହାତ କାଟି ଆତ୍ମହତ୍ୟା କରିଛନ୍ତି। ଏହାପୂର୍ବରୁ ସେ ଏକ ବିୟର୍ ବୋତଲରେ ରକ୍ତ ପୂରାଇ ନିଜ ସାଙ୍ଗ ହାତରେ ପ୍ରେମିକାଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ, କୁମାରସା ପାଣ୍ଡିୟାନ…
ଲାଞ୍ଚ ନ ଦେବାରୁ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଲେ
ପାଟନା, ୩୦।୮: ବିହାରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଲାଞ୍ଚ ନ ଦେବାରୁ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି କିଛି ଦୁର୍ବୃତ୍ତ। ମୃତକ ଜଣଙ୍କ ହେଲେ ରମାଶଙ୍କର ସିଂ। ହତ୍ୟା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ…
Archives


