ଜାତୀୟ

ବିମୁଦ୍ରୀକରଣକୁ ପୂରିଲା ୩ବର୍ଷ, ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୮।୧୧: ଦେଶର ଅର୍ଥବ୍ୟବସ୍ଥା ଇତିହାସରେ ନଭେମ୍ବର ୮ ଏକ ଖାସ୍‌ ଦିନ ଭାବେ ଧରାଯାଇଛି। ୨୦୧୬, ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରି ପ୍ରଚଳିତ ୧୦୦୦ ଏବଂ ୫୦୦ଟଙ୍କିଆ ନୋଟ ଅଚଳ କରିଥିଲେ। ନୋଟବନ୍ଦୀର ୩ ବର୍ଷ…

ଅଯୋଧ୍ୟା ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ଡିଜିପି ଓ ମୁଖ୍ୟ ସଚିବଙ୍କୁ ଭେଟିବେ ସିଜେଆଇ

ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଶୁକ୍ରବାର ଭେଟିବାର କାର୍ଯ୍ୟକ୍ରମ ରହିଛି। ପୋଲିସ ମହାନିର୍ଦ୍ଦେଶକ ଓପି ସିଂହ, ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର…

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୮।୧୧: ନିଜ କାର୍ଯ୍ୟରୁ ବାଦ୍‌ ଆସୁନି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ ସେନା ଭାରତୀୟ ସୀମାରେ ଗୁଳିମାଡ କରିଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ…

ଆଜି ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୮।୧୧:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି। ଟୁଇଟ୍‌ ମାଧ୍ୟମରେ ମୋଦି କହିଛନ୍ତି, ଜଣେ ବିଦ୍ୱାନ, ରାଜନେତା ଏବଂ ସମ୍ମାନୀତ ନେତାଙ୍କ…

୧୯ ବର୍ଷୀୟ ଯୁବକଙ୍କ ନାଁରେ ୧୭୫ଟି ମାମଲା

ପୁଣେ,୮।୧୧: ପୁଣେ ପୋଲିସ ପାଇଁ ଜଣେ ୧୯ ବର୍ଷୀୟ ଯୁବକ ମୁଣ୍ଡବିନ୍ଧାର କାରଣ ସାଜଛି। ୮ ବର୍ଷ ଭିତରେ ଉକ୍ତ ଯୁବକଙ୍କ ନାଁରେ ୧୭୫ଟି ମାମଲା ରୁଜୁ ହେବା ପରେ ଶେଷରେ ବହୁ କଷ୍ଟରେ ପୋଲିସ ହାତରେ ଧରାପଡିଛନ୍ତି ଏହି କୋଟିପତି…

ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଅଯୋଧ୍ୟା,୮।୧୧: ଆସନ୍ତା ସପ୍ତାହରେ ରାମଜନ୍ମଭୂମି-ବାବ୍ରି ମସଜିଦ ରାୟ ଆସିବ। ଏହା ପୂର୍ବରୁ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୩୦ଟି ବୋମା ନିଷ୍କ୍ରିୟକାରୀ ଟିମକୁ ଅଯୋଧ୍ୟାରେ ନିୟୋଜିତ କରାଯାଇଛି। ସ୍ବରାଷ୍ଟ୍ର…

ଶିଖ୍‌ ତୀର୍ଥଯାତ୍ରୀଙ୍କ ସହ ପାକ୍‌ ଯିବା ଲାଗି ସିଦ୍ଧୁଙ୍କୁ ଅନୁମତି

ନୂଆଦିଲ୍ଲୀ,୮-୧୧(ଆଇଏଏନ୍‌ଏସ୍‌):ନଭେମ୍ବର ୯ରେ କର୍‌ତାରପୁର କରିଡର ଦେଇ ପାକିସ୍ତାନର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି କେନ୍ଦ୍ର ସରକାର କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଶିଖ୍‌ ତୀର୍ଥଯାତ୍ରୀ (ଜଥା)ମାନଙ୍କ ସହ ସେ ଯାଇପାରିବେ। ତେବେ ଓ୍ବାଘା ସୀମାନ୍ତ…

କର୍‌ତାରପୁର କରିଡର:ପାକିସ୍ତାନର ନୂଆ ଘୋଷଣାରୁ ଦ୍ୱନ୍ଦ୍ୱ

ଇସ୍‌ଲାମାବାଦ,୮-୧୧(ଆଇଏଏନ୍‌ଏସ୍‌):କର୍‌ତାରପୁର କରିଡରକୁ ନେଇ ପାକିସ୍ତାନ ସରକାରଙ୍କ ନୂଆ ଘୋଷଣା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କର୍‌ତାରପୁର ଗୁରୁଦ୍ୱାର ଆସିବା ଲାଗି ଭାରତୀୟ ତୀର୍ଥଯାତ୍ରୀଙ୍କର ପାସ୍‌ପୋର୍ଟ ଆଣିବା ଆବଶ୍ୟକ ନାହିଁ ବୋଲି ପାକ୍‌ ବହିର୍ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏଥିସହିତ ୧୦ ଦିନ ଆଗରୁ…

ସରକାର ଗଠନ ବିଳମ୍ବିତ

ମୁମ୍ବାଇ,୮-୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନ ବିଳମ୍ବିତ ହୋଇଛି। ତ୍ରୟୋଦଶ ବିଧାନସଭା ଅବଧି ଶେଷ ହେବାକୁ ୨୪ ଘଣ୍ଟାରୁ କମ୍‌ ସମୟ ବାକି ଥିବାବେଳେ କେଉଁ ଦଳ ବା ମେଣ୍ଟ କ୍ଷମତାର ଡୋରି ଧରିବ ତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏଭଳି…

ରାୟ ପୂର୍ବରୁ ଆକ୍ରମଣ ଆଶଙ୍କା:ଅଯୋଧ୍ୟାରେ ପୋଲିସ ଛାଉଣୀ

ଅଯୋଧ୍ୟା/ନୂଆଦିଲ୍ଲୀ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ଅଯୋଧ୍ୟା ମାମଲାର ବହୁ ପ୍ରତୀକ୍ଷିତ ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବାବେଳେ ରାମଙ୍କ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ୩୦…

‘ନିବେଶ ଲାଗି ଭାରତ ସବୁଠୁ ଅନୁକୂଳ’

ଧର୍ମଶାଳା(ହି.ପ୍ର.),୮-୧୧(ପି.ଟି.):ପୁଞ୍ଜିନିବେଶ ଲାଗି ଭାରତ ଏବେ ସବୁଠୁ ଅନୁକୂଳ ଲକ୍ଷ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ବିଶ୍ୱ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ (ବ୍ୟବସାୟ ଲାଗି ସହଜ ବ୍ୟବସ୍ଥା) ସୂଚକାଙ୍କରେ ଭାରତ ୭୯ ସ୍ଥାନ ଉପରକୁ ଉଠିପାରିଛି।…

ଶିବସେନାକୁ ଶିକାର ଭୟ:ହୋଟେଲରେ ୫୬ ବିଧାୟକ

ମୁମ୍ବାଇ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ଛିଣ୍ଡୁନାହିଁ। ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ହିସାବକିତାବ ସରୁନାହିଁ। ତେଣୁ ସରକାର ଗଠନରେ ବିଳମ୍ବ ହେବାରେ ଲାଗିଛି। ଶୁକ୍ରବାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଶେଷ ମୁହୂର୍ତ୍ତରେ କିଛି ବି ଘଟିପାରେ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?