Posted inଜାତୀୟ

ଶିବସେନାକୁ ଶିକାର ଭୟ:ହୋଟେଲରେ ୫୬ ବିଧାୟକ

ମୁମ୍ବାଇ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ଛିଣ୍ଡୁନାହିଁ। ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ହିସାବକିତାବ ସରୁନାହିଁ। ତେଣୁ ସରକାର ଗଠନରେ ବିଳମ୍ବ ହେବାରେ ଲାଗିଛି। ଶୁକ୍ରବାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଶେଷ ମୁହୂର୍ତ୍ତରେ କିଛି ବି ଘଟିପାରେ। ତେଣୁ ୫୦:୫୦ ସୂତ୍ରକୁ ନେଇ ଅଡ଼ି ବସିଥିବା ଶିବସେନା ପକ୍ଷରୁ ଗୁରୁବାର ଦଳର ସମସ୍ତ ୫୬ ବିଧାୟକଙ୍କୁ ବାନ୍ଦ୍ରାର ଏକ ଘରୋଇ ହୋଟେଲରେ ରଖାଯାଇଛି। ରାଜନୈତିକ ସଙ୍କଟ ଦୂର ନ ହେବା ଯାଏ ଉକ୍ତ ହୋଟେଲରେ ରଖାଯିବ ବୋଲି ଦଳ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ଭାଜପା ପକ୍ଷରୁ ସମ୍ଭାବ୍ୟ ଶିକାର ଭୟକୁ ନେଇ ଶିବସେନା ଏପରି ପଦକ୍ଷେପ ନେଇଥିତ୍ବା କଂଗ୍ରେସ ସମାଲୋଚନା କରିଛି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇଥିଲା, ଯାହାର ଫଳାଫଳ ୨୪ ତାରିଖରେ ପ୍ରକାଶ ପାଇଥିଲା। ଭାଜପାକୁ ୧୦୫ ଓ ଏହାର ସହଯୋଗୀ ଶିବସେନାକୁ ୫୬ ଆସନରେ ସଫଳତା ମିଳିଛି। ବିରୋଧୀ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ୫୪ ଆସନ ଦଖଲ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ୪୪ ଆସନରେ ବିଜୟୀ ହୋଇଛନ୍ତି। ବିଧାନସଭା କାର୍ଯ୍ୟକାଳ ଶୁକ୍ରବାର ଶେଷ ହେବାକୁ ଥିବାବେଳେ ସରକାର ଗଠନ ପାଇଁ ଅଦ୍ୟାବଧି କୌଣସି ଦଳ କିମ୍ବା ମେଣ୍ଟ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇନାହିଁ। ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଶିବସେନା ଚାହୁଁଛି, ଯାହାକୁ ଭାଜପା ପ୍ରତ୍ୟାଖ୍ୟାନ କରିସାରିଛି। ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱରେ ପୁଣି ସରକାର ଗଠନ କରାଯିବ ବୋଲି ଭାଜପା ସ୍ପଷ୍ଟ କରିଛି। କୁହୁକ ସଂଖ୍ୟା ୧୪୫ ହୋଇଥିବାରୁ ଭାଜପାକୁ ସରକାର ଗଠନ ଲାଗି ଆଉ ୪୦ ସଦସ୍ୟଙ୍କ ସମର୍ଥନ ଜରୁରୀ। ତେଣୁ ଶିବସେନାରେ ବିଭାଜନ କରାଇ ଭାଜପା କ୍ଷମତା ଅକ୍ତିଆର କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଶିବସେନାର ସମସ୍ତ ୫୬ ବିଧାୟକଙ୍କୁ ବାନ୍ଦ୍ରା ଓ୍ବେଷ୍ଟ୍‌ର ବସ୍‌ଷ୍ଟାଣ୍ଡ ନିକଟସ୍ଥ ହୋଟେଲ ରଙ୍ଗ ଶାରଦାକୁ ନିଆଯାଇଛି। ସମୁଦ୍ରକୂଳରେ ଶାନ୍ତ ପରିବେଶରେ ଥିବା ଏହି ମଧ୍ୟମ ଧରଣର ହୋଟେଲରେ ସେମାନଙ୍କୁ ଦୁଇରୁ ତିନିଦିନ ରଖାଯାଇପାରେ। ଏଠାରେ ରାତି ବିତାଇବା ପାଇଁ ରୁମ୍‌ ପିଛା ୩,୫୦୦ ଟଙ୍କା। ଅତି ବିଳାସପୂର୍ଣ୍ଣ ନ ହୋଇ ମଧ୍ୟମ ଧରଣର ସେବା ଉପଲବ୍ଧ ଏହି ହୋଟେଲରୁ ଅଭିନେତା ସଲମାନ୍‌ ଖାନ୍‌, ଶାହରୁଖ୍‌ ଖାନ୍‌, ରେଖା ଓ ଅନ୍ୟ କେତେଜଣ ସେଲିବ୍ରିଟିଙ୍କ ଘର ବେଶି ଦୂର ନୁହେଁ। ସାମ୍ପ୍ରତିକ ରାଜନୈତିକ ସଙ୍କଟ ଦୃଷ୍ଟିରୁ ଶିବସେନା ଏହି ହୋଟେଲକୁ ବାଛିଥିବା କୁହାଯାଉଛି। କାରଣ ବାନ୍ଦ୍ରା ଇଷ୍ଟ୍‌ରେ ଥିବା ଠାକ୍‌ରେ ବାସଭବନରୁ ମଧ୍ୟ ଏହାର ଦୂରତା ୨ କି.ମି. ଭିତରେ ହେବ। ଶିବସେନା ଭବନରୁ ୪ କି.ମି., ରାଜଭବନରୁ ୧୬ କି.ମି. ଓ ବିଧାନସଭାରୁ ୧୯ କି.ମି. ଦୂରରେ ରହିଛି ଏହି ହୋଟେଲ।
ବିଧାୟକମାନଙ୍କୁ ଅପରାହ୍ନରେ ମିନି ବସ୍‌ରେ ହୋଟେଲକୁ ନିଆଯିବା ପୂର୍ବରୁ ଶିବସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଦଳୀୟ ବିଧାୟକଙ୍କୁ ମନ୍ତ୍ରଣା ଦେବା ସମୟରୁ ସେମାନଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି। ଏନେଇ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ୍‌ କହିଛନ୍ତି, ରାଜ୍ୟର ଦୂରଦୂରାନ୍ତରୁ ବିଧାୟକମାନେ ମୁମ୍ବାଇ ଆସିଛନ୍ତି। ସାଉଥ୍‌ ମୁମ୍ବାଇରେ ରହିବା ପାଇଁ ସେମାନେ ହୋଟେଲ ପାଇନାହାନ୍ତି। ସେମାନଙ୍କ ଯନତ୍ ନେବା ଆମର ଉତ୍ତରଦାୟିତ୍ୱ। ତେଣୁ ବିଧାୟକମାନଙ୍କ ଖାଇବା, ରହିବା, ସୁରକ୍ଷା ଏବଂ ଆବଶ୍ୟକ ସ୍ଥଳେ ଉପସ୍ଥିତି ଉପଲବ୍ଧ କରାଇବା ଲାଗି ଆମେ ସୁନିଶ୍ଚିତ କରୁଛୁ। ଆମର କୌଣସି ବିଧାୟକଙ୍କ ଉପରେ ଶିକାର ଭୟ ନାହିଁ ବୋଲି ରାଉତ୍‌ କହିଛନ୍ତି। ହୋଟେଲରେ ସନ୍ଧ୍ୟା ସୁଦ୍ଧା ବିଶେଷ ସୁରକ୍ଷା ବନ୍ଦୋବସ୍ତ କରାଯାଇ ନ ଥିଲେ ହେଁ ବିଧାୟକଙ୍କ ଗତିବିଧି ଉପରେ ଶିବ ସୈନିକ ଓ କଂଗ୍ରେସ-ଏନ୍‌ସିପି କର୍ମୀଙ୍କ କଡ଼ା ନଜର ରହିଥିବା କୁହାଯାଉଛି। ଭାଜପାକୁ ଯେପରି ଜଣେ ହେଲେ ଶିବସେନା ବିଧାୟକ ଖସି ନ ଯିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ଶିବସେନା, କଂଗ୍ରେସ ଏବଂ ଏନ୍‌ସିପି ମଧ୍ୟରେ ସମ୍ଭାବ୍ୟ ଦଳବଦଳକାରୀଙ୍କ ବିରୋଧରେ ଅନୌପଚାରିକ ଭାବେ ଏକ ସହମତି ପ୍ରକାଶ ପାଇଛି। ଯଦି କୌଣସି ଦଳର କେହି ବିଧାୟକ ଭାଜପାରେ ମିଶନ୍ତି ତେବେ ପରବର୍ତ୍ତୀ ନିର୍ବାଚନରେ ତିନି ଦଳର ମିଳିତ ପ୍ରାର୍ଥୀ ଲଢ଼େଇ କରିବେ ଓ ତାଙ୍କୁ ମିଳିମିଶି ହରାଇବା ପାଇଁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?