ରାୟ ପୂର୍ବରୁ ଆକ୍ରମଣ ଆଶଙ୍କା:ଅଯୋଧ୍ୟାରେ ପୋଲିସ ଛାଉଣୀ

ଅଯୋଧ୍ୟା/ନୂଆଦିଲ୍ଲୀ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ଅଯୋଧ୍ୟା ମାମଲାର ବହୁ ପ୍ରତୀକ୍ଷିତ ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବାବେଳେ ରାମଙ୍କ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ୩୦ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ଙ୍କୁ ନିୟୋଜିତ କରାଯାଇଛି।
ରଞ୍ଜନ ଗୋଗେଇ ଆସନ୍ତା ୧୭ରେ ଅବସର ନେବାକୁ ଥିବାବେଳେ ଏହାର ଦିନେ କିମ୍ବା ଦୁଇଦିନ ପୂର୍ବରୁ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌ ଜମି ବିବାଦ ମାମଲାର ରାୟ ଆସିପାରେ। ଏଭଳି ସମୟରେ ଆତଙ୍କବାଦୀମାନେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ଦଙ୍ଗା ଭିଆଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ସୁରକ୍ଷା ସଂସ୍ଥାଗୁଡିକୁ ଆକ୍ରମଣ ନେଇ ସୂଚନା ମିଳିବା ପରେ ୧୨ ତାରିଖ ସୁଦ୍ଧା ସମସ୍ତ ଧର୍ମଶାଳାକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଯୋଧ୍ୟା ବାହାର ଓ ଅଚିହ୍ନା ଲୋକଙ୍କୁ ମଙ୍ଗଳବାର ରାତି ସୁଦ୍ଧା ସହର ଛାଡି ଚାଲିଯିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ରାୟକୁ ନେଇ ଅଦ୍ୟାବଧି କୌଣସି ଉତ୍ତେଜନା ଦେଖାଦେଇ ନ ଥିବାବେଳେ ସମସ୍ତଙ୍କ ମନରେ ଆଶଙ୍କା ରହିଛି। ରାୟ ପ୍ରକାଶ ପାଇବା ଦିନ ଯେତିକି ପାଖେଇ ଆସୁଛି ଅଯୋଧ୍ୟା ସହରରେ ପୋଲିସ ଓ ସୁରକ୍ଷା ଯବାନଙ୍କ ସଂଖ୍ୟା ସେତେ ବଢ଼ିଚାଲିଛି। ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପୂର୍ବରୁ ସଜାଗ ରହିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶ ବିଶେଷକରି ଅଯୋଧ୍ୟା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୪ ହଜାର ଅର୍ଦ୍ଧସାମରିକ ବାହିନୀ ଯବାନ ପଠାଇଛି। ପ୍ରତ୍ୟେକ ରାଜ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟାପ୍ତ ପୋଲିସ ମୁତୟନ କରିବାକୁ କେନ୍ଦ୍ର ପକ୍ଷରୁ ଆଡଭାଇଜରି ପଠାଯାଇଛି।
ଅଯୋଧ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ଯାହା ରାୟ ଦେବେ ତାକୁ ସମସ୍ତେ ମାନିନେବେ ବୋଲି ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଷ୍ପତ୍ତି ନେଇସାରିଥିଲାବେଳେ ଏଭଳି ସୁରକ୍ଷା ବ୍ୟବସ୍ଥା କ’ଣ ପାଇଁ ବୋଲି ଜଣେ ସ୍ଥାନୀୟ ଛାତ୍ର ପ୍ରଶ୍ନ କରିଛନ୍ତି। ନଭେମ୍ବର ୨୦ ପୂର୍ବରୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟରେ ଏକାଧିକ ବିବାହ ଥିଲାବେଳେ ସେଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଅନେକ ଲୋକ ଅଯୋଧ୍ୟା ଭ୍ରମଣ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଆଗକୁ କଟକଣା ଜାରି ହେବା ଆଶଙ୍କା କରି ଅଯୋଧ୍ୟା ବାସିନ୍ଦା ଅତ୍ୟାବଶ୍ୟକ ସାମଗ୍ରୀ କିଣିନେଇ ଘରେ ମହଜୁଦ କରି ରଖୁଥିବା ଦେଖିବାକୁ ମିଳିଛି। ବିଶାଳ ରାମମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ୧୯୯୦ରୁ ଜାରି ରଖିଥିବା ପଥର ଖୋଦେଇ କାମକୁ ପ୍ରଥମ ଥର ପାଇଁ ବନ୍ଦ କରିଛି। ପୁଣି ପଥର ଖୋଦେଇ କାମ କେବେ ଆରମ୍ଭ ହେବ ସେ ସମ୍ପର୍କରେ ରାମ ଜନ୍ମଭୂମି ନ୍ୟାସ ନିଷ୍ପତ୍ତି ନେବ ବୋଲି ଭିଏଚ୍‌ପି ପକ୍ଷରୁ କୁହାଯାଇଛି।
୧୯୯୨ରେ ବାବ୍ରୀ ମସ୍‌ଜିଦ ଭଙ୍ଗାଯିବା ପରେ ଅଯୋଧ୍ୟାରେ କର୍ଫ୍ୟୁ ଜାରି ହୋଇଥିଲା। ଏହା ପରେ ମଧ୍ୟ ଏକାଧିକ ଥର କଟକଣା ଲାଗୁ ହୋଇଛି। ତେଣୁ ସତର୍କତା ସ୍ବରୂପ ଲୋକେ ତେଜରାତି ସାମଗ୍ରୀ ସମେତ ଔଷଧ ମହଜୁଦ୍‌ ରଖୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମୋହିନୀ ଶ୍ରୀବାସ୍ତବ କହିଛନ୍ତି। ଯଦିଓ ସମସ୍ତେ ଅଯୋଧ୍ୟା ରାୟକୁ ଗ୍ରହଣ କରିନେବା ଲାଗି ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିନେଇଛନ୍ତି, ତଥାପି କେତେଜଣ ଅଶାନ୍ତି ସୃଷ୍ଟିକାରୀ ହିଂସାକାଣ୍ଡ ଘଟାଇପାରନ୍ତି ବୋଲି ଆଶଙ୍କା କରାଯାଉଥିବା ଶ୍ରୀବାସ୍ତବ କହିଛନ୍ତି। ମସ୍‌ଜିଦ ଭଙ୍ଗାଯିବା ପରେ ଅଯୋଧ୍ୟାରେ ଦଙ୍ଗା ସୃଷ୍ଟି ହୋଇଥିଲା। ବହୁ ଘର ଓ ଦୋକାନ ପୋଡିଦିଆଯାଇଥିଲା। ଏଥର ସବୁକିଛି ସ୍ବାଭାବିକ୍‌ ରହିଥିଲେ ବି ଲୋକଙ୍କ ମନରେ ଭୟ ରହିଥିବା ମହମ୍ମଦ ଅହସାନ୍‌ କହିଛନ୍ତି। ଅଯୋଧ୍ୟା ରାୟ ଦିନ ଇଣ୍ଟରନେଟ ସେବା ବନ୍ଦ ରହିଲେ ଗୁଜବକୁ ରୋକାଯାଇପାରିବ ବୋଲି ସେ ମତ ଦେଇଛନ୍ତି।
ଅଯୋଧ୍ୟା ରାୟ ପାଇଁ ଜିଲା ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତିରେ ରହିଛି। ଯବାନମାନଙ୍କ ରହଣି ପାଇଁ ସରକାରୀ ଓ ଘରୋଇ ସମସ୍ତ ସ୍କୁଲକୁ ନିଆଯାଇଥିଲାବେଳେ ହୋଟେଲ, ଲଜ୍‌ ଓ ଗେଷ୍ଟହାଉସ୍‌ଗୁଡ଼ିକୁ ବୁକ୍‌ କରାଯାଇଛି। ଜିଲା ମାଜିଷ୍ଟ୍ରେଟ୍‌ ଅନୁଜ୍‌ ଝା ହିନ୍ଦୁ ଓ ମୁସଲମାନ ନେତାମାନଙ୍କ ସହ ଯୋଗାଯୋଗରେ ରହିବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି। ମୁସଲମାନ ବହୁଳ ଥେରି ବଜାର ଓ କଜ୍ରିଆନାରେ ସର୍ବାଧିକ ସୁରକ୍ଷା ବଳ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri