ଜାତୀୟ

ଆଇଆର୍‌ସିଟିସି ଶେୟାର ଦାମ୍‌ ହେଲା ଦୁଇଗୁଣାରୁ ଅଧିକ: ନିବେଶକ ମାଲାମାଲ୍‌

ନୂଆଦିଲ୍ଲୀ,୧୪।୧୦: ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେଶନ୍‌ (ଆଇଆର୍‌ସିଟିସି)ର ଶେୟାର ଦାମ୍‌ରେ ସୋମବାର ୧୦୧ ପ୍ରତିଶତ ପ୍ରିମିୟମ୍‌ ବୃଦ୍ଧି ପାଇ ଏହା ଇସ୍ୟୁ ଦାମ୍‌ ତୁଳନାରେ ଦୁଇଗୁଣାରୁ ଅଧିକ ହୋଇଯାଇଛି। ଏହାର ଇସ୍ୟୁ ଦାମ୍‌ ଶେୟାର ପିଛା ୩୨୦ଟଙ୍କା ଥିଲା।…

ଖାଲକୁ ଖସିଲା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଗାଡି: ୨ ପୋଲିସ ଆହତ

ଭଦୋହି,୧୪।୧୦: ଉତ୍ତର ପ୍ରଦେଶର ଯୋଗୀ ସରକାରରେ ମନ୍ତ୍ରୀ ଥିବା ନନ୍ଦ ଗୋପାଳ ନନ୍ଦୀଙ୍କୁ ସୁରକ୍ଷା ଦେଇଥିବା ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି। ରବିବାର ରାତିରେ ଗାଡିଟି ଜାତୀୟ ରାଜପଥ ୨ରେ ଯାଉଥିବା ବେଳେ ଭଦୋହିର ଆରୋହି କୋତବାଲି ଅଞ୍ଚଳରେ ଏକ ଖାଲ…

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲା ପ୍ରଥମ ସ୍ନିପର ରାଇଫଲ୍‌

ବେଙ୍ଗାଲୁରୁ,୧୪।୧୦: ସ୍ବଦେଶୀ ଜ୍ଞାନକୌଶଳରେ ଭାରତ ପ୍ରଥମ ସ୍ନିପର ରାଇଫଲ ତିଆରି କରିବାକୁ ସକ୍ଷମ ହୋଇଛି। ବେଙ୍ଗାଲୁରୁର ଏସ୍‌ଏସ୍‌ଏସ୍‌ ଡିଫେନ୍ସ କମ୍ପାନୀ ପକ୍ଷରୁ ୨ଟି ସ୍ନିପର ରାଇଫଲ ନିର୍ମିତ କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କମ୍ପାନୀର ପରିଚାଳନା…

ବାରଣ ସତ୍ୱେ ଜଳୁଛି ନଡା: ବଢୁଛି ବାୟୁ ପ୍ରଦୂଷଣର ମାତ୍ରା

ଅମ୍ରିତସର,୧୪।୧୦: ପଞ୍ଜାବରେ ସରକାରଙ୍କ ପକ୍ଷରୁ ନଡା ଜାଳିବା ବାରଣ କରାଯାଇଥିଲେ ବି ଅମ୍ରିତସରରେ କୃଷକମାନେ ନଡା ଜାଳୁଥିବା ଦେଖିବାକୁ ମିଳିଛି। ଫଳରେ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି। କୃଷକଙ୍କ କହିବା କଥା ହେଲା ଏହାର କୌଣସି…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭୁଷୁଡିଲା କୋଠା: ୧୦ ମୃତ

ମାଉ,୧୪।୧୦: ଉତ୍ତର ପ୍ରଦେଶର ମହମ୍ମଦାବାଦରେ ସୋମବାର ସକାଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଛି। ଏଥିରେ ଅତିକମ୍‌ରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ରୋଷେଇ ଘରର…

‘ଗାନ୍ଧିଜୀ ଆତ୍ମହତ୍ୟା କଲେ କେମିତି’

ଅହମ୍ମଦାବାଦ, ୧୪ା୧୦: ଗୁଜରାଟରେ ନବମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ୍‌ ଇଣ୍ଟରନାଲ୍‌ ପରୀକ୍ଷାରେ ଆସିଥିବା ୨ଟି ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗାନ୍ଧିଜୀ କିପରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ୯ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଗୁଜରାଟୀ ଭାଷାରେ ଏଭଳି ଏକ…

ଚୂଡ଼ାନ୍ତ ପର୍ଯ୍ୟାୟରେ ଅଯୋଧ୍ୟା ଶୁଣାଣି

ନୂଆଦିଲ୍ଲୀ, ୧୪ା୧୦ : ଅଯୋଧ୍ୟା ଜମି ବିବାଦର ଚୂଡ଼ାନ୍ତ ଶୁଣାଣି ସୋମବାରଠାରୁ ପୁଣି ଆରମ୍ଭ କରାଯିବ। ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍‌ ସମ୍ବେଦନଶୀଳ ହୋଇଥିବାରୁ ଦଶହରା ଛୁଟି ପରେ ସିଜେଆଇ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ…

ଆତଙ୍କବାଦ ପ୍ରସଙ୍ଗରେ ଇମ୍ରାନ୍‌ଙ୍କୁ ରାଜନାଥଙ୍କ ପ୍ରସ୍ତାବ: ପାକିସ୍ତାନକୁ ସେନା ପଠାଇବୁ

କର୍ନାଲ,୧୪ା୧୦: ପାକିସ୍ତାନ ଯଦି ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ଗମ୍ଭୀର ତେବେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। ଭାରତୀୟ ସେନାକୁ ପାକିସ୍ତାନ ପଠାଇପାରିବୁ ବୋଲି ରବିବାର ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଚେତାଇଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।…

ଭାଜପା ଟି-ଶାର୍ଟ ପିନ୍ଧି ଆମହତ୍ୟା କଲେ କୃଷକ

ବୁଲ୍‌ଧାନା,୧୪ା୧୦(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ଶାସକ ଭାଜପା ପାଇଁ ଲଜ୍ଜାଜନକ ସ୍ଥିତି ଉପୁଜିଛି। ବୁଲଧାନା ଜିଲାର ଜଣେ ଚାଷୀ ଭାଜପାର ନିର୍ବାଚନୀ ପ୍ରଚାର ପାଇଁ ଉଦ୍ଦିଷ୍ଟ ଟି-ଶାର୍ଟ ପିନ୍ଧି ବେକରେ ଦଉଡ଼ି ଲଗାଇ ଆମତ୍ହତ୍ୟା କରିଛନ୍ତି।…

କ୍ଷୁଧା ମେଣ୍ଟାଇ ପାରିବନି ଚନ୍ଦ୍ର ମିଶନ: ରାହୁଲ

ଲାତୁର,୧୪ା୧୦(ପି.ଟି.): ଦେଶର ଯୁବପିଢ଼ି ନିଯୁକ୍ତି ଖୋଜୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସେମାନଙ୍କୁ ଜହ୍ନ ଦେଖିବାକୁ କହୁଛନ୍ତି। ଭାରତର ଅର୍ଥନୀତି ଭୁଶୁଡ଼ିବା ଏବେ ଆରମ୍ଭ ହୋଇଛି। ଆଗକୁ ବହୁତ କିଛି ହେବ। ଅର୍ଥନୀତି ସଜାଡ଼ିବା ପାଇଁ କଂଗ୍ରେସ ସରକାରର…

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା: ୩୭୦କୁ ନେଇ ବିରୋଧୀଙ୍କୁ ଚ୍ୟାଲେଞ୍ଜ

ଜଲଗାଓଁ,୧୪ା୧୦(ପି.ଟି.): ବିରୋଧୀ ଦଳଗୁଡ଼ିକର ସାହସ ଥିଲେ ସେମାନେ ନିଜ ନିର୍ବାଚନୀ ଇସ୍ତାହାରରେ ୩୭୦ ଅନୁଚ୍ଛେଦ ଫେରାଇ ଆଣିବା ପାଇଁ ଘୋଷଣା କରନ୍ତୁ। ମହାରାଷ୍ଟ୍ରର ଜଲଗାଓଁରେ ରବିବାର ଏକ ନିର୍ବାଚନୀ ସଭାରେ କଂଗ୍ରେସ ଓ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଇସ୍ତଫା ଦେଲେ ଏୟାର ଇଣ୍ଡିଆର ୧୨୦ ପାଇଲଟ

ନୂଆଦିଲ୍ଲୀ,୧୪ା୧୦: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ବେତନ ଏବଂ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ-୩୨୦ ଏୟାରବସର ୧୨୦ ପାଇଲଟଙ୍କ ଦାବି ପୂରଣ ନ ହେବାରୁ ସେମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri